Advertisment

Baba Sarathi Surface Again: ଆମେ ପିଇଛୁ ସାରଥି ନିଶା , ପାରାଦୀପ ପରେ ଭଦ୍ରକ

ଏବେ ବି ତୁଟିନି ସାରଥି ମୋହ । ଭଣ୍ଡାରିପୋଖରୀ ବ୍ଲକ ପାଟୁଳୀ ଗାଁରେ ଏମିତି ସାରଥି ପ୍ରେମ ଦେଖିବାକୁ ମିଳିଛି । ଏଠି ନୂଆବର୍ଷ ଅବସରରେ ଶହ ଶହ ସାରଥି ଅନୁଗାମୀ ଆୟୋଜନ କରିଥିଲେ ସତସଙ୍ଗ ।

Bhadrak-Sarathi-Baba-Puja

Bhadrak-Sarathi-Baba-Puja Photograph: (OTV)

Advertisment

ଏମାନଙ୍କୁ ଏମିତି ସାରଥି ନିଶା ଚଢିଛି ଯେ, ଆଉ ଛାଡୁନି । କୁଆଡେ ମଦ ନିଶାଠୁ ବି ଏ ନିଶା ଆହୁରି ଅଧିକ ।  'ସାରଥି ବାବା ଆମ ପାଇଁ ସ୍ୱୟଂ ନାରାୟଣ । ସାରଥି ଭଗବାନ ଥିଲେ, ଅଛନ୍ତି ଓ ରହିବେ' ବୋଲି ଭଜନକୀର୍ତ୍ତନ କରି କହୁଛନ୍ତି ଅନୁଗାମୀ । ଏଠି ସମସ୍ତେ ସାରଥି ମାୟାରେ ବାୟା । ସାରଥି ଫଟୋ ଆଗରେ ଭଜନର ତାଳେ ତାଳେ ନାଚୁଛନ୍ତି ସଭିଏଁ । ପାରାଦୀପ ପରେ ଭଦ୍ରକରୁ ଆସିଛି ସାରଥି ଅନୁଗାମୀଙ୍କ ଏଭଳି ଦୃଶ୍ୟ । ସାରଥିଙ୍କୁ ପୂଜାର୍ଚ୍ଚନା କରି ସେମାନେ ନୂଆବର୍ଷ ପାଳିଛନ୍ତି । 

Advertisment

ଏବେ ବି ତୁଟିନି ସାରଥି ମୋହ । ଭଣ୍ଡାରିପୋଖରୀ ବ୍ଲକ ପାଟୁଳୀ ଗାଁରେ ଏମିତି ସାରଥି ପ୍ରେମ ଦେଖିବାକୁ ମିଳିଛି । ଏଠି ନୂଆବର୍ଷ ଅବସରରେ ଶହ ଶହ ସାରଥି ଅନୁଗାମୀ ଆୟୋଜନ କରିଥିଲେ ସତସଙ୍ଗ । ସାରଥିଙ୍କ ଫଟୋକୁ ପୂଜା କରି ନାମସଂକୀର୍ତ୍ତନ ସହିତ ନାଚିନାଚି ଭାବବିହ୍ବଳ ହୋଇପଡ଼ିଲେ । ସାରଥୀଙ୍କ ଫଟୋ ଓ ପାଦୁକା ଫଟୋକୁ ଫୁଲମାଳରେ ସଜାଇ ଦେଇଥିଲେ । ମଥାରେ ମୟୂର ଚୁଳ ଲଗାଇ ପୂଜାର୍ଚ୍ଚନା କରିଥିଲେ । ସମସ୍ତେ ଏକାଠି ହୋଇ ଫଟୋ ଆଗରେ ଭଜନକୀର୍ତ୍ତନ କରିଥିଲେ । 

ସାରଥିଙ୍କୁ ପୂଜାର୍ଚ୍ଚନା ସହ ପ୍ରସାଦ ସେବନ ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଗତକାଲି ପାରାଦୀପର ମଧ୍ୟ ସମାନ ଢଙ୍ଗରେ ନୂଆବର୍ଷ ପାଳନ କରିଥିଲେ ସାରଥିଙ୍କ ଅନୁଗାମୀମାନେ । ପୂର୍ବରୁ ବି ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳରୁ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ