Advertisment

Senior IAS Officers Reassigned: ବରିଷ୍ଠ IAS ସ୍ତରରେ ଅଦଳବଦଳ, ଜାଣନ୍ତୁ କିଏ ରହିଲେ କେଉଁ ଦାୟିତ୍ୱରେ

ଉନ୍ନୟନ କମିଶନର ହେଲେ ଦେଓରଞ୍ଜନ କୁମାର ସିଂ। ସେ ଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସ୍ବତନ୍ତ୍ର ରିଲିଫ କମିଶନର ସହ ରାଜସ୍ବ ପର୍ଷଦ ସଦସ୍ୟ। ତାଙ୍କ ସ୍ଥାନରେ ରାଜସ୍ୱ ପରିଷଦ ସଦସ୍ୟ ହୋଇଛନ୍ତି ସତ୍ୟବ୍ରତ ସାହୁ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ମୁଖ୍ୟ ସଚିବ ଭାବରେ ଦାୟିତ୍ବ ତୁଲାଇବେ ହେମନ୍ତ ଶର୍ମା।

RESHUFFLE

RESHUFFLE Photograph: (OTV)

Advertisment

ନୂଆବର୍ଷରେ ବରିଷ୍ଠ IAS ସ୍ତରରେ ଅଦଳବଦଳ। ଉନ୍ନୟନ କମିଶନର ହେଲେ ଦେଓରଞ୍ଜନ କୁମାର ସିଂ। ସେ ଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସ୍ବତନ୍ତ୍ର ରିଲିଫ କମିଶନର ସହ ରାଜସ୍ବ ପର୍ଷଦ ସଦସ୍ୟ। ତାଙ୍କ ସ୍ଥାନରେ ରାଜସ୍ୱ ପରିଷଦ ସଦସ୍ୟ ହୋଇଛନ୍ତି ସତ୍ୟବ୍ରତ ସାହୁ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ମୁଖ୍ୟ ସଚିବ ଭାବରେ ଦାୟିତ୍ବ ତୁଲାଇବେ ହେମନ୍ତ ଶର୍ମା।

Advertisment

ସେହିପରି ଶୁଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଭାସ୍କରଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଥିବା ବେଳେ ରାଜେଶ ପ୍ରଭାକର ପାଟିଲଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ୱ। ସେ OSDMAର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।...

ଏହାବ୍ୟତୀତ ନୟାଗଡ ଓ ଗଜପତି ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ମଧୁସ୍ମିତା ରଥଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବରେ ନିଯୁକ୍ତି ମିଳିଛି। ନୂଆ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ନେବା ପରେ ଏହି ଅଦଳବଦଳ ହୋଇଛି । ... 

Advertisment

ନୂଆବର୍ଷରେ ଅଦଳବଦଳ

ଦେଓରଞ୍ଜନ ସିଂ ନୂଆ ଉନ୍ନୟନ କମିଶନର

ରାଜସ୍ୱ ପରିଷଦର ସଦସ୍ୟ ହେଲେ ସତ୍ୟବ୍ରତ ସାହୁ
ଉନ୍ନୟନ କମିଶନର ହେଲେ ଦେଓରଞ୍ଜନ କୁମାର ସିଂ
ଗୃହ ବିଭାଗର ACS ଭାବେ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ
ଶୁଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ
ଭାସ୍କରଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବ
ରାଜେଶ ପ୍ରଭାକର ପାଟିଲଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ୱ
OSDMAର ପରିଚାଳନା ନିର୍ଦ୍ଦେଶକ ଭାବେ ରାଜେଶଙ୍କୁ ଅତିରିକ୍ତ ଦାୟିତ୍ବ

ବଦଳିଲେ ୨ ଜିଲ୍ଲାର ଜିଲ୍ଲାପାଳ 
ନୂଆବର୍ଷରେ ବଦଳିଲେ ନୟାଗଡ ଓ ଗଜପତିର ଜିଲ୍ଲାପାଳ
ସ୍କୁଲ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ମଧୁସ୍ମିତା ରଥ ନୟାଗଡ ଜିଲ୍ଲାପାଳ
ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଗଜପତି ଜିଲ୍ଲାପାଳ

Advertisment
IAS Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ