Advertisment

School Neglect Turns Fatal: ତୁଷାରଙ୍କ କଷ୍ଟ ବୁଝିଲେନି କେହି, FIRରେ ସାଘାଂତିକ ଅଭିଯୋଗ କଲେ ତୁଷାରଙ୍କ ବାପା

ଦିନ ସାରା ଛଟପଟ ହେଇଥିଲା ତୁଷାର। ପେଟରେ ପିନ୍ ଫୋଡ଼ି ହେଉଥିଲା, କଲବଲ କରୁଥିଲା। ହେଲେ ନା ତାକୁ କେହି ସାହାଯ୍ୟ କଲା ନା କେହି ତା କଷ୍ଟ ବୁଝିଲା। ଏମିତିକି ତା ପାଖରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ବି ତାକୁ ଅବହେଳା କଲେ।

shocking death

shocking death Photograph: (OTV)

Advertisment

ଦିନ ସାରା ଛଟପଟ ହେଇଥିଲା ତୁଷାର। ପେଟରେ ପିନ୍ ଫୋଡ଼ି ହେଉଥିଲା, କଲବଲ କରୁଥିଲା। ହେଲେ ନା ତାକୁ କେହି ସାହାଯ୍ୟ କଲା ନା କେହି ତା କଷ୍ଟ ବୁଝିଲା। ଏମିତିକି ତା ପାଖରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ବି ତାକୁ ଅବହେଳା କଲେ। କନ୍ଧମାଳ ଦାରିଙ୍ଗବାଡ଼ିର ୧୨ ବର୍ଷର କୁନି ତୁଷାର ମିଶ୍ର ସହ ଘଟିଥିବା କଷ୍ଟକୁ ଶୁଣିଲେ ଛାତି ଥରିଯିବ।

Advertisment

୧୫ ତାରିଖ ଦିନ ଫୁଲବାଣୀ ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ତୁଷାର ଭୁଲରେ ଗିଳି ଦେଇଥିଲା ନୋଟିସ୍ ବୋର୍ଡରେ ଲାଗିଥିବା ପିନ୍। ପାଖରେ ଥିବା ବନ୍ଧୁଙ୍କୁ ଜଣାଇଥିଲା। ପାଖରେ ଥିବା ଓଡ଼ିଆ ଶିକ୍ଷୟିତ୍ରୀ ସୀମା ମ୍ୟାଡାମ, ଫିରୋଜ୍ ସାର ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କହିଥିଲା।  ପେଟରେ ପିନ୍ ଥିବା ଜାଣି ବି ଏସବୁକୁ ଯେମିତି ଅଣଦେଖା କରିଥିଲେ ସମସ୍ତେ। ଏମିତିକି ତୁଷାର ମିଛ କହୁଛି କହି, ତାକୁ ଖାଇବାକୁ ଓ ପାଣି ପିଇବାକୁ ଦେଇଥିଲେ। ଫଳରେ ପିନ୍ ଟି ପେଟ ଭିତରକୁ ପଳାଇଥିବା

FIR କପିରେ ଅଭିଯୋଗ କରିଛନ୍ତି ତୁଷାରଙ୍କ ବାପା। ତୁଷାର ଯନ୍ତ୍ରଣାରେ ଛଟପଟ ହେଇଥିଲା କିନ୍ତୁ ନା ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ନା କେହି କିଛି ବୁଝିଥିଲା ତା ଅବସ୍ଥା। ଖାଲି ଏତିକିରେ ସରିନି କଷ୍ଟ, ସ୍କୁଲ ଛୁଟି ହେବା ଯାଏଁ ସେମିତି ହିଁ ଥିଲା ତୁଷାର। ଯଦି, ସ୍କୁଲରୁ ତାକୁ ହସ୍ପିଟାଲକୁ ନିଆଯାଇଥାନ୍ତା ତାହେଲେ ତା ଅମୂଲ୍ୟ ଜୀବନ ବଞ୍ଚିଥାନ୍ତା। ଘଟଣାକୁ ନେଇ ଆଦର୍ଶ ସ୍କୁଲ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

‘ତୁଷାରଙ୍କ କଷ୍ଟ ବୁଝିଲେନି କେହି’
ଫୁଲବାଣୀ ‘ପିନ୍’ ମୃତ୍ୟୁ ଘଟଣା  
ସାମ୍ନାକୁ ଆସିଲା ତୁଷାରର ଛାତିଥରା ଯନ୍ତ୍ରଣାର କାହାଣୀ 
FIRରେ ସାଘାଂତିକ ଅଭିଯୋଗ କଲେ ତୁଷାରଙ୍କ ବାପା 
‘ଦିନ ସାରା ଛଟପଟ ହେଇଥିଲା ତୁଷାର’ 
‘ପେଟରେ ପିନ୍ ଫୋଡ଼ି ହେଉଥିଲା କିନ୍ତୁ ସ୍କୁଲରେ କେହି ଶୁଣିଲେନି’
‘୧୫ ତାରିଖ ଦିନ ସ୍କୁଲର ନୋଟିସ୍ ବୋର୍ଡର ପିନ୍ ଗିଳି ଦେଇଥିଲେ’ 
‘ଫୁଲବାଣୀ ଆଦର୍ଶ ବିଦ୍ୟାଳୟରେ ଘଟିଥିଲା ଘଟଣା’
‘ପେଟରେ ପିନ୍ ଥିବା ଜାଣି ଅଣଦେଖା କରିଥିଲେ ଶିକ୍ଷକ, ଶିକ୍ଷୟିତ୍ରୀ’
‘ହସ୍ପିଟାଲ୍ ନନେଇ ଖାଇବାକୁ ଓ ପିଇବାକୁ କହିଥିଲେ’
‘କଷ୍ଟରେ ଥିବା ସତ୍ତ୍ବେ ସ୍କୁଲ ଛୁଟି ହେଲା ଯାଏଁ ତୁଷାରକୁ ରଖିଥିଲେ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ