Advertisment

SIR Exercise from April 1: ଆସନ୍ତା ଏପ୍ରିଲ ୧ରେ ରାଜ୍ୟରେ ଆରମ୍ଭ ହେବ SIR, ୯୫% ମ୍ୟାପିଂ ଲକ୍ଷ୍ୟ ଥିବା କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

୨୦୦୨ ମସିହାରେ ଯେଉଁ ବୁଥରେ ମତଦାନ କରିଥିଲେ ସେହି ବୁଥ ନମ୍ବର କହିଲେ ବି ସଂଶୋଧନ ହେବ। କିନ୍ତୁ ଯଦି ଜଣକ ପାଖରେ କିଛି ବି ଲିଷ୍ଟ ନାହିଁ ତେବେ ତାକୁ ୧୧ ନମ୍ବର ବିଶିଷ୍ଟ ଫର୍ମ ଦିଆଯିବ।

SIR

SIR Photograph: (OTV)

Advertisment

ରାଜ୍ୟରେ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ SIR। ରାଜ୍ୟରେ ୯୦ ପ୍ରତିଶତ ଭୋଟର ତାଲିକାରେ ସଂଶୋଧନ ହୋଇ ସାରିଛି। ବାକି ୧୦ ପ୍ରତିଶତ ମଧ୍ୟରୁ ଅତିକମରେ ୮ ପ୍ରତିଶତ ସଂଶୋଧନ ହେବ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଆମେ ଚେଷ୍ଟା କରୁଛୁ ଶତ ପ୍ରତିଶତ ସଂଶୋଧନ ପାଇଁ।

Advertisment

୨୦୦୨ ଆଧାରରେ ସଂଶୋଧନ କରାଯିବ। ୨୦୦୨ ମସିହାରେ ଯେଉଁ ବୁଥରେ ମତଦାନ କରିଥିଲେ ସେହି ବୁଥ ନମ୍ବର କହିଲେ ବି ସଂଶୋଧନ ହେବ। କିନ୍ତୁ ଯଦି ଜଣକ ପାଖରେ କିଛି ବି ଲିଷ୍ଟ ନାହିଁ ତେବେ ତାକୁ ୧୧ ନମ୍ବର ବିଶିଷ୍ଟ ଫର୍ମ ଦିଆଯିବ।

ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେମିତି ଭୋଟର ଏନରୋଲମେଣ୍ଟ ପୁରା କ୍ଲିନ୍ ହେବା ଦରକାର। ଯଦି କାହାର ଦୁଇ ଆଡେ ଭୋଟର ତାଲିକାରେ ନାଁ ଥାଏ ତେବେ ସେ ଗୋଟିଏ ଜାଗାରେ ରଖି ପାରିବେ। ଦୁଇଟି ବା ଏକାଧିକ ଜାଗାରେ ରଖିଲେ ତାହା ଦଣ୍ଡନୀୟ ଅପରାଧ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଲନ। ....

Advertisment

ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
୨୦୨୫ ଭୋଟର ତାଲିକାରେ ଅଛନ୍ତି, ୨୦୦୨ରେ ବି ଥିଲେ BLOଙ୍କୁ ଜଣାଇବେ
୨୦୦୨ରେ କେଉଁ ନିର୍ବାଚନମଣ୍ଡଳୀରେ ଥିଲେ BLOଙ୍କୁ ଜଣାଇବେ
ଆମେ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ କରିସାରିଛୁ
ଏହାର ଅର୍ଥ ୨୦୨୫ ଭୋଟର ତାଲିକାରେ ଥିବା ୯୦%ଙ୍କୁ ଟ୍ରେସିଂ କରିପାରିଛୁ
୨୦୨୫ ତାଲିକାରେ ଥିବା ୯୦% ୨୦୦୨ ତାଲିକାରେ ବି ଅଛନ୍ତି
ଆଉ ୧୦ ପ୍ରତିଶତ ଆମ ପାଇଁ କଷ୍ଟକର, ସହରାଞ୍ଚଳ ପାଇଁ ସମସ୍ୟା
ଯଦି ୨୦୦୨ରେ ଆପଣଙ୍କ ନାଁ ନଥିଲା, ଆପଣଙ୍କ ବାପାମାଆଙ୍କୁ ଖୋଜାଯିବ
୯୫% ମ୍ୟାପିଂ ଆମର ଲକ୍ଷ୍ୟ, ଏଭଳି ହେଲେ ସମସ୍ତଙ୍କ ପାଇଁ ସୁବିଧା ହେବ

Election SIR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ