Advertisment

Section 163 Implemented in Bali Yatra Zone: ବାଲିଯାତ୍ରା ମହୋତ୍ସବ ଅଞ୍ଚଳରେ ୧୬୩ ଧାରା ଲାଗୁ, ଆଗୁଆ ପଦକ୍ଷେପ ନେଲା ପୋଲିସ

ବାଲିଯାତ୍ରା ମହୋତ୍ସବ ପାଳନ କରିବା ପାଇଁ ଉଭୟ ଶିଳ୍ପ ସପକ୍ଷବାଦୀ ଏବଂ ଶିଳ୍ପ ବିପକ୍ଷବାଦୀ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ସେଥିପାଇଁ ଆଗୁଆ ପଦକ୍ଷେପ ଭାବେ ଉତ୍ତେଜନା ଆଶଙ୍କାରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ।

Baliyatra

Baliyatra Photograph: (OTV)

Advertisment

ଜଗତସିଂହପୁର ଜଟାଧାର ବାଲିଯାତ୍ରା ମହୋତ୍ସବ ଅଞ୍ଚଳରେ ଲାଗିଲା BNS ୧୬୩। ଆଜିଠାରୁ ମାସେ ଯାଏଁ ବଳବତ୍ତର ରହିବ। ଜଗତସିଂହପୁର ଅଭୟଚାନ୍ଦପୁର ପୋଲିସର ରିପୋର୍ଟ ଆଧାରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜାରି କରିଛି କଟକଣା। ୪ ଜଣରୁ ଅଧିକ ଲୋକ ସେଠାରେ ଏକତ୍ରିତ ହୋଇପାରିବେନି।

Advertisment

କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ପ୍ରସ୍ତାବିତ JSW ନିକଟ ଭୋସ୍କାଲିସ୍କ ପଏଣ୍ଟ ସମୁଦ୍ର ବେଳାଭୂମିରେ ‘ଜଟାଧାର ବାଲିଯାତ୍ରା ମହୋତ୍ସବ’ ପାଳନ କରିବା ପାଇଁ ଉଭୟ ଶିଳ୍ପ ସପକ୍ଷବାଦୀ ଏବଂ ଶିଳ୍ପ ବିପକ୍ଷବାଦୀ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ସେଥିପାଇଁ ଆଗୁଆ ପଦକ୍ଷେପ ଭାବେ ଉତ୍ତେଜନା ଆଶଙ୍କାରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ।

ଗତ ବର୍ଷ ମଧ୍ୟ ଏହି ସମୟରେ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଥିଲା ।  ଏହି ଅଞ୍ଚଳରେ ଏବେ ଚାପା ଉତ୍ତେଜନା ଲାଗିରହିଛି । 

Advertisment

Baliyatra Paradeep
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ