Advertisment

Student’s Mysterious Death School Locked: ରହସ୍ୟ ଘେରରେ ଛାତ୍ର ମୃତ୍ୟୁ; ବିଦ୍ୟାଳୟରେ ତାଲା, ଅନ୍ୟ ଛାତ୍ରଙ୍କ ପାଠପଢ଼ା ପ୍ରଭାବିତ

ରହସ୍ୟ ଘେରରେ ଛାତ୍ର ମୃତ୍ୟୁ। ଆଜିକୁ ୧୩ ଦିନ ହେଲାଣି ବିଦ୍ୟାଳୟରେ ତାଲା ପଡ଼ିଛି। ନ୍ୟାୟ ଦାବିରେ ସ୍କୁଲରେ ତାଲା ପକାଇଲେ ମୃତ ଛାତ୍ରଙ୍କ ପରିବାର ଲୋକ। ଫଳରେ ପାଠପଢାରୁ ବଞ୍ଚିତ ହୋଇଛନ୍ତି ଅନ୍ୟ ଛାତ୍ରଛାତ୍ରୀ।

Student’s Mysterious Death School Locked

ରହସ୍ୟ ଘେରରେ ଛାତ୍ର ମୃତ୍ୟୁ Photograph: (OTV)

Advertisment

ରହସ୍ୟ ଘେରରେ ଛାତ୍ର ମୃତ୍ୟୁ। ଆଜିକୁ ୧୩ ଦିନ ହେଲାଣି ବିଦ୍ୟାଳୟରେ ତାଲା ପଡ଼ିଛି। ନ୍ୟାୟ ଦାବିରେ ସ୍କୁଲରେ ତାଲା ପକାଇଲେ ମୃତ ଛାତ୍ରଙ୍କ ପରିବାର ଲୋକ। ଫଳରେ ପାଠପଢାରୁ ବଞ୍ଚିତ ହୋଇଛନ୍ତି ଅନ୍ୟ ଛାତ୍ରଛାତ୍ରୀ। 

Advertisment

ନୟାଗଡ଼ ଗଣିଆ ଥାନା ଅନ୍ତର୍ଗତ ବେଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଏ ଘଟଣା। ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ମଧ୍ୟାହ୍ନ ଭୋଜନ ପରେ ଶୌଚ ହେବାକୁ କହି କେଉଁ ଆଡେ ବିଦ୍ୟାଳୟରୁ ଚାଲି ଯାଇଥିଲେ। ଗତ ଫେବୃଆରୀ ୪ ତାରିଖରେ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ନାବାଳକ ଛାତ୍ରର କ୍ଷ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାର ତଦନ୍ତ କରୁଛି ଗଣିଆ ପୋଲିସ। 

ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାରେ ତଦନ୍ତ କରି ବିଦ୍ୟାଳୟରେ ନିଯୁକ୍ତ ଦୁଇ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିଥିଲେ। ମୃତ ଛାତ୍ରଙ୍କ ପରିବାର ଲୋକ ଉଭୟ ଶିକ୍ଷୟତ୍ରୀଙ୍କୁ ଗିରଫ ଏବଂ ଛାତ୍ରଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ ବୋଲି ଦାବି କରି ବିଦ୍ୟାଳୟରେ ତାଲା ପକାଇଛନ୍ତି।

Advertisment

ସେପଟେ ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟକୁ ଆସିଥିଲେ ପରିବାର ଲୋକ ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ନିରାଶ ହୋଇ ଫେରି ଯାଇଥିଲେ, ଏ ସଂପର୍କ ରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରା ଯାଇ ଏହାର ସମାଧାନ କରାଯିବ ,ଗଣିଆ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ସମାନ କଥା କହିଛନ୍ତି ଏବଂ ପୁଣି ବିଦ୍ୟାଳୟ ଖୋଲିବ, ବର୍ତ୍ତମାନ ୧୩ଦିନ ଧରି ବିଦ୍ୟାଳୟ ବନ୍ଦ୍ ଥିବାରୁ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି ଅନ୍ୟ ଛାତ୍ର ଛାତ୍ରୀ।

  • ସ୍କୁଲରେ ୧୩ ଦିନ ହେଲା ପଡ଼ିଛି ତାଲା 
  • ଛାତ୍ରଙ୍କ ମୃତ୍ୟୁକୁ ନେଇ ଛାତ୍ରଙ୍କ ପରିବାର ତାଲା ପକାଇଛନ୍ତି 
  • ତାଲା ପଡ଼ିଥିବାରୁ ଅନ୍ୟ ଛାତ୍ରଙ୍କ ପାଠ ପଢ଼ା ପ୍ରଭାବିତ
Advertisment
Odisha Education Odisha School Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ