Anu Garg Photograph: (OTV)
ଜାନୁଆରୀ ୧ ରୁ ମୁଖ୍ୟ ଶାସନ ସଚିବ ପଦରେ ବସିବେ ଅନୁ ଗର୍ଗ। ଆଉ ତାପରେ ରାଜ୍ୟ ପ୍ରଶାସନିକ କଳରେ ହୋଇପାରେ ବଡ ଧରଣର ନବକଳେବର। ବିଶେଷ କରି ଅନୁ ଗର୍ଗ ଥିବା ଉନ୍ନୟନ କମିଶନର ଏବଂ ଜଳସମ୍ପଦ ବିଭାଗର ସଚିବ କିଏ ହେଉଛନ୍ତି ତା ଉପରେ ସମସ୍ତଙ୍କ ନଜର। ଏହା ସହ ଅନୁ ଗର୍ଗଙ୍କ ନୂଆ ଟିମରେ କିଏ କେଉଁ ଦାୟିତ୍ୱରେ ରହିବେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର।...
ନୂଆବର୍ଷରେ ନୂଆ ଟିମ୍। ମୁଖ୍ୟ ଶାସନ ସଚିବ ବଦଳିବା ପରେ ପ୍ରଶାସନିକ କଳରେ ହେବ ନବକଳେବର। ନିଜ ଟିମ୍ ଗଢିବେ ଅନୁ ଗର୍ଗ। ଅନୁଙ୍କ ନୂଆ ଟିମରେ କିଏ ରହିବେ କେଉଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ। ଉନ୍ନୟନ କମିଶନର ପଦରେ ବସିବେ କିଏ। ପାୱାର କରିଡରରେ ଜୋରଦାର ଚର୍ଚ୍ଚା। ଜାନୁୟାରୀ ପହିଲାରେ ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ଅନୁ ଗର୍ଗ। ଆଉ ତାପରେ ଜାନୁଆରୀ ପ୍ରଥମ ସପ୍ତାହରେ ଆଇଏଏସ ସ୍ତରରେ ବଡ ଧରଣକ ଅଦଳ ବଦଳ ହୋଇପାରେ।
କେଉଁ ଅଫିସରଙ୍କୁ ମିଳିବ କେଉଁ ଗୁରୁତ୍ବପୂର୍ଣ୍ଣ ବିଭାଗ
ବଡ କଥା ହେଲା ପୂର୍ବରୁ ଅନୁ ଗର୍ଗ ଦାୟିତ୍ୱରେ ଥିବା ଉନ୍ନୟନ କମିଶନର ସିଟରେ କିଏ ବସିବେ। ଚର୍ଚ୍ଚାରେ ଆଗରେ ୯୧ ବ୍ୟାଚର ଆଇଏଏସ ଗୃହ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ। ତାଙ୍କ ସହ ୯୩ ବ୍ୟାଚର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂ ଏବଂ ସୁରେନ୍ଦ୍ର କୁମାରଙ୍କ ନାଁ ବି ଆଲୋଚନା ହେଉଛି।
ଏହା ସହ ଗୁରୁତ୍ୱପୂର୍ଣ୍ଣ ଜଳସଂପଦ ବିଭାଗ ଯାହାକି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି। ସେହି ବିଭାଗ ପାଇଁ ବି କାହା ଉପରେ ଭରସା କରିବେ ମୁଖ୍ୟମନ୍ତ୍ରୀ । ଅନ୍ୟ ପଟେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଚାଲେଞ୍ଜ ହୋଇଥିବା ବେଳେ ଗୃହ ବିଭାଗ ବି କାହା ପାଖରେ ରହିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।
ଏହା ସହ କୁହାଯାଉଛି କିଛି ଆଇଏଏସ ଅଧିକାରୀଙ୍କୁ ଡେପୁଟେସନରୁ ଫେରାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିଯୁକ୍ତି ଦିଆଯାଇ ପାରେ। ଏବେ ୧୨ ଜଣ ଆଇଏଏସ ଅଧିକାରୀ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।
ପାୱାର କରିଡରରେ ଚାଲିଲାଣି ଜୋରଦାର ଚର୍ଚ୍ଚା
ସେପ୍ଟେମ୍ବରରେ ବିଧାନସଭାର ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୨୪୮ ଆଇଏଏସ ପଦବୀ ଥିବା ବେଳେ ୪୫ ପଦବୀ ଖାଲି ରହିଛି । ଆଉ ୨୫ ଜଣ ଆଇଏଏସ ଅଧିକାରୀ ଡେପୁଟେସନରେ ରହିଛନ୍ତି। ଏମିତି କି ୯୧ ବ୍ୟାଚର ସଞ୍ଜୟ ରସ୍ତୋଗୀ, ୯୨ ବ୍ୟାଚର ସିଏସ କୁମାର, ୯୩ ବ୍ୟାଚର ନିକୁଞ୍ଜ ବିହାରୀ ଧଳ, ଅଶୋକ କୁମାର ମୀନା, ୯୪ ବ୍ୟାଚର ସନ୍ତୋଷ ଷଡଙ୍ଗୀ ଏବଂ ରଞ୍ଜନା ଚୋପ୍ରାଙ୍କ ଭଳି ବରିଷ୍ଠ ଆଇଏଏସ ଅଧିକାରୀ ମାନେ ଏବେ ଡେପୁଟେସନରେ । ଏହା ବି ଚର୍ଚ୍ଚା ସରକାରଙ୍କ ପାଖରେ ବରିଷ୍ଠ ଅଧିକାରୀଙ୍କ ଅଭାବ ଥିବାରୁ କେନ୍ଦ୍ରୀୟ ଡେପୁଟେସନରୁ ସେମାନଙ୍କୁ ଫେରାଇ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ଦିଆଯାଇପାରେ ।
ଅନ୍ୟପଟେ ଏହା ବି ଚର୍ଚ୍ଚା ହେଉଛି, ଅବସର ନେଉଥିବା ମନୋଜ ଆହୁଜାଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅବସ୍ଥାପିତ କରିପାରନ୍ତି ସରକାର। ସାଧାରଣତଃ ମୁଖ୍ୟ ଶାସନ ସଚିବ ପରିବର୍ତ୍ତନ ହେଲେ ଆଇଏଏସ ସ୍ତରରେ ଅଦଳବଦଳ ହୋଇଥାଏ। କିନ୍ତୁ ପ୍ରଦୀପ ଜେନାଙ୍କ ପରେ ମନୋଜ ଆହୁଜା ଦାୟିତ୍ୱ ନେବା ପରେ ଅଦଳବଦଳ ହୋଇପାରିନଥିଲା। ଯେହେତୁ ନିର୍ବାଚନ ପରେ ପରେ ସରକାର ଅଦଳବଦଳ କରିସାରିଥିଲେ, ତେଣୁ ଅନୁ ଗର୍ଗ ଦାୟିତ୍ୱ ନେବା ପରେ କିଏ କେଉଁଠିକୁ ଯାଉଛନ୍ତି ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/26/anu-garg-2025-12-26-20-36-13.jpg)