Advertisment

Green Sticker Drive: ସବୁ RTOରେ ଖୋଲିବ ସ୍ପେଶାଲ୍ କାଉଣ୍ଟର୍, ଗ୍ରୀନ୍ ଷ୍ଟିକର୍ ଦେବା ଆଗରୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଯାଞ୍ଚ ହେବ

ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡ଼ିରେ ଲଗାଇପାରିବେ ଗ୍ରୀନ୍ ଷ୍ଟିକର୍। ଏନେଇ ବିଜ୍ଞପ୍ତି ଜାରି କରିଛି ପରିବହନ ବିଭାଗ ।

Green Sticker

Green Sticker Photograph: (OTV)

Advertisment

ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡ଼ିରେ ଲଗାଇପାରିବେ ଗ୍ରୀନ୍ ଷ୍ଟିକର୍। ଏନେଇ ବିଜ୍ଞପ୍ତି ଜାରି କରିଛି ପରିବହନ ବିଭାଗ । RTO ମାନଙ୍କରେ ଗ୍ରୀନ୍ ଷ୍ଟିକର୍ ପ୍ରଦାନ କରାଯିବ । ଯେଉଁ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ରହିଥିବ ସେମାନେ ଆରଟିଓରୁ ଗ୍ରୀନ୍ ଷ୍ଟିକର୍ ନେଇପାରିବେ ।

Advertisment

ତେବେ ୧୦ ତାରିଖ ପରେ ପଲ୍ୟୁସନ୍ ସାର୍ଟିଫିକେଟ କଲେ ସିଧାସଳଖ PUC ଟେଷ୍ଟିଂ ସେଣ୍ଟରରେ ଷ୍ଟିକର୍ ଉପଲବ୍ଧ ହେବ। ସବୁ RTOରେ ଏଥିପାଇଁ ସ୍ପେଶାଲ୍ କାଉଣ୍ଟର ଖୋଲିବ। ଷ୍ଟିକର୍ ଦେବା ଆଗରୁ ଆରଟିଓରେ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍, RC ଏବଂ ବାହନ ଡାଟାବେସ୍ ଭଲଭାବରେ ଯାଞ୍ଚ କରାଯିବ। ଗ୍ରୀନ୍ ଷ୍ଟିକର୍ ଆଣିବା ବେଳେ ଅରିଜିନାଲ୍ PUCC, RC କପି ଏବଂ ପରିଚୟପତ୍ର ଦେଖାଇବାକୁ ପଡ଼ିବ । 

ଗାଡ଼ି ମାଲିକଙ୍କ ବଦଳରେ ଅନ୍ୟକେହି ଷ୍ଟିକର୍ ଆଣିବାକୁ ଗଲେ ଗାଡ଼ି ମାଲିକଙ୍କ ଅଥରାଇଜ୍ ଲେଟର୍ ଦେଖାଇବାକୁ ପଡ଼ିବ । ତେବେ ଗାଡ଼ିରେ ଗ୍ରୀନ୍ ଷ୍ଟିକର୍ ଲଗାଇବା ବାଧ୍ୟତାମୂଳ ନୁହେଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଗ୍ରୀନ୍ ଷ୍ଟିକର୍ ମାରିବା ଦ୍ବାରା ଚେକିଂ ସମୟରେ ସହଜ ହୋଇପାରିବ ।

Advertisment

RC କପି ଏବଂ ପରିଚୟପତ୍ର ଦେଖାଇବାକୁ ପଡ଼ିବ

ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍
ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିଲେ ପାଇବେ ଗ୍ରୀନ୍ ଷ୍ଟିକର୍
୧୦ ତାରିଖ ପୂର୍ବରୁ କରିଥିଲେ RTOରୁ ଆଣିପାରିବେ
୧୦ତାରିଖ ପରେ କରିଲେ PUC ଟେଷ୍ଟିଂ ସେଣ୍ଟରରେ ମିଳିବ
ସବୁ RTOରେ ଖୋଲାହେବ ସ୍ପେଶାଲ୍ କାଉଣ୍ଟର 
ଷ୍ଟିକର୍ ଦେବା ଆଗରୁ ଚେକ୍ ହେବ ପଲ୍ୟୁସନ୍ ସାର୍ଟିଫିକେଟ୍
RC ଏବଂ ବାହନ ଡାଟାବେସ୍ ଯାଞ୍ଚ କରାଯିବ
ଅରିଜିନାଲ୍ PUCC, RC କପି ଦେଖାଇବାକୁ ପଡ଼ିବ
ଗାଡ଼ି ମାଲିକ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ
ଅନ୍ୟ କେହି ଷ୍ଟିକର୍ ଆଣିବାକୁ ଗଲେ ଗାଡ଼ି ମାଲିକଙ୍କ ଅଥରାଇଜ୍ ଲେଟର୍ ଦେଖାଇବେ
ବିଜ୍ଞପ୍ତି ଜାରି କଲା ପରିବହନ ବିଭାଗ

PUCC Transport Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ