Advertisment

ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ମାଲକାନଗିରିରେ ବ୍ୟାପକ କ୍ଷୟକ୍ଷତି

ମାଲକାନଗିରି/ବାଲେଶ୍ୱର: ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ହେବା ଫଳରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା, ଚାଷ ଜମି, ଡାକ୍ତରଖାନା ସବୁ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ସତୀଗୁଡ଼ା କେନାଲ୍‌ରେ ଏକ ଘାଇ ସୃଷ୍ଟି ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇ ଏକର ଏକର ଜମିରେ ବନ୍ୟା ଜଳ ମାଡ଼ିଯାଇଛି। ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ […]

ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ମାଲକାନଗିରିରେ ବ୍ୟାପକ କ୍ଷୟକ୍ଷତି

malkangiri

Advertisment

ମାଲକାନଗିରି/ବାଲେଶ୍ୱର: ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ହେବା ଫଳରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା, ଚାଷ ଜମି, ଡାକ୍ତରଖାନା ସବୁ ଅଞ୍ଚଳ ଜଳମଗ୍ନ ହୋଇଛି।

Advertisment

ସେହିପରି ସତୀଗୁଡ଼ା କେନାଲ୍‌ରେ ଏକ ଘାଇ ସୃଷ୍ଟି ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇ ଏକର ଏକର ଜମିରେ ବନ୍ୟା ଜଳ ମାଡ଼ିଯାଇଛି। ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ କାଲିମେଳା, ପଡ଼ିଆ ମୋଟୁ, ବାଲିମେଳା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏମଭି-୧୧, ଏମଭି-୩୭ ଏବଂ କୋର୍‌କୁଣ୍ଡା  ଗାଁ ପାଣି ଘେରରେ ରହିଛି।

ସେପେଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋର୍‌ଦାର୍‌ ଚାଲିଛି। ବର୍ଷା ପ୍ରଭାବିତ ବିଭିନ୍ନ ଅଞ୍ଚଳରେ  ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରେ ବର୍ଷାରେ ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ ଘୋଷଣା କରିଥିଲେ। ୭ ଦିନ ପର୍ଯ୍ୟନ୍ତ ଏହି ରିଲିଫ ପ୍ରଦାନ କରାଯିବ।

Advertisment

ସେପଟେ ‘ଡାଏ’ର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର  ବଢ଼ିବାରେ ଲାଗିଛି। ବୁଢାବଳଙ୍ଗରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜଗଦରପୁର ପଞ୍ଚାୟତର ରାଣୀଖୁଡି ଗାଁରେ ଏକ ମାଟି ଘର ଭୁଶୁଡ଼ି ପଡ଼ିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ