Advertisment

Son Fails to Identify Mother’s Body: ପୁଅ ଚିହ୍ନି ପାରିଲାନି ମାଆର ମୃତଦେହ, ଚକିତ ପୂରା ପରିବାର

ମାଆର ଶବକୁ ଚିହ୍ନି ପରିଲାନି ପୁଅ।  ଅନ୍ୟ ଜଣକର ଶବକୁ ଧରି ମେଡିକାଲରୁ ଘରକୁ ଫେରିବା ପରେ ଚକିତ ପୂରା ପରିବାର। ଗ୍ରାମବାସୀଙ୍କ ସହାୟତାରେ ପୁଣି ସେହି ଶବକୁ ନେଇ SCB ମେଡିକାଲ ଯାଇ ବଦଳ କରି ପ୍ରକୃତ ଶବକୁ ଆଣିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

DEADBODY

DEADBODY Photograph: (OTV)

Advertisment

ମାଆର ଶବକୁ ଚିହ୍ନି ପରିଲାନି ପୁଅ।  ଅନ୍ୟ ଜଣକର ଶବକୁ ଧରି ମେଡିକାଲରୁ ଘରକୁ ଫେରିବା ପରେ ଚକିତ ପୂରା ପରିବାର। ଗ୍ରାମବାସୀଙ୍କ ସହାୟତାରେ ପୁଣି ସେହି ଶବକୁ ନେଇ SCB ମେଡିକାଲ ଯାଇ ବଦଳ କରି ପ୍ରକୃତ ଶବକୁ ଆଣିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି  କଟକ ଜିଲ୍ଲା ସାଲେପୁର ବ୍ଲକର ଲୁଣାହାର ଗାଁରେ ।

Advertisment

ଗତକାଲି ଲୁଣାହାର ଗାଁରେ ବୃଦ୍ଧା ସ୍ୱର୍ଣ୍ଣଲତା ସାହୁଙ୍କୁ ହୃଦଘାତ ହୋଇଥିଲା। ତାଙ୍କୁ ପ୍ରଥମେ ସାଲେପୁର ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ମୃତ୍ୟୁ ହେବା ପରେ ସ୍ୱର୍ଣ୍ଣଲତାଙ୍କ ଶବକୁ ଶବ ଗୃହରେ ରଖାଯାଇଥିଲା। ପରେ SCB ପକ୍ଷରୁ ତାଙ୍କ ପୁଅକୁ ଶବ ଚିହ୍ନଟ କରିବାକୁ କୁହାଯାଇଥିଲା। ମୃତ ସ୍ୱର୍ଣ୍ଣାଲତାଙ୍କ ପୁଅ ଟିକେ ମାନସିକ ଦୁର୍ବଳ ହୋଇଥିବାରୁ ସେ ଠିକ ଭାବେ ତାଙ୍କ ମାଆଙ୍କ ଶବକୁ ଚିହ୍ନି ନପାରି ଅନ୍ୟ ଜଣଙ୍କ ଶବ ନେଇ ଗାଁକୁ ଆସିଥିଲେ।

ଗାଁରେ ଶବ ସତ୍କାର ପାଇଁ ଶବ ଉପରୁ ପଲିଥିନ ହଟାଇବା ପରେ ଶବଟି ସ୍ୱର୍ଣ୍ଣାଲତାଙ୍କ ନୁହେଁ ବୋଲି ଗାଁ ଲୋକେ ଦେଖିଥିଲେଏବଂ ସଂଗେ ସଂଗେ ଭୁଲ ଶବକୁ ନେଇ ପୁଣି SCB ଯାଇ ସ୍ୱର୍ଣ୍ଣଲତାଙ୍କ ଶବକୁ ଆଣି ଦାହ କରିଥିଲେ । ସେପଟେ ଶବ ଫେରାଇବାକୁ ମେଡିକାଲ କର୍ମଚାରୀ ଟଙ୍କା ମାଗିଥିବା ଓ ଶବଗୃହରେ ସ୍ୱର୍ଣ୍ଣାଲତାଙ୍କ କାନଫୁଲ କେହି କାଢ଼ି ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଏସସିବି ହସ୍ପିଟାଲରେ ବଦଳିଗଲା ଶବ
ପୁଅ ଚିହ୍ନି ପାରିଲାନି ମାଆର ମୃତଦେହ
ଶବ ବଦଳାଇବାକୁ ଟଙ୍କା ମାଗିଲେ ମେଡିକାଲ କର୍ମଚାରୀ
ଶବଗୃହରୁ ଶବର କାନଫୁଲ ଗାଏବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ