Advertisment

Recovery Agents: ଲୋନ୍ ରିକଭରି ସଂସ୍ଥାର ଦାଦାଗିରି, ପରିବାରଙ୍କୁ ବିଚ୍ ରାସ୍ତାରେ ନିର୍ଯାତନା, ପୋଲିସର ଆକ୍ସନ

ଡାକ୍ତର ତ୍ରିନାଥ ସହିଦନଗର ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ୍ ଆଜି ଦୀପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ନିଜ ସଫେଇରେ ସବୁ କାମ ନିୟମ ଭିତରେ ରହି କରିଥିବା କହିଛନ୍ତି।

RECOVERY-AGENT

RECOVERY-AGENT Photograph: (OTV)

Advertisment

ଲୋନ୍ ରିକଭରି ସଂସ୍ଥାର ଦାଦାଗିରି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ବେଖାତିର । ବାଉଁସର ଲଗାଇ ରାସ୍ତାମଝିରୁ ଗାଡ଼ି ଟାଣି ନେଉଛନ୍ତି । ଏମିତିକୁ ଦୁର୍ବ୍ୟବହାର ସହ ମାଡ଼ ମାରିବାକୁ ବି ପଛାଉ ନାହାନ୍ତି । ଡାକ୍ତର ପରିବାରଙ୍କୁ ବିଚ୍ ରାସ୍ତାରେ ନିର୍ଯାତନା ପରେ ଆକ୍ସନ ମୋଡରେ ପୋଲିସ  । 

Advertisment

ଗାଡି କିସ୍ତି ଖିଲାପ ଥିଲେ ଆପଣ ବି ହୋଇ ପାରନ୍ତି ଏମିତି ଦୁର୍ବ୍ୟବହାରର ଶିକାର। ଯେମିତି ଦୁର୍ବ୍ୟବହାରର ଶିକାର ହୋଇ ଥାନାରେ ଅଭିଯୋଗ କରିଥିଲେ ଡାକ୍ତର ତ୍ରିନାଥ ଦାସ। ଆଉ ସେଇ ଅଭିଯୋଗ ବଳରେ ବନ୍ଧା ହୋଇଛନ୍ତି ଅଭିଯୁକ୍ତ ମା ଭଗବତୀ ଆସୋସିଏଟର ମାଲିକ ଦୀପକ କୁମାର ବଳିୟାର ସିଂହ। ଅଭିଯୋଗ ଅନୁଯାୟୀ, ଡାକ୍ତର ତ୍ରିନାଥ ଦାସ ଦୁଇ ବର୍ଷ ତଳେ ଏକ ରାଷ୍ଟ୍ରାୟତ ବ୍ୟାଙ୍କରୁ ଲୋନ ନେଇ କାର କିଣିଥିଲେ। ସମସ୍ତ କିସ୍ତି ସୁଝି ଦେଇଥିଲେ ମଧ୍ୟ କୌଣସି କାରଣ ବଶତଃ ମାତ୍ର ଗୋଟିଏ କିସ୍ତି ବାକି ରହିଯାଇଥିଲା। ଯାହାକି ତାଙ୍କୁ ଜଣା ନଥିଲା। ହେଲେ ଏପଟେ ଗାଡ଼ି ରିକଭରି କରିବା ପାଇଁ ଘରୋଇ ରିକଭରି ସଂସ୍ଥା ମା ଭଗବତୀ ଆସୋସିଏଟର ମାଲିକ ଦୀପକ କୁମାର ବଳିୟାର ସିଂ ଏଥିପାଇଁ ଫୋନ୍ କରି ଧମକାଇଥିଲେ।

ଏମିତିକି ଡାକ୍ତରଙ୍କ ପରିବାର ଲୋକଙ୍କୁ ଧରି ଡ୍ରାଇଭର ଭୁବନେଶ୍ବର ଆସୁଥିବା ବେଳେ ଜୟଦେବ ବିହାର ଛକ ନିକଟରୁ ଜୋରଜବରଦସ୍ତ ଗାଡ଼ିକୁ ଅଟକାଇ ଦୁର୍ବ୍ୟହାର କରିବା ସହ ଗାଡ଼ି ଭିଡ଼ି ନେଇଥିଲେ। ପରବର୍ତ୍ତୀ ସମୟରେ ବ୍ୟାଙ୍କ ସହ ଯୋଗାଯୋଗ ପରେ ଡାକ୍ତର ତ୍ରିନାଥ ବକେୟା ଟଙ୍କା ପୈଠ କରିଥିଲେ, କିନ୍ତୁ ଗାଡ଼ି ଟାଣି ନେଇଥିବା ଦୀପକ ଗାଡ଼ି ଫେରସ୍ତ ପାଇଁ ଅଧିକ 50 ହଜାର ଟଙ୍କା ଦାବି କରିଥିଲେ। ଫଳରେ ଡାକ୍ତର ତ୍ରିନାଥ ସହିଦନଗର ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ୍ ଆଜି ଦୀପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ନିଜ ସଫେଇରେ ସବୁ କାମ ନିୟମ ଭିତରେ ରହି କରିଥିବା କହିଛନ୍ତି।

ଏବେ ଆସନ୍ତୁ ଦେଖିବା ଋଣ ଖିଲାପକାରୀଙ୍କ ଠାରୁ ଋଣ ଆଦାୟ ବେଳେ ରିକଭରି ଏଜେଣ୍ଟଙ୍କ ପାଇଁ କଣ ରହିଛି ଗାଇଡଲାଇନ 
-ରିକଭରି ଏଜେଣ୍ଟ ନିଜର ପରିଚୟପତ୍ର ଦେଖାଇବା ପାଇଁ ବାଧ୍ୟ
-ବ୍ୟାଙ୍କ ନିକଟରୁ ସେମାନଙ୍କୁ ମିଳିଥିବା ଅନୁମତି ପତ୍ର ଦେଖାଇବା ପାଇଁ ବାଧ୍ୟ
- ଋଣ ଖିଲାପ ସଂପର୍କରେ ଖିଲାପକାରୀଙ୍କୁ ସମସ୍ତ ବିବରଣୀ ପ୍ରଦାନ କରିବେ
- ଋଣ ଆଦାୟ କିମ୍ବା ଖିଲାପ ଗାଡି ଜବତ ବେଳେ ଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିବେ
- ଜୋର ଜବରଦସ୍ତ ରାସ୍ତା ମଝିରୁ ଗାଡି ଛଡାଇ ନେଇପାରିବେ ନାହିଁ
- ଗାଡି ନେବାବେଳେ ସେଥିରେ ଥିବା ସମସ୍ତ ଲୋକଙ୍କୁ ଯିବା ପାଇଁ ବ୍ୟବସ୍ଥା କରିବା ପରେ ଗାଡି ନେଇ ଯାଇପାରିବେ
- ଗାଡି ଜବତ କରିବା ବେଳେ ଏ ନେଇ ଜବତ ରସିଦ ଦେବା ବି ବାଧ୍ୟତା ମୂଳକ

ଋଣ ଖିଲାପକାରୀଙ୍କ ଠାରୁ ଋଣ ଆଦାୟ କରିବା ପାଇଁ ଏବେ ତୃତୀୟ ପକ୍ଷଙ୍କୁ ଦାୟିତ୍ବ ଦେଉଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ହେଲେ ସେମାନେ ବାହୁବଳ ଲଗାଇ କରୁଛନ୍ତି ଋଣ ଆଦାୟ । ଏବେ ଏହି ବାହୁବଳୀଙ୍କୁ ପୋଲିସର ଚେତାବନୀ। ଜୋରଜବରଦସ୍ତ କଲେ ବନ୍ଧାହେବା ଥୟ।...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ