Advertisment

ନିରାଡମ୍ବରରେ ଶିତଳଷଷ୍ଠୀ, ବୈଦିକ ରୀତିନୀତିରେ ମହାଦେବ-ପାର୍ବତୀଙ୍କ ବିବାହ

ଭଦ୍ରକ: ଭଦ୍ରକ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହୋଇଥିଲା ।…

ଅଦ୍ୟତନ ହୋଇଛି
ନିରାଡମ୍ବରରେ ଶିତଳଷଷ୍ଠୀ, ବୈଦିକ ରୀତିନୀତିରେ ମହାଦେବ-ପାର୍ବତୀଙ୍କ ବିବାହ

vlcsnap-error951

Advertisment

ଭଦ୍ରକ: ଭଦ୍ରକ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହୋଇଥିଲା । ପରେ ହଳଦୀ, ଚନ୍ଦନ ଓ ସୁବାଷିତ ଜଳରେ ଦ୍ୱିତୀୟ ମଙ୍ଗୁଳାନୀତି କରାଯାଇ ନବବସ୍ତ୍ର ଲାଗି କରାଯାଇଥିଲା ।

Advertisment

ଏଥିସହ ମନ୍ଦିର ପ୍ରାଙ୍ଗଣରେ ଥିବା ମାତା ପାର୍ବତୀଙ୍କୁ ମଙ୍ଗୁଳାନୀତି କରାଯାଇ ନୂଆ ଶାଢୀ ପିନ୍ଧାଯାଇଥିଲା । ସେପଟେ ବରପିତା ଓ କନ୍ୟାପିତାଙ୍କ ଘରକୁ ସୋମବାର ବାବା ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ହରଗୌରୀଙ୍କୁ ଲୋକାଚାରରେ ମହିଳାମାନେ ମଙ୍ଗୁଳା କାର୍ଯ୍ୟ କରିଛନ୍ତି । ଚଳିତ ବର୍ଷ କୋଭିଡ କଟକଣା ଜାରୀ ରହିଥିବାରୁ ସୀମିତ ସେବାୟତଙ୍କ ଦ୍ୱାରା ଏକ ସୁସଜ୍ଜିତ ବିମାନରେ ବରଧରା ଶୋଭାଯାତ୍ରା ଆରମ୍ଭ ହୋଇଛି । ମହାମାରୀ କରୋନା ପାଇଁ ପୀଠରେ ୧୪୪ ଧାରା ଜାରି କରାଯାଇଛି । ପୀଠରେ ବ୍ୟାପକ ପୋଲିସ ମୃତୟନ ଅଛନ୍ତି ।

Sitalsasthi

ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ, ସମ୍ବଲପୁରରେ ବିଭିନ୍ନ ଶିବ ମନ୍ଦିରରେ ଗଣ୍ଠାଳ ଫିଟା ନୀତି ଅନୁଷ୍ଠିତ ହୋଇଛି । ଚଳିତ ବର୍ଷର କନ୍ୟା ପିତାମାତା ଶିବ ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ନିଜ ଘରକୁ ନେଇଛନ୍ତି । ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଛି । ଗତକାଲି ସଂଧ୍ୟାରେ ଦେବ ନିମନ୍ତ୍ରଣ କାର୍ଯ୍ୟ ଶେଷ ହୋଇଛି । ଚଳିତ ବର୍ଷ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଛି ଶୀତଳଷଷ୍ଠୀ ଯାତ୍ରା । ଏବର୍ଷ ଶୀତଳଷଷ୍ଠୀରେ ଅନ୍ୟ ବର୍ଷ ଭଳି ବିବାହ ଶୋଭାଯାତ୍ରା ବାହାରିବନି କିମ୍ବା ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ବି ସହର ପରିକ୍ରମା କରିବନି । ବିବାହ ଓ ଯୁଗଳ ଦର୍ଶନ ଉଭୟ ମନ୍ଦିର ପରିସରରେ ହିଁ କରାଯିବାକୁ ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ