subash
ଭୁବନେଶ୍ୱର: ବିଜେପି ଛାଡ଼ିଲେ ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ସୁବାସ ଚୌହ୍ୱାନ। ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ସୁବାସ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଗତ ନିର୍ବାଚନରେ ସୁବାସ ବରଗଡ଼ରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଥର ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ ଇସ୍ତଫା ଦେଇଛନ୍ତି।
ଦଳ ଏଥର ତାଙ୍କ ଟିକେଟ୍ କାଟିଦେବା ପରେ ଏହା ପଶ୍ଚିମ ଓଡ଼ିଶାର ଓବିସି ସମାଜ ପ୍ରତି ଘୋର ଅପମାନ ବୋଲି ଗତକାଲି ସୋଶାଲ ମିଡିଆରେ ଲେଖିଥିଲେ ସୁବାସ। ଏହା ତାଙ୍କ ପ୍ରତି ଅନ୍ୟାୟ ବୋଲି ମଧ୍ୟ ସେ କହିଛନ୍ତି।
ତେବେ ବିଜେପୁରରୁ ସୁବାସ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଲଢିବେ ନାହିଁ ବୋଲି କହିଥିଲେ। ଏଥିସହ ବିଜେପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ନ୍ତୁ ବୋଲି ସେ ଆହ୍ୱାନ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/subash_1626339515.jpg)