Advertisment

ବିଦେଶର ମୋଟା ଅଙ୍କର ଟଙ୍କା ନୁହେଁ, ଗାଁ ମାଟିରେ ଥିଲା ତାଙ୍କର ଏହି ସ୍ୱପ୍ନ

ବିନିକା : ବାକ୍ ଶକ୍ତି ସିନା ନାହିଁ, କିନ୍ତୁ ମନରେ ସ୍ୱପ୍ନ ଢେର । ଆଉ ତାକୁ ସାକାର କରିବାକୁ ସେ ତିଆରି କରିଛନ୍ତି ଏହି ଇକୋ ଭିଲେଜ୍। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡା । ମହାନଦୀ କୂଳରେ ଏହି ଇକୋ ଭିଲେଜର ଦୃଶ୍ୟ ଖୁବ୍‌ ମନୋରମ ସାଜିଛି। ପ୍ରକୃତିର କୋଳରେ ପ୍ରକୃତି ସହ ମିଶି କାମ କରୁଛନ୍ତି, ଚଳୁଛନ୍ତି ଶିବାଜୀ। ରାତି ପାହିଲେ ହାତରେ କୋଡି କୋଦାଳ […]

ବିଦେଶର ମୋଟା ଅଙ୍କର ଟଙ୍କା ନୁହେଁ, ଗାଁ ମାଟିରେ ଥିଲା ତାଙ୍କର ଏହି ସ୍ୱପ୍ନ

eco village

Advertisment

ବିନିକା : ବାକ୍ ଶକ୍ତି ସିନା ନାହିଁ, କିନ୍ତୁ ମନରେ ସ୍ୱପ୍ନ ଢେର । ଆଉ ତାକୁ ସାକାର କରିବାକୁ ସେ ତିଆରି କରିଛନ୍ତି ଏହି ଇକୋ ଭିଲେଜ୍। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡା । ମହାନଦୀ କୂଳରେ ଏହି ଇକୋ ଭିଲେଜର ଦୃଶ୍ୟ ଖୁବ୍‌ ମନୋରମ ସାଜିଛି।

Advertisment

publive-imageପ୍ରକୃତିର କୋଳରେ ପ୍ରକୃତି ସହ ମିଶି କାମ କରୁଛନ୍ତି, ଚଳୁଛନ୍ତି ଶିବାଜୀ। ରାତି ପାହିଲେ ହାତରେ କୋଡି କୋଦାଳ ଧରି ସେ ବାହାରି ପଡନ୍ତି ଚାଷଜମିକୁ । କେତେବେଳେ ମାଟି ଖୋଳି ମଂଜି ପକାନ୍ତି, ଚାରା ପୋତନ୍ତି, ପାଣି ଦିଅନ୍ତି ତ ପୁଣି କେତେବେଳେ ଟ୍ରାକ୍ଟର ଧରି ନିଜେ ଲାଗପଡନ୍ତି ଚାଷରେ। ନିଜ ଛୁଆ ପରି ସେ ଯତ୍ନ ନିଅନ୍ତି ନିଜେ ଲଗାଇଥିବା ଗଛବୃକ୍ଷର ।

publive-imageଗତ ୧୨ ବର୍ଷ ଧରି ଇଂଲଣ୍ଡର ସେନଟ୍ରାଲ ଲାଙ୍କାସିର ୟୁନିଭର୍ସିଟିରେ ବରିଷ୍ଠ ଅଧ୍ୟାପକ ଭାବେ କାମ କରୁଥିଲେ ଶିବାଜୀ। ମାତ୍ର ତାପରେ ସହରୀ ଜୀବନକୁ ବିଦାୟ ଦେଇ ସେ ଚାଲିଆସିଲେ ନିଜ ଗାଁକୁ ।  ଆଉ ୩ ବର୍ଷ ହେଲା ନିଜ ଗାଁ ପାଖ ଲକ୍ଷ୍ମଣପୁର ଗାଁରେ ନିର୍ମାଣ କଲେ ନିଜ ସ୍ୱପ୍ନର ଇକୋ ଭିଲେଜ୍ ।

Advertisment

publive-imageଶିବାଜୀଙ୍କର ଏହି ଇକୋ ଭିଲେଜ୍‌ରେ ବିଜୁଳି ନୁହେଁ ବରଂ ସୌରଶକ୍ତି ବଳରେ ଚାଲେ ପଙ୍ଖା, ଫ୍ରିଜ୍‌କୁ ନେଇ ବୈଦ୍ୟୁତିକ ସାମଗ୍ରୀ। ଏହାସହ ବିନା ସାରରେ ଜୈବିକ ପଦ୍ଧତିରେ ସେ କରମଙ୍ଗା, ଲେମ୍ବୁ, ଆମ୍ବ, ନଡିଆ, ଚାଇନିଜ୍ ଲେମ୍ବୁ ଭଳି ୩୬ ପ୍ରକାରର ୩୦୦ରୁ ଅଧିକ ଗଛ ଲଗାଇଛନ୍ତି ।  ତାଙ୍କର ଏହି ଇକୋ ଭିଲେଜ୍‌କୁ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ବୁଲି ଆସିବା ସହ ବେଶ୍ ପ୍ରଶଂସା ବି କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ