Advertisment

SI Exam Scam Exposed: SI ପରୀକ୍ଷା କେଳେଙ୍କାରୀ: ଜଣାପଡ଼ିଗଲା କେଉଁ କୋଚିଂରୁ ହୋଇଛି ଘୋଟାଲା, ପୋଲିସ ପାଖରେ ଲମ୍ବା ତାଲିକା

ପୋଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ଘଟଣାରେ ରାଜ୍ୟର ଅନେକ କୋଚିଂ ସେଣ୍ଟର ସିଧାସଳଖ ସାମିଲ୍ ଥିଲେ । ପିଲାଙ୍କୁ କିଏ କେମିତି ଯୋଗାଯୋଗ କରିଥିଲେ ସେ ତଥ୍ୟ ପୋଲିସ୍ ହାତରେ ଲାଗିଛି।

Police-SI-Job

Police-SI-Job Photograph: (OTV)

Advertisment

SI ପରୀକ୍ଷା (Odisha Police SI Exam) କେଳେଙ୍କାରୀର ବଡ଼ ଖୁଲାସା ।  ଜଣାପଡ଼ିଗଲା କେଉଁ କୋଚିଂ ସେଣ୍ଟର ଯୋଗାଉଥିଲା ପିଲା ! ପୋଲିସ SI ନିଯୁକ୍ତି କେଳେଙ୍କାରୀ ପଛରେ ଅଛନ୍ତି କେଉଁ ସବୁ କୋଚିଂ ସେଣ୍ଟର ? କୋଚିଂ ସେଣ୍ଟରର ସଂଖ୍ୟା କେତେ ? କେଉଁ ସହରରୁ ପିଲାଙ୍କୁ ହେଉଥିଲା ଯୋଗାଯୋଗ ?  ପିଲାଙ୍କୁ କିଏ କେମିତି କରିଥିଲା କଣ୍ଟାକ୍ଟ ! ଏସବୁ ଏବେ ପୋଲିସ ହାତରେ ଲାଗିସାରିଛି । 
ବ୍ରହ୍ମପୁର ପୋଲିସ ୧୧୭ ଜଣଙ୍କ ନାଁରେ ଏକ ୧୨ ଫର୍ଦ୍ଦିଆ ତଥ୍ୟ ତାଲିକା ଜାରି କରିଥିବାବେଳେ ଯେଉଁଥିରେ ରହିଛି କୋଚିଂ ସେଣ୍ଟରର ନାଁ, ପରୀକ୍ଷାର୍ଥୀଙ୍କ ନାଁ, ମୋବାଇଲ୍ ନମ୍ବର, ଏକ୍ସଜାମ୍ ରୋଲ୍ ନମ୍ବର ଏବଂ ମାଷ୍ଟର ମାଇଣ୍ଡ ମାନଙ୍କ ସବୁ କାରନାମା । ଯାହାର ସବୁ ତଥ୍ୟ ଗୋଟି ଗୋଟି କରି ଦେଇଛି ବ୍ରହ୍ମପୁର ପୋଲିସ । ଏମିତିକି, କିଏ କାହାକୁ କେତେ ଥର କଲ୍ କରିଛି ? କତେ ଦିନ ଧରି ଯୋଗାଯୋଗରେ ଅଛି ? କ’ଣ ସବୁ ପ୍ଲାନିଂ ହୋଇଛି ? ସେ ସବୁ ତଥ୍ୟ ପ୍ରମାଣ ଅନୁସାରେ ଗଣମାଧ୍ୟମ ଆଗରେ ରଖିଛି । ଯାହାକୁ ଆପଣ କ୍ରାଇମର କଳା ତାଲିକା ବୋଲି କହିପାରିବେ । 
ଏ ଘଟଣାର ମାଷ୍ଟ ମାଇଣ୍ଡ ଥିଲେ ଗଞ୍ଜାମର ଶଙ୍କର ପୃଷ୍ଟି ଆଉ କଟକର ମୁନ୍ନା ଭାଇ । ଦୀର୍ଘ ଦିନ ଧରି ଏମାନେ ପରୀକ୍ଷାର୍ଥୀମାନଙ୍କ ସହ କଣ୍ଟାକ୍ଟରେ ରହିଥିଲେ । ଆଉ ରାକେଶ ଗୌଡ଼ ନିଜେ ଜଣେ କ୍ୟାଣ୍ଡିଡେଟ୍ ହୋଇଥିଲେ ମଧ୍ୟ ସିଧାସଳଖ ଡିଲରେ ସାମିଲ ଥିବା ପୋଲିସ କହିଛି । ଆଉ ଏବେ ନଜର ପକାନ୍ତୁ କେଉଁ ସବୁ କୋଚିଂ ସେଣ୍ଟର ଏହି ଘଟଣାରେ ସିଧାସଳଖ ସାମିଲ୍ ଥିଲେ । 
୧.  ଖଲ୍ଳିକୋଟ, ଆର୍ଯ୍ୟ ଏକାଡେମୀର ମଙ୍ଗୁଳ ପ୍ରଧାନ ଗତ ୨ ବର୍ଷ ଧରି ରାକେଶ ଗୌଡ଼ ସହ କଣ୍ଟାକ୍ଟରେ ଥିଲେ  
୨. ରସୁଲଗଡ଼ର ବିନାୟକ ମାଝୀଙ୍କ ସହ ଷ୍ଟେଟ୍ ଲାଇବ୍ରେରୀରେ ଦେଖା କରିଥିଲେ ପରୀକ୍ଷାର୍ଥୀ ବିଶାଲ ପ୍ରଧାନ 
୩. SI ଆଶାୟୀ ଭଗବାନ ସାହୁଙ୍କୁ ମୁନ୍ନା ସହୁ ବିଶାଖାପାଟଣାମ୍ ଆସିବାକୁ କହିଥିବା ପୋଲିସ କହିଛି 
୪. ଭୁବବେଶ୍ବରର CRPରେ ଥିବା ବଣିକ କୋଚିଂ ସେଣ୍ଟରରୁ ଯୋଗାଯୋଗରେ ଥିଲେ ଶଶିକାନ୍ତ ବାରିକ 
୫.  ପରୀକ୍ଷାର୍ଥୀ ଜ୍ୟୋତି ରଞ୍ଜନ ନାୟକ ବି ନୟାପଲ୍ଲୀ ଅବିନାଶ ପାଠଶାଳାରୁ ଯୋଗାଯୋଗରେ ରହିଥିଲେ 
୬. ବରମୁଣ୍ଡା ମହିନ୍ଦ୍ରା କୋଚିଂ ସେଣ୍ଟରରୁ ମଧ୍ୟ ମାଷ୍ଟର ଜୀବନ ପ୍ରଦୀପ ଯୋଗାଯୋଗରେ ଥିଲେ 
୭. କଟକ ବଣିକର ଆଶତୋଷ ଖୁଣ୍ଟିଆ ଓ ବ୍ରହ୍ମପୁର ବଣିକର ନରେନ୍ଦ୍ର ଗୌଡ଼ ମଧ୍ୟ କଣ୍ଟାକ୍ଟରେ ରହିଛନ୍ତି
ଏହିପରି ଆହୁରି ଅନେକ ଲମ୍ବା ତାଲିକା ଦେଇଛି ପୋଲିସ । ପାରୀକ୍ଷାର୍ଥୀମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ରହି ଶଙ୍କର ଆଉ ମୁନ୍ନାଙ୍କ ସହ ଯୋଗାଯୋଗରେ ରହିଥିଲେ । ତା’ ସହ ଅନ୍ୟ କିଛି ଦଲାଲଙ୍କ ସହ ବି ଯୋଗାଯୋଗରେ ଥିଲେ ପରୀକ୍ଷାର୍ଥୀ । ଯାହାର ସବୁ ଖୁଲାସା ବ୍ରହ୍ବପୁର ପୋଲିସ କରିଛି ।

Advertisment

ଅଧିକ ଦେଖନ୍ତୁ:

Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ