Advertisment

ଦୁଃଖଦ ସମୟରେ କର୍ତ୍ତବ୍ୟକୁ ଭୁଲିଲେନି ରାଜ୍ୟପାଳ

ଭୁବନେଶ୍ୱର: ଏକାଥରକେ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭିସି ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି ଭାବେ ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏନ୍. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କିଶୋର ବାସା ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫୁଲ୍ଲ ମହାନ୍ତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର […]

ଅଦ୍ୟତନ ହୋଇଛି
ଦୁଃଖଦ ସମୟରେ କର୍ତ୍ତବ୍ୟକୁ ଭୁଲିଲେନି ରାଜ୍ୟପାଳ

governor ganeshi lal

Advertisment

ଭୁବନେଶ୍ୱର: ଏକାଥରକେ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭିସି ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି।

Advertisment

ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି ଭାବେ ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏନ୍. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କିଶୋର ବାସା ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫୁଲ୍ଲ ମହାନ୍ତି ନିଯୁକ୍ତ ହୋଇଛନ୍ତି।

ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଣୀ ଲାଲ୍ ନୂଆ ଭିସିମାନଙ୍କୁ ନିଯୁକ୍ତ କରିଛନ୍ତି। ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ପତ୍ନୀ ବିୟୋଗ ସତ୍ତ୍ୱେ ସେ ଏହି ନିଯୁକ୍ତି ଦେଇଛନ୍ତି।

Advertisment

ଚଳିତ ମାସରେ ଏସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କର କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ନବନିଯୁକ୍ତ କୁଳପତିମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ଲାଗି ଅତିକମ୍‌ରେ ସାତ ଦିନର ସମୟ ଦେବାକୁ, ନିଜର ସବୁଠୁ ଦୁଃଖଦ ସମୟରେ ମଧ୍ୟ କୁଳାଧିପତି ନୂଆ କୁଳପତିଙ୍କୁ ଆଜି ହିଁ ନିଯୁକ୍ତ କରି ନିଜ କର୍ତ୍ତବ୍ୟପରାୟଣତାର ପରିଚୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ