water--require
କନ୍ଧମାଳ (ତ୍ରିନାଥ ସାହୁ): ଡ୍ୟାମର ପାଦଦେଶରେ ଗାଁ ହେଲେ ପାଣି ପାଇଁ ହନ୍ତସନ୍ତ। ଗ୍ରାମବାସୀ ପିଇବା ପାଣି ପାଇଁ ଚାଲିଚାଲି ଯିବାକୁ ପଡୁଛି ଗୋଟେ କିଲୋମିଟର ହେଲେ ସେଠାରେ ବି ମିଳୁନି ପିଇବା ଉପାଯୋଗୀ ଜଳ। ଦୀର୍ଘ ଦିନ ଧରି ଏଭଳି ଜଳକଷ୍ଟ ଭୋଗୁଛନ୍ତି ଫୁଲବାଣୀ ଖଜୁରୀପଡା ବ୍ଲକର ସିଦଙ୍ଗି ଗ୍ରାମବାସୀକନ୍ଧମାଳ ଜିଲ୍ଲାର ସିଦିଙ୍ଗି ଗାଁ। ଏହାର ଅବସ୍ଥିତି ଜିଲ୍ଲାର ସବୁଠାରୁ ବଡ ସେଚ ପ୍ରକଳ୍ପ ପାଇଁ ହୋଇଥିବା ପିଲାସାଲୁଙ୍କୀ ଡ୍ୟାମର ତଳଦେଶରେ। ହେଲେ ବିଡମ୍ବନାର କଥା ଯେ ବିରାଟ ଜଳଭଣ୍ଡାରର ତଳଦେଶରେ ଥାଇ ବି ଏଠାକାର ଗାଁ ଲୋକେ ଉତ୍କଟ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହୋଇଛନ୍ତି।
ଦୀର୍ଘ ସମୟ ଧରି ଯେଉଁଠି ସାଲୁଙ୍କୀ ନଦୀର ପାଣିକୁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପୁରା ଫୁଲବାଣୀ ସହରକୁ ଜଳଯୋଗାଣ କରାଯାଏ। ସେଠି ଜଲଭଣ୍ଡାରର ପାଦଦେଶରେ ଥାଇ ବି ଏହି ଗାଁ ଲୋକଙ୍କ ପାଖରେ ପହଞ୍ଚିପାରୁନି ପାନୀୟ ଜଳ। ଗାଁରେ ରହିଛି ୪ଟି ନଳକୂପ ହେଲେ ଏଠାରୁ ବାହାରୁଛି କଳଙ୍କି ମିଶ୍ରିତଦୂଷିତ ପାଣି। ଫଳରେ ଗାଁ ଠାରୁ ୧କିଲୋମିଟର ଦୁରରେ ଥିବା ଏକ ପରିତ୍ୟକ୍ତ କୂଅକୁ ଯାଇ ପାଣି ଆଣିବା ଛଡା ଅନ୍ୟ ଉପାୟ ନାହିଁ। ଯେଉଁ ଗୋଟିଏ ମାତ୍ର କୂଅ ଉପରେ ପୁରା ଗାଁ ଲୋକେ ଭରସା କରିଥାନ୍ତି। ସେଠୁ ଦୂଷିତ ପାଣିକୁ କପଡାରେ ଛାଣି ବ୍ୟବହାର କରନ୍ତି ଗ୍ରାମବାସୀ।
ଏହି ଦୁଷିତ ପାଣିକୁ ବ୍ୟବହାର କରି ନାନା ରୋଗରେ ପୀଡିତ ହେଉଥିବା ବି କହିଛନ୍ତି ଗ୍ରାମବାସୀ। ଏ ନେଇ ସେମାନେ ବହୁବାର
ପଞ୍ଚାୟତର ସରପଞ୍ଚଙ୍କଠାରୁ ଆରମ୍ଭ କରି ଖଜୁରୀପଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।
ତେବେ ପାଣିର ନମୁନା ସଂଗ୍ରହ କରାଯାଇଛି। ଯାଞ୍ଚ କରାଯିବା ପରେ ଗାଁରେ ନଳକୂପ ନିର୍ମାଣ କରାଯିବ ଓ ଗ୍ରାମବାସୀ ଚାହିଁଲେ
ଟ୍ୟାଙ୍କର ଯୋଗେ ଜଲଯୋଗାଣ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/water-require_1622703317.jpg)