Inside pictures of Puri Jagannath Temple go viral again
ପୁରୀ: ଆଗାମୀ ରଥଯାତ୍ରା ପାଇଁ ବରିଷ୍ଠ ଅଧିକାରୀଙ୍କୁ ସରକାର ଦାୟିତ୍ୱ ବାଣ୍ଟିଛନ୍ତି। ଜୁନ ୧୭ ତାରିଖରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମାଠାରୁ ଜୁଲାଇ ୧୫ ତାରିଖରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦାୟିତ୍ୱ ବଣ୍ଟନ କରାଯାଇଛି।
ରେଳ ସୁରକ୍ଷା ଦାୟିତ୍ୱରେ ରହିବେ ADG ପ୍ରଣବିନ୍ଦୁ ଆଚାର୍ଯ୍ୟ। SRP କଟକ ତାଙ୍କୁ ସହାୟତା କରିବେ। ସେହିପରି ADG ସଂଜୀବ ପଣ୍ଡାଙ୍କୁ ପୋଲିସ ବ୍ୟବସ୍ଥାର ସାମଗ୍ରିକ ଦାୟିତ୍ୱ ପ୍ରଦାନ କରାଯାଇଛି।
ପୋଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପୁରୀ ଏସ୍ପି ଉମାଶଙ୍କର ଦାସ ତାଙ୍କୁ ସହାୟତା କରିବେ।
ସେହିପରି ସିକ୍ୟୁରିଟି ଓ ସ୍ୱତନ୍ତ୍ର ବ୍ରାଞ୍ଚ ବ୍ୟବସ୍ଥା ଦାୟିତ୍ୱରେ ରହିବେ ଗୁଇନ୍ଦା ବିଭାଗ ଆଇଜି ଆର୍.କେ ଶର୍ମା। ଟ୍ରାଫିକ୍ ଦାୟିତ୍ୱରେ ପୋଲିସ IG ଏସ୍ଏପି ଅମିତାଭ ଠାକୁର ରହିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/SRIMANDIR-1_1626857852.jpg)