Advertisment

Smart Helmet: ବିନା ହେଲମେଟରେ ଷ୍ଟାର୍ଟ ହେବନି ଗାଡି, ମଦ୍ୟ ପାନ କରିଥିଲେ ବି ଗଡିବନି

ବିନା ହେଲମେଟରେ ଷ୍ଟାର୍ଟ ହେବନି ଗାଡି। ମଦ୍ୟ ପାନ କରିଥିଲେ ବି ଗଡିବନି। ଏମିତି ଚମତ୍କାର କରିଛନ୍ତି କୁନି ବୈଜ୍ଞାନିକ। ତିଆରି କରିଛନ୍ତି ଅଭିନବ ପ୍ରକଳ୍ପ।

Smart Helmate

Smart Helmate Photograph: (OTV)

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଏକ ଘରୋଇ ସ୍କୁଲରେ ଵାଲ୍ ବୈଜ୍ଞାନିକଙ୍କ ଦ୍ଵାରା ନୂଆ କୌଶଳରେ ବିଜ୍ଞାନ ପ୍ରଦର୍ଶନୀ କରାଯାଇଛି। ଏଥିରେ ୫ମ ଶ୍ରେଣୀର ଛାତ୍ର ଚିନ୍ମୟ ସାହୁଙ୍କ ପ୍ରୋଜେକ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ଏମିତି ଏକ ସ୍ମାର୍ଟ ହେଲମେଟ୍ ତିଆରି କରିଛନ୍ତି ଯାହା ନ ପିନ୍ଧିଲେ ବାଇକ୍ ଷ୍ଟାର୍ଟ ହେବ ନାହିଁ।

Advertisment

କୁନି ବୈଜ୍ଞାନିକ ଚିନ୍ମୟ ସାହୁ ଏହି ହେଲମେଟରେ ଏକ ଅଟୋମେଟିକ ଇଲେକ୍ଟ୍ରିକାଲ ସେନ୍ସର ବ୍ୟବହାର କରିଛନ୍ତି, ଯାହାର ଅନ୍ୟ ଏକ ସେନ୍ସର ବାଇକର ମଡେଲରେ ଅଛି। ଫଳରେ ହେଲମେଟ୍ ନ ପିନ୍ଧିବା ଯାଏ ବାଇକ୍ ଷ୍ଟାର୍ଟ ହେବନି। ଖାଲି ସେତିକି ନୁହେଁ, ମଦ୍ୟପାନ କରିଥିଲେ ମଧ୍ୟ ଏହି ସେନ୍ସର ଡିଟେକ୍ଟ୍ କରିନେବା ଆଉ ଯେତେ ଷ୍ଟାର୍ଟ କଲେ ହେବ ନାହିଁ। ଚିନ୍ମୟ ଏହି ପ୍ରୋଜେକ୍ଟ କରିବା ନେଇ ୟୁଟୁଵ୍ ସାହାଯ୍ୟ ନେଇଥିବା ତାଙ୍କ ବାପା କହିଛନ୍ତି। 

ତେବେ ଚିନ୍ମୟଙ୍କ ଏହି ପ୍ରୋଜେକ୍ଟଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ସୁରକ୍ଷିତ ଗାଡି ଚାଳନା ନେଇ ଏହା ଏକ ଦିଗ୍‌ଦର୍ଶନ ହେବ ହୋଲି ଆଶା କରାଯାଏ।

Advertisment

Helmet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ