jungle-boy
ମାଲକାନଗିରି: ମାଲକାନଗିରିର ଜଙ୍ଗଲ ବଏ ରାଜେଶ ମଣ୍ଡଳ ବନ୍ୟ ପ୍ରାଣୀ ଶିକାର ପାଇଁ ରାଜେଶ ପ୍ରୋତ୍ସାହିତ କରୁଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ। ଏନେଇ ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବନ୍ୟ ପ୍ରାଣୀ ଶିକାର ପାଇଁ ରାଜେଶ ପ୍ରୋତ୍ସାହିତ କରୁଛନ୍ତି। କ୍ୟାମେରା କ୍ରିଉଙ୍କ ସହ ରାଜେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜେଶ।
ପ୍ରକାଶଥାଉକି, ଜଙ୍ଗଲରେ ସମୟ ବିତାଇବା ସହ ପଶୁ, ପକ୍ଷୀଙ୍କ ଗହଳିରେ ଜୀବନ କାଟୁଛନ୍ତି ଏହି ଯୁବକ। ଭୋପାଳ ଏନଆଇଟିରେ ଏମ୍ଟେକ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମାଲକାନଗିରି ଜିଲ୍ଲା ଏମଭି-୭୯ ଗାଁର ରବୀନ୍ଦ୍ର ମଣ୍ଡଳଙ୍କ ପୁଅ ରାଜେଶ ମଣ୍ଡଳ। ହେଲେ ଚାକିରି ପ୍ରତି ରାଜେଶ ମନ ନ ଦେଇ ଏବେ ଜଙ୍ଗଲ ବୟ ପାଲଟିଛନ୍ତି। ଏମ୍ଟେକ୍ ସରିଲା ପରେ ସେ ଚାକିରି ପଛରେ ନ ଧାଇଁ ଅନ୍ୟ ପାଇଁ କିଛି କରିବାର ଆଶାରେ ସେ ଏବେ ପାଲଟି ଯାଇଛନ୍ତି ପ୍ରକୃତି ମଣିଷ।
ବିୟର୍ ଗ୍ରିଲ୍ସଙ୍କ ପ୍ରୋଗ୍ରାମରେ ଅନୁପ୍ରେରିତ ହୋଇ ଜଙ୍ଗଲରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ବଞ୍ଚି ରହିବାର ଜ୍ଞାନକୌଶଳ ଶିଖିବା ସହ ପ୍ରଶିକ୍ଷଣ ଦେଉଛନ୍ତି ରାଜେଶ। ଭୋକ ଲାଗିଲେ ଜଙ୍ଗଲି ଖାଦ୍ୟ ପ୍ରସ୍ତୁତ କରି ଖାଇବା ସହ ଜୀବଜନ୍ତଙ୍କୁ ସେ ସାମ୍ନା ମଧ୍ୟ କରିପାରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jungle-boy_1625144223.jpg)