Advertisment

From Pride to Protest: ରାଜ୍ୟର ପ୍ରଥମ ଓ ଦେଶର ଦ୍ବିତୀୟ ୱିମେନସ୍ କଲେଜ ହୋଇ ବି କାହିଁକି ହୋଇପାରୁନି ୟୁନିଭର୍ସିଟି ? ତାତିଲେ ଛାତ୍ରୀ

ଶତାୟୁ କଲେଜ ଶୈଳବାଳାକୁ ଆଉ କେବେ ମିଳିବ ବିଶ୍ବବିଦ୍ୟାଳୟ ମାନ୍ୟତା। ଯେଉଁ ପ୍ରଶ୍ନକୁ ନେଇ ପ୍ରାୟ ମାସେ ହେଲାଣି କଲେଜର ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଏବେ ସେମାନଙ୍କୁ ମିଳିଛି ପୁରାତନ ଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ସମର୍ଥନ।

SHAILABALA-COLLEGE

SHAILABALA-COLLEGE Photograph: (OTV)

Advertisment

ସଂଘର୍ଷ କରୁଛି ଶୈଳବାଳା
୧୧୩ ବର୍ଷର ମହିଳା କଲେଜ, ହେଲେ ପାଉନି ୟୁନିଭରସିଟି ମାନ୍ୟତା ।

Advertisment

ରାଜ୍ୟର ପ୍ରଥମ ଓ ଦେଶର ଦ୍ବିତୀୟ ୱିମେନସ୍ କଲେଜ ହୋଇ ବି କାହିଁକି ସରକାର ଓ ପ୍ରଶାସନର ଏତେ ଅଣଦେଖା ? ଏଭଳି ପ୍ରଶ୍ନ ଉଠାଇ ତାତିଛନ୍ତି ଛାତ୍ରୀ। ସିଧା ହୁଙ୍କାର ଦେଇ ମାସେ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ହେଲେ ଦିନକ ତଳେ କଟକ ଜିଲ୍ଲାପାଳଙ୍କ ସହ ସେମାନଙ୍କ ଆଲୋଚନା ବିଫଳ ହେବା ପରଠୁ ଦୁର୍ବାର ଆନ୍ଦୋଳନ ପାଇଁ ହୋଇଛି ନିଷ୍ପତ୍ତି। ଯାହାକୁ ମିଳିଛି ଆଲୁମିନି ଆସୋସିଏସନର ସମର୍ଥନ।

କଲେଜର ପୂର୍ବତନ ଛାତ୍ରୀ, କଟକ ବରିଷ୍ଠ ନାଗରିକ ସଂଘ ସହ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ସମସ୍ତେ ଏକାଠି ହାତ ମିଳାଇଛନ୍ତି। ଆଗାମୀ ଦିନରେ କଟକ ବନ୍ଦ ପାଇଁ ମଧ୍ୟ ସରକାରଙ୍କୁ ଚେତାବନୀ ବି ଦେଇଛନ୍ତି।...

Advertisment

ସେପଟେ ଶୈଳବାଳାକୁ ୟୁନିଭରସିଟି ମାନ୍ୟତା ପ୍ରଦାନରେ ସରକାରଙ୍କ ପାତର ଅନ୍ତର ନୀତିକୁ ନେଇ ତେଜିଛି ରାଜନୀତି। ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବା ସହ ଧାରଣାରତ ଛାତ୍ରୀମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ସେମିତି କଟକ ମହାନଗର ନିଗମ ମେୟର ସୁବାସ ସିଂ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖି ସାରିଛନ୍ତି ଓ ରାଜ୍ୟପାଳଙ୍କୁ ବି ଚିଠି ଲେଖି ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି। ତେଣେ କଟକ ବିଜେପି ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ଏବଂ ବିଜେପି ନେତା ଶ୍ରୀତମ ଦାସ କଟକ ଜିଲ୍ଲାପାଳଙ୍କ ସହ ଆନ୍ଦୋଳନରତ ଛାତ୍ରୀମାନଙ୍କୁ ନେଇ ଆଲୋଚନା କରାଇଥିଲେ ବି ସୁଫଳ ମିଳିନାହିଁ।...

ୟୁନିଭରସିଟି ମାନ୍ୟତା ପ୍ରଦାନରେ ଅସୁବିଧା କେଉଁଠି ?

୧୯୧୩ ମସିହାରେ ଖୋଦ୍ ଉତ୍କଳ ଗୌରବ ମଧୂସୁଦନ ଦାସ ତାଙ୍କ କନ୍ୟା ଶୈଳବାଳାଙ୍କ ନାଁରେ ଏ କଲେଜ ଖୋଲିଥିଲେ। ଯେଉଁ ଶତାୟୁ ଅନୁଷ୍ଠାନରୁ ଅନେକ ଛାତ୍ରୀ ଆଜିର ସମାଜରେ ପ୍ରତିଷ୍ଠିତ। ଏମିତିକି ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ବି ଏଇ କଲେଜର ଛାତ୍ରୀ ଥିଲେ। ହେଲେ ଏତେସବୁ ସତ୍ତ୍ବେ ଶୈଳବାଳାକୁ ୟୁନିଭରସିଟି ମାନ୍ୟତା ପ୍ରଦାନରେ ଅସୁବିଧା କେଉଁଠି ?

Advertisment

ଆବଶ୍ୟକ ଭିତ୍ତିଭୂମି ସହ ୟୁଜିସି ନର୍ମସ ପାଳନରେ ରହିଛି କି ଅଭାବ ? ସୂଚନା ଅନୁସାରେ କଲେଜ ପାଖରେ ମୋଟ୍ ୯ ଏକର ୯୦୬ ଡେସିମିଲ ଜମି ଥିଲା। ହେଲେ ଚଣ୍ଡୀ ମନ୍ଦିର କରିଡର ସଂପ୍ରସାରଣ ପ୍ରକଳ୍ପ ପାଇଁ ୫୫୭ ଡେସିମିଲି ଓ ଜାଇକା ପ୍ରକଳ୍ପ ପାଇଁ ୧୧୦ ଡେସିମିଲି ଜମି ପ୍ରଶାସନ ନେଇଛି। 

ତେଣେ ଜିଲ୍ଲାପାଳ କହିଛନ୍ତି ପ୍ରଥମେ ଭିତ୍ତିଭୂମିର ବିକାଶ ସହ କଲେଜର ଜମି କଲେଜ ନାଁ ରେ କରାଯିବ। ଆଉ ୟୁନିଭରସିଟି ମାନ୍ୟତା ପାଇବାରେ ଯାହା ସମସ୍ୟା ରହିଛି- ସେ ପଦକ୍ଷେପ ବି ନିଆଯିବ।...

Protest Shailabala Women's Autonomous College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ