Advertisment

କୋଭିଡ୍ ନିୟମ ନମାନିଲେ ପୁଣି ବିସ୍ଫୋରକ ହେବ ସ୍ଥିତି !

ଭୁବନେଶ୍ୱର: ଦେଢ଼ମାସ ପରେ ଖୋଲିଲା ଦୋକାନ ବଜାର। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାରେ କିଛିକାଂଶରେ ସ୍ୱାଭାବିକ ହେଲା ଜୀବନଯାତ୍ରା। ସଂଧ୍ୟା ୫ଟା ଯାଏଁ ବ୍ୟବସାୟ ପାଇଁ ଅନୁମତି ମିଳିଥିଲେ ବି ବେପାରୀ ଖୁସ୍। ଏପଟେ କିନ୍ତୁ ଫୋକସ୍‌ରେ ୧୦…

ଅଦ୍ୟତନ ହୋଇଛି
କୋଭିଡ୍ ନିୟମ ନମାନିଲେ ପୁଣି ବିସ୍ଫୋରକ ହେବ ସ୍ଥିତି !

tpr

Advertisment

ଭୁବନେଶ୍ୱର: ଦେଢ଼ମାସ ପରେ ଖୋଲିଲା ଦୋକାନ ବଜାର। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାରେ କିଛିକାଂଶରେ ସ୍ୱାଭାବିକ ହେଲା ଜୀବନଯାତ୍ରା। ସଂଧ୍ୟା ୫ଟା ଯାଏଁ ବ୍ୟବସାୟ ପାଇଁ ଅନୁମତି ମିଳିଥିଲେ ବି ବେପାରୀ ଖୁସ୍। ଏପଟେ କିନ୍ତୁ ଫୋକସ୍‌ରେ ୧୦ ପ୍ରତିଶତ ଉପରେ ଟେଷ୍ଟ ପଜିଟିଭିଟି ରେଟ୍ ଥିବା ଉପକୂଳ ଓ ଉତ୍ତର ଓଡ଼ିଶାର ୧୩ ଜିଲ୍ଲା। ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟ୍‌ମେଣ୍ଟ ଉପରେ ଗୁରୁତ୍ୱ ଦେଇ ଚଳିତ ମାସ ଶେଷ ସୁଦ୍ଧା ପଜିଟିଭିଟି ରେଟ୍ ହ୍ରାସ କରିବା ଏବେ ବଡ଼ ଚ୍ୟାଲେଂଜ।

Advertisment

ବିଶେଷଜ୍ଞଙ୍କ ଚେତାବନୀ କୋହଳ କଟକଣା ଯୋଗୁ କୋଭିଡ୍ ନିୟମ ନମାନିଲେ ପୁଣି ବିସ୍ଫୋରକ ହେବ ସ୍ଥିତି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ଟି ଜିଲ୍ଲାରେ କଟକଣା କୋହଳ ପରେ ପ୍ରଥମ ଦିନରେ ଦେଖିବାକୁ ମିଳିଥିଲା ଗହଳି ହେବାର ଚିତ୍ର। ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏଁ ଖୋଲିଛି ସବୁ ପ୍ରକାର ଦୋକାନ। ହେଲେ ଅଧିକ ସଂକ୍ରମଣ ଥିବା କାଟାଗୋରୀ-Bର ୧୩ ଜିଲ୍ଲା ଉପରେ ଏବେ ଫୋକସ୍। ଏହି ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ଅଧିକ ରହୁଥିବାରୁ ଡୋର୍ ଟୁ ଡୋର୍ ସର୍ଭେ, ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟ ଉପରେ ଦିଆଯିବ ଗୁରୁତ୍ୱ। ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେବେ, ସେ ସ୍ଥାନକୁ କରାଯିବ କଣ୍ଟେନମେଣ୍ଟ।

TPR ଅଧିକ ଥିବା ୧୩ ଜିଲ୍ଲା ମଧ୍ୟରୁ ଭଦ୍ରକର ସ୍ଥିତି ଉଦବେଗଜନକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥଥିବା ଗତ ୧୦ରୁ ୧୬ ତାରିଖ ସପ୍ତାହର ଏହି ତଥ୍ୟକୁ ଦେଖିଲେ ଭଦ୍ରକରେ TPR ୧୯.୬୯ ପ୍ରତିଶତ, ଯାଜପୁରରେ ୧୮.୬୩, ବାଲେଶ୍ୱର ୧୬.୭୨, ଖୋର୍ଦ୍ଧା ୧୬.୫୮, କଟକ ୧୨.୧୪, ଢେଙ୍କାନାଳ ୧୧.୩୮ ଓ ପୁରୀ ୧୦.୩୨ ପ୍ରତିଶତ ରହିଛି। କେବଳ ସରକାର ନୁହେଁ ଲୋକଙ୍କ ସହଯୋଗ ମିଳିଲେ ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ବିଶେଷଜ୍ଞ।

Advertisment

ସେପଟେ ଦୋକାନରେ ଦେଢ ମାସ ଧରି ଜମି ରହିଥିବା ଧୂଳି ଝାଡ଼ୁଛନ୍ତି ବ୍ୟବସାୟୀ। ସଂକ୍ରମଣ ହ୍ରାସ ଯୋଗୁ ୧୭ ଜିଲ୍ଲାରେ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିବା ପରେ ଆଜି ସମ୍ବଲପୁରରୁ ରାଉରକେଲା, ବ୍ରହ୍ମପୁର, ଜୟପୁର ସବୁଠି ଦେଖିବାକୁ ମିଳୁଛି ଗହଳି ଚିତ୍ର। କଟକଣା କୋହଳ ପରେ ଯେତିକି ସମୟ ମିଳିଛି ସେତିକି ମମୟ ଭିତରେ ବ୍ୟବସାୟ କରି ପରିବାର ଚଳାଇବାକୁ ଆଶା ବାନ୍ଧିଛନ୍ତି ବ୍ୟବସାୟୀ।

ସେପଟେ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ନଜରରେ ରଖି ସାରା ରାଜ୍ୟରେ ଖୋଲିଛି ମିଠା ଦୋକାନ। ଭଳି କି ଭଳି ମିଠାର ପସରା କେବଳ ପାର୍ସଲ ନେବାକୁ ଅନୁମତି ରହିଛି। ରସଗୋଲା ପାଇଁ ପ୍ରସିଦ୍ଧ ପାହାଳ ବି ପୁଣି ହୋଇଛି ଚଳଚଞ୍ଚଳ। କଟକଣା କୋହଳ ହୋଇଥିଲେ ବି କୋଭିଡ୍ ନିୟମ ମାନିବାକୁ ପଡ଼ିବ। ନହେଲେ ସ୍ଥିତି ଭୟାବହ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି। ରାଜ୍ୟରେ ଆଜି ୩ ହଜାର ୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ ମୃତ୍ୟୁବରଣ କରିଛନ୍ତି। ଆଉ ଟେଷ୍ଟ ପଜିଟିଭିଟି ରେଟ୍ ୫.୭ ପ୍ରତିଶତ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ