Advertisment

Karla Stream Becomes Lifeline Crisis: କର୍ଲା ନାଳରେ ଜୀବନ ଅଟକିଛି, ପୋଲ ନିର୍ମାଣ ଦାବି

ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଚୁଲାଭାଟ ପଞ୍ଚାୟତ ଲୋକଙ୍କ ପାଇଁ କାଳ ସାଜିଛି କର୍ଲା ନାଳା। ପଞ୍ଚାୟତର ମଝିରେ ବୋହି ଯାଇଛି କର୍ଲା ନାଳ। ବର୍ଷକୁ ପ୍ରାୟ ୪/୫ ମାସ ନାଳରେ ପାଣି ରହୁଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Karla Stream Becomes Lifeline Crisis

କର୍ଲା ନାଳରେ ଜୀବନ ଅଟକିଛି Photograph: (OTV)

Advertisment

ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଚୁଲାଭାଟ ପଞ୍ଚାୟତ ଲୋକଙ୍କ ପାଇଁ କାଳ ସାଜିଛି କର୍ଲା ନାଳା। ପଞ୍ଚାୟତର ମଝିରେ ବୋହି ଯାଇଛି କର୍ଲା ନାଳ। ବର୍ଷକୁ ପ୍ରାୟ ୪/୫ ମାସ ନାଳରେ ପାଣି ରହୁଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। 
ସୂଚନା ମିତାବକ ନିକଟରେ ଏକ ଆମ୍ବୁଲାନ୍ସ ଗାଁକୁ ରୋଗୀ ଆଣିବାକୁ ଯାଇ ନାଳରେ ଫସିଗଲା। ପରେ ଲୋକେ ଟ୍ରାକ୍ଟର ଲଗାଇ ଆମ୍ବୁଲାନ୍ସକୁ ବାହାର କରିଥିଲେ। ଏହି ସବୁ ସମସ୍ୟାକୁ ଦେଖି ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି। 

Advertisment

ଚୁଲାଭାଟ ପଞ୍ଚାୟତରେ ରହିଛି ମୋଟ ୬ଟି ଗାଁ। ଏହି କର୍ଲା ନାଳ ପୂରା ପଞ୍ଚାୟତକୁ ଦୁଇ ଭାଗ କରିଦେଇଛି। ଗୋଟିଏ ପଟେ ୪ଟି ଗାଁ ଓ ଅନ୍ୟପଟେ ୨ଟି ଗାଁ ରହିଛି। ବର୍ଷକୁ ଅନେକ ସମୟରେ ନାଳରେ ପାଣି ରହୁଥିବାରୁ ଲୋକେ ପଞ୍ଚାୟତକୁ ଚାଉଳ, ଭତ୍ତା ଆଦି ଆଣିପାରୁ ନାହାଁନ୍ତି କି ଦୋକାନ ବଜାର ବି ଯାଇପାରୁ ନାହାଁନ୍ତି। 

ଏଭଳି ସମସ୍ୟାକୁ ନେଇ ନୂଆପଡ଼ା ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କୁ ଜଣାଇବାରୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Advertisment
Village Problem Bridge Nuapada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ