Advertisment

ଆଜିଠୁ ଭୁବନେଶ୍ୱରରେ ସ୍ପୁଟନିକ୍ ଭି ଟିକାକରଣ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ସ୍ପୁଟନିକ୍ ଭି ଟିକା ପ୍ରଦାନ କରାଯିବ। ଭୁବନେଶ୍ୱର କେୟାର ହସ୍ପିଟାଲ ପକ୍ଷରୁ ପ୍ରଥମେ ସ୍ପୁଟିନିକ ଭି ଟିକା ଅଣାଯାଇଛି। ଡକ୍ଟର ରେଡି ଲ୍ୟାବ୍‌ର କର୍ମଚାରୀମାନଙ୍କୁ ପ୍ରଥମେ ଏହା ଦିଆଯିବ। ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି…

ଆଜିଠୁ ଭୁବନେଶ୍ୱରରେ ସ୍ପୁଟନିକ୍ ଭି ଟିକାକରଣ ଆରମ୍ଭ

Sputnik-V-2

Advertisment

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ସ୍ପୁଟନିକ୍ ଭି ଟିକା ପ୍ରଦାନ କରାଯିବ। ଭୁବନେଶ୍ୱର କେୟାର ହସ୍ପିଟାଲ ପକ୍ଷରୁ ପ୍ରଥମେ ସ୍ପୁଟିନିକ ଭି ଟିକା ଅଣାଯାଇଛି। ଡକ୍ଟର ରେଡି ଲ୍ୟାବ୍‌ର କର୍ମଚାରୀମାନଙ୍କୁ ପ୍ରଥମେ ଏହା ଦିଆଯିବ। ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି ଏବଂ ୪୫ ବର୍ଷରୁ ଅଧିକଙ୍କୁ ୨୦ଟି ଟିକା ଦିଆଯିବ। ୧୮ବର୍ଷରୁ ଅଧକ ବୟସ୍କଙ୍କ ପାଇଁ ଆଜିଠାରୁ ୪ଦିନର ସମସ୍ତ ସ୍ଲଟ ବୁକ୍ ସରିଛି।

Advertisment

ପ୍ରଥମ ପର୍ଯ୍ୟାୟରେ ୬୦୦ ଡୋଜ ଟିକା ଆସିଛି। ଟିକା ନେଉଥିବା ଲୋକ ଅଧଘଣ୍ଟା ଅବଜର୍ଭେସନ୍‌ରେ ରହିବେ। ଦିନ ୧୦ଟା ରୁ ଅପରାହ୍ନ ୪ଟା ଭିତରେ ଟିକା ଦିଆଯିବ। ଏଥି ପାଇଁ ଥିବା ସମସ୍ତ ସରକାରୀ ନିୟମ ପାଳନ କରାଯିବ ବୋଲି କେୟାର ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଭ୍ୟାକସିନ୍ ଡୋଜ୍ ପିଛା ୧୧ ଶହ ୪୫ ଟଙ୍କା ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ