Advertisment

Family Alleges Murder: ରାହା ଧରି କାନ୍ଦୁଛି ପୂରା ପରିବାର , ଦୋକାନ ସହ ଜାଳିଦେଲେ !

ରାହା ଧରି କାନ୍ଦୁଛି ପୂରା ପରିବାର । ପୁଅକୁ ହରାଇ ବାପା ନିସ୍ତେଜ ହୋଇଯାଇଛନ୍ତି । ଆଉ ମା’ ବି ବାହୁନି ବାହୁନି ତା’ ପୁଅର ସବୁକଥା ମନେପକାଇ କହିଯାଉଛନ୍ତି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସାରା ଅଞ୍ଚଳ ।

Kendrapada-Vegetable-Shop

Kendrapada-Vegetable-Shop Photograph: (OTV)

Advertisment

ରାହା ଧରି କାନ୍ଦୁଛି ପୂରା ପରିବାର । ପୁଅକୁ ହରାଇ ବାପା ନିସ୍ତେଜ ହୋଇଯାଇଛନ୍ତି । ଆଉ ମା’ ବି ବାହୁନି ବାହୁନି ତା’ ପୁଅର ସବୁକଥା ମନେପକାଇ କହିଯାଉଛନ୍ତି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସାରା ଅଞ୍ଚଳ । ରୋଜଗାରିଆ ପୁଅଟା ଜିଅନ୍ତା ଜଳି ପାଉଁଶ ହୋଇଯାଇଛି । ଯେଉଁ ପୁଅ ଉପରେ ନିର୍ଭର କରି ଏ ପରିବାରର ପେଟକୁ ଦାନା ମିଳୁଥିଲା ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ସୁବାସ ମଲ୍ଲିକଙ୍କ ପରିବାରର ଓ ସମ୍ପର୍କୀୟ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଛନ୍ତି ।  

Advertisment



କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା କଳାବୁଦା ବାରୁଣୀ ବଜାରରେ ଏହି ଅଘଟଣ ଘଟିଛି । ବିଳମ୍ବିତ ରାତିରେ ପରିବା ଦୋକାନରେ ନିଆଁ ଲାଗି ଦୋକାନୀ ସୁବାସ ମଲ୍ଲିକଙ୍କ ମୃତ୍ୟୁ ହୋଇଛି । ଗୋବିନ୍ଦପୁର ଗାଁରେ ସୁବାସଙ୍କ ଘର । ପୂର୍ବରୁ ସୁବାସଙ୍କର କିଛି ଲୋକଙ୍କ ସହ ଶତ୍ରୁତା ରହିଥିଲା । ତେଣୁ ଏହା ଏକ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତାଙ୍କୁ ଜାଣିଶୁଣି ନିଆଁ ଲଗାଇ ଜାଳିଦେଇଥିବା ଅଭିଯୋଗ କରିଛି ପରିବାର । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି । 

ତେବେ ଅଗ୍ନିକାଣ୍ଡରେ ସୁବାସଙ୍କ ମୃତ୍ୟୁକୁ ନେଇ ପରିବାର ଓ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଥିବାବେଳେ ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସିନ୍ଦା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ