Advertisment

Important Update: ୧୮ରେ ମିଳିବନି ସୁଭଦ୍ରା ଟଙ୍କା, ଏହି ତାରିଖରେ ମିଳିବ

ନୂଆ ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯିବ। ସୋସିଆଲ ମିଡିଆ 'X'ରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୂର୍ବରୁ ସୁଭଦ୍ରା ଟଙ୍କା ୧୮ ସୁଦ୍ଧା ଦେବାକୁ ଘୋଷଣା ହୋଇଥିଲା।

Subhadra

Subhadra Photograph: (OTV)

Advertisment

ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା | ନୂଆ ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯିବ। ସୋସିଆଲ ମିଡିଆ 'X'ରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୂର୍ବରୁ ସୁଭଦ୍ରା ଟଙ୍କା ୧୮ ସୁଦ୍ଧା ଦେବାକୁ ଘୋଷଣା ହୋଇଥିଲା।

Advertisment

ଏତିକି ଲୋକ ପାଇବେ ପ୍ରଥମ କିସ୍ତି

୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବା ନେଇ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ | ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି | ପ୍ରଥମ ଓ ଦ୍ବିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ମଧ୍ୟ ସାମିଲ କରାଯାଇଛି | 

ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି। ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ବୋଲି ପୂର୍ବରୁ କହିଥିଲେ ଉପମୁଖ୍ୟମନ୍ତ୍ରୀ । ଏବେ କେବଳ ଟଙ୍କା ମିଳିବା ତାରିଖ  ୪ ଦିନ  ଘୁଞ୍ଚିଛି । 

Advertisment
Subhadra Yojana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ