Advertisment

ଆସନ୍ତା ୨୧ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଓଡ଼ିଶାରେ ଏହା ଦୃଶ୍ୟମାନ ହେବ ନା ନାହିଁ ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ପଡ଼ିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଭାରତରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ପୂର୍ଣ୍ଣ ସୂର୍ଯ୍ୟପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ୧ ମିନିଟ ଧରି ବଳୟ ସୂର୍ଯ୍ୟପରାଗ ଦେଖାଯିବ। ଏହିସବୁ ଅଞ୍ଚଳକୁ ଛାଡ଼ି ଦେଲେ ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ। ଓଡ଼ିଶାର ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନା ନାହିଁ ?  ଓଡ଼ିଶାରେ ମଧ୍ୟ ଏହି […]

ଆସନ୍ତା ୨୧ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଓଡ଼ିଶାରେ ଏହା ଦୃଶ୍ୟମାନ ହେବ ନା ନାହିଁ ?

solar eclipse 2020

Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ପଡ଼ିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଭାରତରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ପୂର୍ଣ୍ଣ ସୂର୍ଯ୍ୟପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ୧ ମିନିଟ ଧରି ବଳୟ ସୂର୍ଯ୍ୟପରାଗ ଦେଖାଯିବ। ଏହିସବୁ ଅଞ୍ଚଳକୁ ଛାଡ଼ି ଦେଲେ ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ।

Advertisment

ଓଡ଼ିଶାର ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନା ନାହିଁ ? 

ଓଡ଼ିଶାରେ ମଧ୍ୟ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟପରାଗ ସାରା ଭାରତରେ ସକାଳ ୧୦ଟା ୨୦ ମିନିଟରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ଶେଷ ହେବ। ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୩୦ ମିନିଟ ମଧ୍ୟରେ ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ। ତେବେ ଭୁବନେଶ୍ୱରରେ ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୯ ମିନିଟରେ ଶେଷ ହେବ।

ସୁଚନା ଅନୁଯାୟୀ, ଏହି ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଘୋଡ଼ାଇ ଦେବ। ଏହି ସମୟରେ ସୂର୍ଯ୍ୟର ଧାରର କିଛି ଅଂଶ ଦେଖାଯିବ, ଯାହାକୁ ‘ରିଙ୍ଗ ଅଫ୍ ଫାୟାର’ କୁହାଯାଏ।

Advertisment

ଏହି ଦୃଶ୍ୟ ଦେଶର କେତେକ ସ୍ଥାନରେ ମାତ୍ର କିଛି ସେକେଣ୍ଡ ପାଇଁ ଦେଖାଦେବ। ଅନ୍ୟ କିଛି ସ୍ଥାନରେ ୧୨ ମିନିଟ ଯାଏ ଲୋକେ ଦେଖି ପାରିବେ।

ଜ୍ୟୋର୍ତିବିଜ୍ଞାନୀଙ୍କ କହିବା ଅନୁଯାୟୀ, ପରାଗର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯିବ। ପାକ ତ୍ୟାଗ ସମୟ  ଜୁନ ୨୦ ରାତି ୧୦ଟାରୁ ଆରମ୍ଭ ହେବ। ଏହି ସୂର୍ଯ୍ୟପରାଗ  ଆଫ୍ରିକା, ପାକିସ୍ତାନର ଦକ୍ଷିଣ ଭାଗ, ଉତ୍ତର ଭାରତ ଓ ଚୀନ୍‌ରେ ଦେଖିବାକୁ ମିଳିବ।

Advertisment

ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରକାରର ସୂର୍ଯ୍ୟପରାଗ ପୂର୍ବରୁ ୨୦୧୬, ସେପ୍ଟେମ୍ବର ୧ ଓ ୨୦୧୯, ସେପ୍ଟେମ୍ବର ୨୬ରେ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: କେମିତି ସୂର୍ଯ୍ୟପରାଗକୁ ଉପଭୋଗ କରିହେବ ସେ ନେଇ ସରଳ ଉପାୟ

Solar Eclipse Solar Eclipse 2020 Solar Eclipse In Odisha Solar Eclipse News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ