Budget Photograph: (OTV)
ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ବଜେଟ୍। ଏଥର ୩ ଲକ୍ଷ କୋଟି ଟପିଛି ବଜେଟ୍ ଆକାର। ଆଜି ବିଧାନସଭାରେ ମୋଟ୍ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ଗତବର୍ଷ ତୁଳନାରେ ବଜେଟ୍ ଆକାର ୬.୯ ପ୍ରତିଶତ ବୃଦ୍ଧି ହୋଇଛି। ବଜେଟରେ ଗ୍ରାମୀଣ ବିକାଶ, ଭିତ୍ତିଭୂମି ଗରିବଙ୍କ କଲ୍ୟାଣ ଓ ସାମାଜିକ ସୁରକ୍ଷାକୁ ଫୋକସ କରିଛନ୍ତି ରାଜ୍ୟ ସରକାର।
ଅପହଞ୍ଚ ଜନବସତିକୁ ପକ୍କା ସଡ଼କ ପାଇଁ ସରକାର ଖର୍ଚ୍ଚ କରିବେ ୧୦୦୦ କୋଟି ଟଙ୍କା। ନମୋ ଏକ୍ସପ୍ରେସ୍ ଗଜପତିର ପାରଳାଖେମୁଣ୍ଡିରୁ ବରଗଡର ଅମ୍ବାଭୋନାକୁ ସଂଯୋଗ କରିବ। ଅଟଳ ଏକ୍ସପ୍ରେସ ମାଲକାନଗିରିର ମୋଟୁରୁ ମୟୂରଭଞ୍ଜର ତିରିଂକୁ ସଂଯୋଗ କରିବ। ଜଗନ୍ନାଥ ବ୍ୟାଖ୍ୟାନ କେନ୍ଦ୍ର ପୁରୀ ପାଇଁ ୧୦ କୋଟି, ଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ବଜେଟରେ ୧୦୦୦ କୋଟି ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରକୁ ଦାନ ପାଇଁ ଆରମ୍ଭ ହେବ ଡିଜିଟାଲ୍ ହୁଣ୍ଡି ସମର୍ପଣ। ରତ୍ନଭଣ୍ଡାର ଗଣତି ମଣତି ପାଇଁ ୫ କୋଟି ପ୍ରସ୍ତାବ ରହିଛି। ...
ନିର୍ମାଣ ହେବ ଜନ ଆଶ୍ରୟ ଭବନ
ସେହିପରି ଭୁବନେଶ୍ବରରେ ନୂଆ ସରକାରୀ କୋଠା ନିର୍ମାଣ ନେଇ ବଜେଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବାହାରୁ ଆସୁଥିବା ଅତିଥିଙ୍କ ପାଇଁ ନିର୍ମାଣ ହେବ ଜନ ଆଶ୍ରୟ ଭବନ। ନୂତନ ରାଜ୍ୟ ବିଧାନସଭା ସୌଧ, ନୂତନ ସଚିବାଳୟ ଭବନ ହେବ। ବିଶ୍ବମାନର ନୂଆ ସଂଗ୍ରହାଳୟ ଓ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର ନିର୍ମାଣ ହେବ। ଜାତୀୟ ଗ୍ରାମୀଣ ଜୀବିକା ମିଶନ NRLM ପାଇଁ ୧୩୩୩ କୋଟି ବ୍ୟୟବରାଦ କରାଯାଇଛି। ସେହିପରି ଘୋଷଣା ହୋଇଛି ଚିଲିକା ପୁନଃରୁଦ୍ଧାର ଯୋଜନା। ...
ଚାଷୀଙ୍କୁ ସମୟୋଚିତ ପୈଠ, ଧାନ ସଂଗ୍ରହ ପାଇଁ ୫ ହଜାର କୋଟିର ଆବର୍ତ୍ତନ ପାଣ୍ଠି କରାଯାଇଛି।ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପାଇଁ ୨୦୩୦ କୋଟି ବ୍ୟୟବରାଦ ହୋଇଛି। ଶ୍ରୀଅନ୍ନ ଅଭିଯାନ ପାଇଁ ୪୦୦ କୋଟି, ଆନ୍ତଃ ନଦୀ ସଂଯୋଗୀକରଣ ପାଇଁ ୧୦ କୋଟି, ମହାନଦୀ କୂଳ ବିକାଶ ଯୋଜନାରେ ୮୦ କୋଟି ପ୍ରସ୍ତାବ ରହିଛି। ବ୍ଲୁ ଅର୍ଥନୀତି ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କୁ ୨୦୧୯ କୋଟି ଓ ବନ୍ୟା ପରିଚାଳନା ପାଇଁ ବଜେଟରେ ୫୩୦ କୋଟି ବ୍ୟୟବରାଦ କରାଯାଇଛି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/20/budget-2026-02-20-19-58-51.jpg)