Advertisment

ଗୋଟିଏ ଫୋନ , କଥା ହେଉଛନ୍ତି ପୁରା ଗାଁ

ଅନୁଗୁଳ (ବିରଜା ପ୍ରସାଦ ଦାଶ) : ୨୦୨୦ ମସିହାରେ ବି ଫୋନ ସେବା ଅପହଞ୍ଚ । ଶୁଣିଲେ ଟିକେ ଅଡୁଆ ଲାଗିବ, ହେଲେ ସତ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଥିବା ଅନେକ ଗାଁ ଏବେ ମୋବାଇଲ ଫୋନ୍ ସେବା ପାଇବାରୁ ବଞ୍ଚିତ। ଯାହାଫଳରେ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି। ଏତେ ବଡ଼ ଅଞ୍ଚଳରେ କେବଳ ଗୋଟିଏ ଜାଗାରେ ନେଟଓ୍ୱର୍କ ଆସିଥାଏ । ଗଇଁନ୍ଦି ଗାଁର ଜଳଧର ପ୍ରଧାନଙ୍କ ଛୋଟିଆ ଦୋକାନ ପାଖରେ ନେଟଓ୍ୱର୍କ ଆସୁଥିବାରୁ […]

ଗୋଟିଏ ଫୋନ , କଥା ହେଉଛନ୍ତି ପୁରା ଗାଁ

mobile3

Advertisment

ଅନୁଗୁଳ (ବିରଜା ପ୍ରସାଦ ଦାଶ) : ୨୦୨୦ ମସିହାରେ ବି ଫୋନ ସେବା ଅପହଞ୍ଚ । ଶୁଣିଲେ ଟିକେ ଅଡୁଆ ଲାଗିବ, ହେଲେ ସତ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଥିବା ଅନେକ ଗାଁ ଏବେ ମୋବାଇଲ ଫୋନ୍ ସେବା ପାଇବାରୁ ବଞ୍ଚିତ। ଯାହାଫଳରେ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି।

Advertisment

publive-imageଏତେ ବଡ଼ ଅଞ୍ଚଳରେ କେବଳ ଗୋଟିଏ ଜାଗାରେ ନେଟଓ୍ୱର୍କ ଆସିଥାଏ । ଗଇଁନ୍ଦି ଗାଁର ଜଳଧର ପ୍ରଧାନଙ୍କ ଛୋଟିଆ ଦୋକାନ ପାଖରେ ନେଟଓ୍ୱର୍କ ଆସୁଥିବାରୁ ସମସ୍ତଙ୍କର ଗହଳି ସେଇଠାରେ ଲାଗିଥାଏ। ଜଳଧର ତାଙ୍କ ଦୋକାନ ପାଖରେ ଖୁଣ୍ଟଟିଏ ପୋତି ଫୋନ୍ ଟାଙ୍ଗିଥାନ୍ତି। ଗାଁ ଲୋକଙ୍କର ଯାହାର କଲ୍ ଆସେ, ସେ ତାଙ୍କୁ ଖବର ଦେଇଥାନ୍ତି। ଅନେକ ଲୋକଙ୍କ ପାଖରେ ଆଣ୍ଡ୍ରଏଡ୍ ସେଟ୍ ଥିଲେ ବି ଗାଁରେ ନେଟଓ୍ୱର୍କ ନ ଥିବାରୁ ସେ ସବୁ ଏକ ପ୍ରକାର ଅଚଳ।

କେବଳ ଗଇଁନ୍ଦି ନୁହେଁ, ମଝିପଡ଼ା, ବେହେରା ସାହି, ରାମିମୁଣ୍ଡା ଗାଁର ଅନେକ ଲୋକେ ନିର୍ଭର କରିଥାନ୍ତି ଜଳଧରଙ୍କ ମୋବାଇଲ୍ ଉପରେ । ସେହିଭଳି ହାତୀବାରି ନିକଟରେ ଥିବା ପଡ଼ିଆରେ ବେଳେବେଳେ ନେଟଓ୍ୱର୍କ ଆସୁଥିବାରୁ ସେଠି ବି ଲୋକଙ୍କ ଭିଡ଼ ରହେ ।

Advertisment

publive-imageସାତକୋଶିଆରେ ଥିବା ଅନେକ ରାଜସ୍ୱ ଗାଁରେ ଆଜି ମୋବାଇଲ ନେଟଓ୍ୱର୍କ ଅପହଞ୍ଚ । ମୋବାଇଲ୍ ସେବା ଯୋଗାଇଦେବାକୁ ଗାଁ ଲୋକେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପାଖରେ ଗୁହାରି କରିଛନ୍ତି। ସେପଟେ ଅଭୟାରଣ୍ୟ ଅଞ୍ଚଳ ହୋଇଥିବାରୁ ମୋବାଇଲ୍ ଟାଓ୍ୱାର ବସାଇବା ନେଇ କଟକଣା ରହିଥିବାରୁ ସମସ୍ୟା ହେଉଛି। ଲୋକେ ଚାହିଁଲେ ଗାଁ ଭିତରେ ହିଁ ଟାଓ୍ୱାର ବସାଇ ପାରିବେ । ଏଥିପାଇଁ National Board Of Wild Lifeର ଅନୁମତି ସହ ଫରେଷ୍ଟ କ୍ଲିଅରାନ୍ସ ନେବା ଜରୁରୀ ବୋଲି କହିଛନ୍ତି ଅନୁଗୁଳ ବନଖଣ୍ଡ ଅଧିକାରୀ ତଥା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅତିରିକ୍ତ ଦାୟିତ୍ୱରେ ଥିବା DFO ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ