Advertisment

Subhadra Yojana: ସୁଭଦ୍ରା ଆଶାୟୀଙ୍କ ପାଇଁ ଖୁସି ଖବର, ପୁଣି ଖୋଲିବ ପୋର୍ଟାଲ...କାଲିଠୁ ଦ୍ବିତୀୟ ପର୍ଯ୍ୟାୟ ଆବେଦନ

ସୁଭଦ୍ରା ଆଶାୟୀଙ୍କ ପାଇଁ ଖୁସି ଖବର । ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । କାଲିଠୁ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଆବେଦନ ।  ୨୧ ବର୍ଷ ବୟସ ହୋଇଥିଲେ ଯୁବତୀ ଓ ମହିଳାମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ।

Subhadra Yojana

Subhadra Yojana Photograph: (OTV)

Advertisment

ସୁଭଦ୍ରା ଆଶାୟୀଙ୍କ ପାଇଁ ଖୁସି ଖବର । ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । କାଲିଠୁ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଆବେଦନ ।  ୨୧ ବର୍ଷ ବୟସ ହୋଇଥିଲେ ଯୁବତୀ ଓ ମହିଳାମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Advertisment

ଯେଉଁମାନେ ୨୦ରୁ ୨୧ ବର୍ଷରେ ପହଞ୍ଚିଲେ ସେମାନେ ଆବେଦନ କରିପାରିବେ। ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗିଥିବା ନୂଆପଡ଼ା ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ପୋର୍ଟାଲ ବ୍ୟବହାର କରିହେବ । ପ୍ରଥମ ପର୍ଯ୍ୟାୟରେ କୋଟିଏ ୨ ଲକ୍ଷ ୮୦ ହଜାର ମହିଳା ପ୍ରଥମ କିସ୍ତି ପାଇଥିବାବେଳେ କୋଟିଏ ୯୬ ହଜାର ୩୦୭ ଜଣ ଦ୍ବିତୀୟ କିସ୍ତି ପାଇଛନ୍ତି । ପରେ ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ହିତାଧିକାରୀ ତୃତୀୟ କିସ୍ତି ପାଇଛନ୍ତି ।

ତେବେ ଚତୁର୍ଥ କିସ୍ତି ଦେବା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିଥିବା କିଛି ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମାର୍ଚ୍ଚ ୮ତାରିଖ ମହିଳା ଦିବସରେ ପରବର୍ତ୍ତୀ କିସ୍ତି ପ୍ରଦାନ କରାଯିବ । 

Advertisment

ସୁଭଦ୍ରା' ଆଶାୟୀଙ୍କ ପାଇଁ ଖୁସି ଖବର
ପୁଣି ଖୋଲିବ `ସୁଭଦ୍ରା' ପୋର୍ଟାଲ
କାଲିଠୁ ଦ୍ବିତୀୟ ପର୍ଯ୍ୟାୟ `ସୁଭଦ୍ରା' ଆବେଦନ 
୨୧ ବର୍ଷ ବୟସ ହୋଇଥିଲେ ଆବେଦନ କରିପାରିବେ
ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ପ୍ରଥମ ପର୍ଯ୍ୟାୟରେ କୋଟିଏ ୨ ଲକ୍ଷ ୮୦ ହଜାର ମହିଳା ପ୍ରଥମ କିସ୍ତି ପାଇଥିଲେ
୯୬ ଲକ୍ଷ ୯୬ ହଜାର ୯୫୫ ଜଣ ହିତାଧିକାରୀ ତୃତୀୟ କିସ୍ତି ପାଇଛନ୍ତି 
ଚତୁର୍ଥ କିସ୍ତି ଦେବା ପୂର୍ବରୁ ନୂଆ ହିତାଧିକାରୀଙ୍କୁ ସାମିଲ ଲକ୍ଷ୍ୟ 
ମାର୍ଚ୍ଚ ୮ରେ ମିଳିବ ପରବର୍ତ୍ତୀ `ସୁଭଦ୍ରା' କିସ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ