Recruitment Scam Photograph: (OTV)
ପୋଲିସ ଏସଆଇ ଚାକିରି ମହାଘୋଟାଲାରେ ଫେରାର୍ ଅଭିଯୁକ୍ତଙ୍କୁ ଆଉ ନାହିଁ ନିସ୍ତାର, ଯେଉଁଠି ଥିଲେ ବି ଖୋଜି ବାହାର କରିବ କ୍ରାଇମବ୍ରାଞ୍ଚ। କିଙ୍ଗପିନ୍ କୁହାଯାଉଥିବା ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ଓ ସହଯୋଗୀ ମୁନା ମହାନ୍ତିର ଏଯାଏଁ ଟେର୍ ମିଳୁନଥିବାରୁ ଉଭୟଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ୍ ସର୍କୁଲାର୍।
ତାସହ ଶଙ୍କର ଓ ମୁନ୍ନା ସମେତ ୧୦ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ବି ଫ୍ରିଜ୍ ହୋଇଛି। କ୍ରାଇମବ୍ରାଞ୍ଚ ପଞ୍ଝାକୁ କିଙ୍ଗପିନ୍ ଶଙ୍କର ଆସିଲେ ହିଁ ଏସଆଇ ପରୀକ୍ଷା ଦୁର୍ନୀତିର ପେଡ଼ି ଖୋଲିବ।...
କେଉଁଠି ଲୁଚିଛନ୍ତି SI ପରୀକ୍ଷା ଘୋଟାଲାର କିଙ୍ଗପିନ୍ ? କାହା ଛତ୍ରଛାୟାରେ ଆତ୍ମଗୋପନ କରିଛନ୍ତି ଅଭିଯୁକ୍ତ ? ରାଜ୍ୟ ଭିତରେ ଅଛନ୍ତି ନା ବାହାରକୁ ଖସି ପଳାଇଛନ୍ତି ? ଯେଉଁଠି ଲୁଚିଥିଲେ ବି ଖୋଜି ବାହାର କରିବ କ୍ରାଇମବ୍ରାଞ୍ଚ । ଦେଶ ବାହାରକୁ ଛୁ ମାରିବାକୁ ଫନ୍ଦି କରୁଥିଲେ ସେମାନଙ୍କ ବାଟ ବନ୍ଦ । କାରଣ ଫେରାର୍ ଅଭିଯୁକ୍ତଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର୍ ।
ଏସଆଇ ପରୀକ୍ଷା ସ୍କାମର ଦୋଷୀଙ୍କୁ ପାତାଳରୁ ଖୋଜି ବାହାର କରିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ଆକ୍ସନ ମୋଡକୁ ଓହ୍ଲାଇଛି କ୍ରାଇମବ୍ରାଞ୍ଚ। ଘଟଣାର ମାଷ୍ଟରମାଇଣ୍ଟ କୁହାଯାଉଥିବା ଶଙ୍କର ପୃଷ୍ଟି ଓ ସହଯୋଗୀ ମୁନ୍ନା ମହାନ୍ତିଙ୍କ କୌଣସି ଟେର୍ ପାଇପାରୁନି ତଦନ୍ତକାରୀ ଟିମ୍।
ଫେରାର୍ ଅଭିଯୁକ୍ତ ଯେମିତି ବାହାରକୁ ଖସି ନଯିବେ ସେଥିପାଇଁ ଲୁକ୍ ଆଉଟ୍ ସର୍କୁଲାର୍ ଜାରି ହୋଇଛି। ଅର୍ଥାତ୍ ଅଭିଯୁକ୍ତ ଆଉ ଦେଶ ଛାଡି ଯାଇ ପାରିବେ ନାହିଁ। ଲୁକଆଉଟ୍ ସର୍କୁଲାର ଆଧାରରେ ସବୁ ବିମାନବନ୍ଦରକୁ ସେମାନଙ୍କ ବାବଦରେ ତଥ୍ୟ ଦେଇଛି କ୍ରାଇମବ୍ରାଞ୍ଚ। ଖାଲି ସେତିକି ନୁହେଁ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ବି ଫ୍ରିଜ୍ ହୋଇଛି। ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟକୁ ଅଚଳ କରିଛି ତଦନ୍ତକାରୀ ସଂସ୍ଥା। ଅଭିଯୁକ୍ତଙ୍କୁ ଧରିବାକୁ ୪ଟି ସ୍ପେଶାଲ ଟିମ୍ ଝାଡ଼ଖଣ୍ଡ ଓ ବିହାରରେ ଘନଘନ ରେଡ୍ ବି ଜାରି ରଖିଥିବା ଜଣାପଡିଛି। ....
ପୋଲିସ ଏସଆଇ ପରୀକ୍ଷା ଘୋଟାଲାରେ ଏପର୍ଯ୍ୟନ୍ତ ୧୧୯ ଜଣ ବନ୍ଧା ହେଲେଣି। ଯାହାଙ୍କ ଭିତରେ ଅଛନ୍ତି ୫ ଦଲାଲ। ପୁରା ଘଟଣାର କିଙ୍ଗପିନ୍ ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ଧରାପଡ଼ିଲେ ପରୀକ୍ଷା କେଳେଙ୍କାରୀ ସିଣ୍ଡିକେଟ୍ ଖୋଲିବ। କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗରୁ ତଦନ୍ତକୁ ଜୋରଦାର କରିଥିବା ବେଳେ ଫୋକସରେ ରହିଛି ମୁଖ୍ୟତଃ ୩-୪ଟି ଦିଗ।
ଚାକିରି କେଳେଙ୍କାରୀରେ ଅଭିଯୁକ୍ତଙ୍କର କିଭଳି ଥିଲା ସଂପୃକ୍ତି ? କିଏ ଥିଲେ ସେମାନଙ୍କ ବସ୍ ? କାହା ଛତ୍ରଛାୟା ତଳେ ଓ କେବେଠାରୁ ଚାଲୁଥିଲା ପୋଲିସ୍ ଏସଆଇ ଚାକିରି କେଳେଙ୍କାରୀ ? କେଉଁ ସରକାରୀ ବାବୁଙ୍କ ସଂପୃକ୍ତି ରହିଛି କି ? ଚାକିରି କାରବାରରେ କେତେ ଟଙ୍କାର କାରବାର ହୋଇଛି ? କେଉଁ ବାଟରେ ଆସୁଥିଲା ଓ କାହା ପାଖକୁ ଯାଉଥିଲା ଟଙ୍କା ? ଏମିତି ତମାମ ପ୍ରଶ୍ନବାଚୀ ଭିତରେ ପରୀକ୍ଷା ମହା ଦୁର୍ନୀତିର ପର୍ଦ୍ଦାଫାସ କରିବା କ୍ରାଇମବ୍ରାଞ୍ଚ ଆଗରେ ବଡ଼ ଚ୍ୟାଲେଞ୍ଜ।
ଚାକିରି ଦୁର୍ନୀତିର ଖିଅ ଖୋଜା ଚାଲିଥିବା ବେଳେ ଶଙ୍କର ପୃଷ୍ଟି ଲିଙ୍କରେ ବିଭିନ୍ନ ସ୍ଥାନରେ ପଞ୍ଝା ବି ମାରିଛି କ୍ରାଇମବ୍ରାଞ୍ଚ। ଭୁବନେଶ୍ବର ରଘୁନାଥପୁରରେ ଗୋଟିଏ ପରୀକ୍ଷା ସେଣ୍ଟରକୁ ସିଲ୍ କରାଯାଇଛି। ସେହିପରି ବଣିକ କୋଚିଂ ସେଣ୍ଟରରେ ରେଡ୍ ସହ ୩ ଜଣ କର୍ମଚାରୀଙ୍କୁ ମାରାଥନ୍ ଜେରା ବି କରିସାରିଛି କ୍ରାଇମବ୍ରାଞ୍ଚ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/13/recruitment-scam-2025-10-13-19-54-34.jpg)