Advertisment

Stale Food Sold: କେଉଁଠି ସଢ଼ା ଆଳୁରେ ଚାଟ୍, କେଉଁଠି ବାସି ପନିରରେ ଆଇଟମ୍ ...ନସୁଧୁରିଲେ ବ୍ଲାକ୍ ଲିଷ୍ଟ ପାଇଁ ଦୋକାନୀଙ୍କୁ ଚେତାବନୀ

ବାଲିଯାତ୍ରାକୁ ଆସୁଥିବା ଖାଦ୍ୟପ୍ରେମୀ ସାବଧାନ। ପାଟି ସୁଆଦ ଓ ଚଟପଟା ଖାଇବା ବେଳେ ଟିକେ ସତର୍କ ନହେଲେ ଟଙ୍କା ଦେଇ ରୋଗ କିଣିବା ଥୟ। ବାଲିଯାତ୍ରାରେ ବିକ୍ରି ହେଉଛି ଅପମିଶ୍ରିତ ଓ ଭେଜାଲ୍ ଖାଦ୍ୟ।

BALIJATRA-FOOD

BALIJATRA-FOOD Photograph: (OTV)

Advertisment

ବିକୁଥିଲେ ବାସି ଖାଦ୍ୟ, ମାଡ଼ି ବସିଲା ସ୍ବାସ୍ଥ୍ୟ ବିଭାଗ ଟିମ୍ । କେଉଁଠି ପଚା ଚିକେନ୍ ତ କେଉଁଠି ବାସି ପନିର  । ଫିମ୍ପି ମରା, ଏକ୍ସପାଇରୀ ହୋଇଥିବା ପାଉଁରୁଟି । ପଚାସଢ଼ା ଆଳୁରେ ଆଳୁ ଚାଟ୍, ଆଳୁ କଷା । ବିରିୟାନୀ ବାସି, ରାବିଡି କାଲିଠୁ ତିଆରି ।  ଖାଦ୍ୟରେ ମିଶାଇଛନ୍ତି ରଙ୍ଗ, ଭେଜାଲ୍ ତେଲରେ ରୋଷେଇ ।ପୁଣି କେଉଁଠି ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି

Advertisment

ବାଲିଯାତ୍ରାକୁ ଆସୁଥିବା ଖାଦ୍ୟପ୍ରେମୀ ସାବଧାନ। ପାଟି ସୁଆଦ ଓ ଚଟପଟା ଖାଇବା ବେଳେ ଟିକେ ସତର୍କ ନହେଲେ ଟଙ୍କା ଦେଇ ରୋଗ କିଣିବା ଥୟ। ବାଲିଯାତ୍ରାରେ ବିକ୍ରି ହେଉଛି ଅପମିଶ୍ରିତ ଓ ଭେଜାଲ୍ ଖାଦ୍ୟ। ରାତିରେ ରୋଷେଇ ହେଉଛି, ନସରିଲେ ପରଦିନ ବି ବିକ୍ରି କରୁଛନ୍ତି ଦୋକାନୀ। ଆଜି ସକାଳୁ ସକାଳୁ ଅଚାନକ ବିଭିନ୍ନ ଫୁଡ୍ ଷ୍ଟଲରେ ରେଡ୍ କରିଥିଲା ସ୍ବାସ୍ଥ୍ୟ ବିଭାଗ ଟିମ୍। ତାପରେ ଯାହା ହେଲା ଆପଣଙ୍କ ସାମନାରେ। କେଉଁଠି ଖାଦ୍ୟ ମାନ ବିଲକୁଲ ଖରାପ ଥିବା ବେଳେ ପ୍ୟାକେଟ୍ ପ୍ୟାକେଟ୍ ଦହି ଏକପାଇରୀ ବାହାରିଥିଲା। ନକଲି ସସ୍ ଓ ତେଲରେ ଖାଇବା ତିଆରି କରୁଥିଲେ ଦୋକାନୀ। ଏଭଳି କୁଢ଼ କୁଢ଼ ଖାଦ୍ୟକୁ ନଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ ଟିମ୍। ଆଜି ୫୦ରୁ ଅଧିକ ଫୁଡ୍ ଷ୍ଟଲରେ ଚଢ଼ାଉ କରାଯାଇଥିବା ବେଳେ ଏକାଧିକ ଦୋକାନରୁ ଫାଇନ ଆଦାୟ ସହ ଗୋଟିଏ ଫୁଡ ଷ୍ଟଲକୁ ବନ୍ଦ କରାଯାଇଛି। ... 

ଏଭଳି ବାସି ଓ ଅପମିଶ୍ରଣ ଖାଦ୍ୟ ଖାଇଲେ ଲିଭର ଜନିତ ସମସ୍ୟା ସହ ଗ୍ୟାଷ୍ଟ୍ରିକ, ପେଟ ଜନିତ ସମସ୍ୟା ହେବ ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ କହିଛନ୍ତି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ୟବସାୟୀ। ସେମାନେ ଅଭିଯୋଗ କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କୌଣସି ପରୀକ୍ଷା ନକରି ଖାଦ୍ୟଗୁଡ଼ିକୁ ଜୋରଜବରଦସ୍ତ ଫୋପାଡି ଦେଉଛନ୍ତି।...

Advertisment

ବାଲିଯାତ୍ରାରେ ଫୁଡ୍ ଷ୍ଟଲ ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ସ୍ୱତନ୍ତ୍ର ମୋବାଇଲ ଭେହିକିଲ୍ ଜରିଆରେ ଖାଦ୍ୟ ଯାଞ୍ଚ ରିପୋର୍ଟ ଦିଆଯାଉଛି। ତ୍ରୁଟି ବାହାରିଲେ ଆଦାୟ ହେଉଛି ମୋଟା ଅଙ୍କର ଫାଇନ, ବନ୍ଦ କରାଯାଉଛି ଦୋକାନ। ଯେଉଁମାନେ ବାରମ୍ବାର ଏଭଳି କରୁଛନ୍ତି ଆସନ୍ତା ବର୍ଷ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ। ବାଲିଯାତ୍ରାରେ ଷ୍ଟଲ ପକାଇବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କଟକ ଅତିରିକ୍ତ ଜିଲ୍ଲାପାଳ ଚେତେଇ ଦେଇଛନ୍ତି। ...

ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟିକ ମେଳା କଟକର ବାଲିଯାତ୍ରା। ଏଠାରେ ରାଜ୍ୟ ତଥା ବାହାରୁ ବ୍ୟବସାୟୀଙ୍କ ପସଲା ମେଲିଥାଏ। ଏଭଳି ସମୟରେ ଲୋକଙ୍କୁ ଖାଦ୍ୟ ନାଁରେ ରୋଗ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ