GOVT-DIWALI-HOLIDAY Photograph: (OTV)
୨୦ ନା ୨୧ ? କେଉଁଦିନ ଦୀପାବଳି ? କିଏ ୨୦ରେ ପାଳିବାକୁ କହୁଥିଲା ତ ଆଉ କିଏ ୨୧ରେ । ଦ୍ୱନ୍ଦ୍ୱ ଲାଗି ରହିଥିଲା, ଯୁକ୍ତିତର୍କ ଚାଲିଥିଲା । ୨୦ ଓ ୨୧ ତାରିଖ ଦୀପାବଳିକୁ ନେଇ ଥିବା ଏଇ ଦ୍ବନ୍ଦ୍ବ ଭିତରେ ଆଜି ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ୨୦ ତାରିଖ ଦିନ ହେଲା ଦୀପାବଳି ଛୁଟି ଘୋଷଣା ।
ପୂର୍ବରୁ ଦୀପାବଳି ଛୁଟି ୨୧ ତାରିଖରେ ଥିଲା, ଏବେ ୨୦ ତାରିଖରେ ବି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଏଥର ଦୀପାବଳିରେ ଲଗାତାର ଦୁଇ ଦିନିଆ ଛୁଟି ମିଳିବ।
୧୯, ୨୦, ୨୧...ଏକାଥରେ ୩ ଦିନ ଛୁଟି । ୨୦ ଓ ୨୧ ତାରିଖ ଦୀପାବଳି ଛୁଟି ଏବଂ ୧୯ ତାରିଖର ରବିବାର ପଡୁଥିବାର ଲଗାତାର ୩ ଦିନ ଛୁଟିରେ ରହିବେ ସରକାରୀ କର୍ମଚାରୀ ।
କିନ୍ତୁ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ୨୧ ତାରିଖରେ ଖୋଲା ରହିବ। ଏହି ଦୁଇ ଦିନିଆ ଦୀପାବଳି ଛୁଟିରୁ ବଞ୍ଚିତ ରହିବେ ବ୍ୟାଙ୍କ କର୍ମଚାରୀ। ନୂଆପଡ଼ାରେ ମଧ୍ୟ ଦୁଇ ଦିନିଆ ଛୁଟି ମିଳିବ ନାହିଁ । ନୂଆପଡାରେ ଉପନିର୍ବାଚନ ଥିବାରୁ ସେଠି ୨୦ ତାରିଖ ସବୁ ସରକାରୀ ଅଫିସ ଖୋଲା ରହିବାକୁ ହୋଇଛି ନିଷ୍ପତ୍ତି ।
ସେହିପରି ୨୫ ତାରିଖ ଚତୁର୍ଥ ଶନିବାରକୁ କାର୍ଯ୍ୟ ଦିବସ ଘୋଷଣା କରିଛନ୍ତି ସରକାର । ଅର୍ଥାତ୍ ଏଥର ୪ର୍ଥ ଶନିବାର ଦିନ ଛୁଟି ମିଳିବ ନାହିଁ । ତେବେ ଦୀପାବଳି ଦ୍ବନ୍ଦ ଭିତରେ ଦୁଇ ଦିନିଆ ଛୁଟି ଘୋଷଣା ଦ୍ୱିଗୁଣା କରିଛି ସରକାରୀ କର୍ମଚାରୀଙ୍କ ଖୁସି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/18/govt-diwali-holiday-2025-10-18-18-55-21.jpg)