PALASAUNI-SKYWALK Photograph: (OTV)
ବଦଳିଯିବ ରସୁଲଗଡ଼-ପଳାଶୁଣି ରାସ୍ତାର ଚେହେରା
ତଳେ ଚାଲିବ ଗାଡ଼ି
ଉପରେ ଚାଲିବେ ପଥଚାରୀ
ଦିଲ୍ଲୀ-ମୁମ୍ବାଇ ଷ୍ଟାଇଲ୍ ରେ ତିଆରି ହେବ ସ୍କାଏ ୱାକ୍
ଠାଏ ଠାଏ ଓହ୍ଲାଇବାକୁ ବି ରହିବ ବାଟ
ତାହାଲେ କେମିତି ରହିବ ଏ ସ୍କାଏ ୱାକ୍ ର କାୟାକଳ୍ପ ?
NHAI ଓଡ଼ିଶା ମୁଖ୍ୟ ବୀରେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ- ପଳାଶୁଣୀରୁ ରସୁଲଗଡ଼ ରାସ୍ତାରେ ପଥଚାରୀଙ୍କ ସଂଖ୍ୟା ବହୁ ଅଧିକ। ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଫୁଟପାଥ ନଥିବାରୁ ରାସ୍ତା ଦୁର୍ଘଟଣାରେ ଅକାରଣରେ ଅନେକ ଜୀବନ ଯାଉଛି। ତାକୁ ରୋକିବାକୁ ହୋଇଛି ବଡ଼ ପ୍ଲାନ୍। ବାମ ପାର୍ଶ୍ବରେ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସ୍କାଏ ୱାକ୍ ବା ଛାୟାପ୍ରଦ ସେଡ୍ ବିଶିଷ୍ଟ ପାଦଚଲା ରାସ୍ତା। ଯାହାର ଦୂରତ୍ବ ରହିବ ୫ ଶହ ମିଟର।
ଦିନ-ରାତି ସବୁବେଳେ ତା ଉପରେ ଲୋକେ ଯା’ ଆସ କରିବେ। ତଳ ରାସ୍ତାରେ କେବଳ ଗାଡ଼ି ମୋଟର ଯିବ। ଫୁଟ୍ ଓଭର ବ୍ରିଜ୍ ରୁ ସ୍କାଏ ୱାକ୍ କୁ ଚଢ଼ିବାକୁ ଶିଡ଼ି ସହ ଏସ୍କାଲେଟର ବ୍ୟବସ୍ଥା ରହିବ। ବାଟରେ ଦୁଇରୁ ତିନିଟି ସ୍ଥାନରେ ଓହ୍ଲାଇବା ସୁବିଧା ରହିବ। ଯାହାକୁ ରାଜଧାନୀ ବାସିନ୍ଦା ଉତ୍ତମ ବ୍ୟବସ୍ଥା ବୋଲି ଦର୍ଶାଇଛନ୍ତି।...
ବାସ୍ତବରେ କିଭଳି ହୋଇଥାଏ ସ୍କାଏୱାକ୍ ବ୍ୟବସ୍ଥା ?
୪ ଲେନ୍ ହେବ ୬ ଲେନ୍
ତେବେ ପଳାଶୁଣୀ-ରସୁଲଗଡ଼ ରାସ୍ତାରେ ଖାଲି ଯେ ପଥଚାରୀଙ୍କ ସୁବିଧା ଲାଗି ଅତ୍ୟାଧୁନି ସ୍କାଏ ୱାକ୍ ନିର୍ମାଣ ହେବ ତା ନୁହେଁ- ଏନଏଚ୍ ୧୬ ଅଧୀନରେ ଆସୁଥିବା ଉକ୍ତ ଜାତୀୟ ରାଜପଥକୁ ୬ ଲେନ୍ କରାଯିବ। ଏବେ ତାହା ୪ ଲେନ୍ ଅଛି- ହେଲେ ସନ୍ଧ୍ୟା ଓ ଦିନ ୯ଟାରୁ ଅସମ୍ଭାଳ ଟ୍ରାଫିକ୍ ଜାମ୍ ହେଉଛି। ଏଥିରୁ ନିସ୍ତାର ପାଇଁ ସେ ରାସ୍ତାର ଦୁଇ ପାର୍ଶ୍ବ ତିନି ତିନି ଲେନ୍ ଲେଖାଏଁ ନିର୍ମାଣ ହେବ।
ଏଥିପାଇଁ ୨୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ନେଇ NHAI ଓଡ଼ିଶା ମୁଖ୍ୟ ସୂଚନା ଦେବା ସହ ଆଗାମୀ ଦେଢ଼ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। କିଛି ଦିନ ତଳୁ ସେଥିପାଇଁ କାମ ଆରମ୍ଭ ହୋଇ ସାରିଛି। ଯେଉଁଥିପାଇଁ ବେଳେବେଳେ ୱାନ ୱେ ଟ୍ରାଫିକ୍ ଆପଣାଇବାକୁ ପଡୁଛି। ତେବେ ରାସ୍ତା ଚଉଡ଼ା ହୋଇଗଲେ ଆଉ ସେ ସମସ୍ୟା ରହିବନି ବୋଲି କହିଛନ୍ତି ସ୍ଥାନୀୟ ଲୋକେ।...
ସେପଟେ ପଳାଶୁଣି ରାସ୍ତାକୁ ସିକ୍ସ ଲେନ୍ ରେ ପରିଣତ ସହ ସେଠି ସ୍କାଏ ୱାକ୍ ନିର୍ମାଣ ନିଷ୍ପତ୍ତିକୁ ସଡ଼କ ସୁରକ୍ଷା କର୍ମୀ ସ୍ବାଗତ କରିଥିବାବେଳେ ଏ କାମ ବହୁ ଆଗରୁ କରିବାର ଥିଲା ବୋଲି କହିଛନ୍ତି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/19/palasauni-skywalk-2026-02-19-20-24-25.jpg)