School Photograph: (OTV)
ସବୁ ଚକାଚକ୍, ସବୁ ଚିକଚିକ୍ । ସ୍କୁଲ ଘରର ରଙ୍ଗ ଯେମିତି ମୁରୁକି ହସୁଛି । ଆଉ ଏ ସବୁଜ ବନାନୀ ପରିବେଶକୁ ଦେଖିଲେ ଆପଣ ବି କହିବେ ଖାସ୍ ମୁଁ ଟିକେ ଏଇଠି ପାଠ ପଢ଼ିଥାନ୍ତି କି । ହେଲେ ଏଠାକାର ବାସ୍ତବ କଥା ଜାଣିଲେ ଆପଣ ବି ନିଶ୍ଚୟ ପଛଘୁଞ୍ଚା ଦେବେ । ଆଉ କହିବେ ନାଇଁ ମୋର ଦରକାର ନାହିଁ ।
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଉପାନ୍ତ ଅଞ୍ଚଳ ବୁରାତାଲ l ଏଠି ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ ଅନେକ ସରକାରୀ କାର୍ଯ୍ୟାଳୟ ରହିଛି l ଏଠି ଥିବା ଆଦିବାସୀ ଆବାସିକ ବିଦ୍ୟାଳୟରେ ପ୍ରାୟ ୧୯୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । କିନ୍ତୁ ନେଟୱାର୍କ ସମସ୍ୟା ଥିବାରୁ ପିଲାଙ୍କ ଠାରୁ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ନାହିଁନଥିବା ଅସୁବିଧାର ସାମ୍ନା କରନ୍ତି । ଏମିତିକି ସରକାରୀ କାମ ଅନଲାଇନରେ କରିବାକୁ ମୋବାଇଲ ଚଲାଇବାକୁ ଯିବାକୁ ପଡ଼େ ୧୦ କିଲୋମିଟର ।
ହୋଇପାରୁନି ଅନଲାଇନ୍ କ୍ଲାସ
ନେଟୱର୍କ ରହୁନଥିବାରୁ ପିଲାମାନେ ମୋବାଇଲ୍ ବ୍ୟବହାର କରିପାରୁନାହାନ୍ତି । ଅନଲାଇନ୍ କ୍ଲାସ ହୋଇପାରୁନାହିଁ । ଯେଉଁ ଟାୱାର ଅଣ୍ଡଅଣ୍ଡା ନିକଟରେ ଥିଲା ୮ ମାସ ହେଲା ଅଚଳ ହୋଇପଡିଛି l ବୁରାତାଲରେ ଟାୱାର ପାଇଁ ଆବଶ୍ୟକୀୟ ଜିନିଷ ଥିଲେ ବି କାମ ହେଉନାହିଁ l ତେବେ ଏହି ସମସ୍ୟାର ସମାଧାନ ପାଇଁ BSNL ସହ କଥା ସରିଛି, ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/17/school-2025-11-17-15-29-02.jpg)