Advertisment

Subhadra Scheme Update: କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି, ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ପାଇବେ ଟଙ୍କା

ଆସନ୍ତାକାଲି ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଡିବିଟି ମାଧ୍ୟମରେ ରାଜ୍ୟର କୋଟିଏ 2 ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୫ ହଜାର କୋଟିରୁ ଅଧିକ ଟଙ୍କା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ସମାବେଶରେ ଯୋଗଦେଇ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ।

SUBHADRA

SUBHADRA Photograph: (OTV)

Advertisment

କାଲି ମିଳିବ ସୁଭଦ୍ରା ଟଙ୍କା
ଅନ୍ତର୍ଜାତୀୟ ମହିଳା ଦିବସରେ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି
ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ ଅଧିକ ମହିଳା
ତାଲିକାରେ ଯୋଡ଼ିହେବେ ୨ ଲକ୍ଷ ୧୩ ହଜାର ନୂଆ ଯୁବା ହିତାଧିକାରୀ 

Advertisment

କାଲି ପୁରୀର ତାଳବଣିଆରେ ରାଜ୍ୟସ୍ତରୀୟ ସୁଭଦ୍ରା ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟଙ୍କୁ ଏଇ ଟଙ୍କା ପଠାଯିବ। ସମାବେଶ ପାଇଁ ତାଳବଣିଆରେ ସବୁ ପ୍ରସ୍ତୁତି ସରିଛି।

ଏନେଇ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି- ସୁଭଦ୍ରା ପାଇଁ ଆବେଦନ କରିଥିବା ରାଜ୍ୟର ପ୍ରାୟ ଏକ କୋଟି ୧୨ ଲକ୍ଷ ୫୭ ହଜାର ମହିଳାଙ୍କ ମଧ୍ୟରୁ କୋଟିଏ ୨ ଲକ୍ଷ ୧୨ ହଜାର ୬୬୫ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସେ ଭିତରୁ ୨ ଲକ୍ଷ ୧୩ ହଜାର ୧୯୮ ହେଉଛନ୍ତି ନୂଆ ଯୁବା ହିତାଧିକାରୀ।

Advertisment

୩୬ ହଜାର ୩୮୫ ଜଣ ପୁନର୍ବାର ହିତାଧିକାରୀ ତାଲିକାରେ ସାମିଲ

ସେହିଭଳି ବିଭିନ୍ନ କାରଣ ପାଇଁ ଦ୍ବିତୀୟ କିମ୍ବା ତୃତୀୟ କିସ୍ତିରୁ କଟିଥିବା ୩୬ ହଜାର ୩୮୫ ଜଣଙ୍କୁ ପୁନର୍ବାର ହିତାଧିକାରୀ ତାଲିକାରେ ସାମିଲ କରାଯାଇଛି। କେବଳ ସେତିକି ନୁହେଁ ଯେଉଁମାନଙ୍କୁ 21 ବର୍ଷ ହେବ ସେମାନେ ତାଲିକାରେ ସାମିଲ ହେବେ, ୬୦ ଟପିଲେ ସୁଭଦ୍ରାରୁ ନାଁ କଟି  ସିଧା ପେନସନ୍ ଲିଷ୍ଟକୁ ଯିବେ ବୋଲି କହିଛନ୍ତି ପ୍ରଭାତୀ।... 

ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ଆସୁଥିବାରୁ ହିତାଧିକାରୀଙ୍କ ଭିତରେ ଖୁସି ଖେଳିଯାଇଥିଲା, ପ୍ରଥମ କିସ୍ତି ଟଙ୍କା ପାଇ ବିଭିନ୍ନ କାରଣରୁ ଦ୍ବିତୀୟ ଓ ତୃତୀୟ କିସ୍ତିରୁ ବଞ୍ଚିତ ମହିଳାଙ୍କ ଭିତରେ ନିରାଶା। କିଏ ଧାନ ମଣ୍ଡିରେ ଅଳ୍ପ କିଛି ଧାନ ଦେବା କାରଣରୁ ତ କିଏ ଆଇଟି ରିଟର୍ଣ୍ଣ ଫାଇଲ୍ କରିଥିବାରୁ କିସ୍ତିରୁ ବାଦ୍ ପଡ଼ି ଥିବା କହିଛନ୍ତି।...

Advertisment
Subhadra Yojana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ