Advertisment

ମାସାଧିକ କାଳ ନାବାଳିକାକୁ ଗଣଦୁଷ୍କର୍ମ!

ସାଲେପୁର: ହଜିଗଲାଣି ମାନବିକତା। ମାସାଧିକ କାଳ ଘର ଭିତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ମାହାଙ୍ଗା ଥାନା ଅଞ୍ଚଳରୁ। ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁକରି ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ସୂଚନା ମୁତାବକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ମା’ ସହ ଘରେ ରୁହନ୍ତି। ଦିନେ ମାଆଙ୍କ ଅନୁପସ୍ଥିତିରେ ୫ ଜଣ ଦୁର୍ବୁତ୍ତ ଘରେ ପଶି […]

ମାସାଧିକ କାଳ ନାବାଳିକାକୁ ଗଣଦୁଷ୍କର୍ମ!

Untitled-1

Advertisment

ସାଲେପୁର: ହଜିଗଲାଣି ମାନବିକତା। ମାସାଧିକ କାଳ ଘର ଭିତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ମାହାଙ୍ଗା ଥାନା ଅଞ୍ଚଳରୁ। ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁକରି ଜଣେ ଅଭିଯୁକ୍ତକୁ ଅଟକ ରଖିଛି।

Advertisment

ସୂଚନା ମୁତାବକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ମା’ ସହ ଘରେ ରୁହନ୍ତି। ଦିନେ ମାଆଙ୍କ ଅନୁପସ୍ଥିତିରେ ୫ ଜଣ ଦୁର୍ବୁତ୍ତ ଘରେ ପଶି ଡରାଇ ଧମକାଇ ନାବାଳିକାକୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଇଥିଲା। ଦିନେ କି ଦୁଇ ଦିନ ନୁହେଁ, ମାସାଧିକ କାଳ ନାବାଳିକାକୁ ତା’ ଘର ଭିତରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଝିଅଟି ଏ ସମ୍ପର୍କରେ ନିଜ ମାଆକୁ କହିଥିଲା। ସେତେବେଳେ ମାଆ ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ନୀରବ ରହିଥିଲେ।

ନାବାଳିକା ଜଣକ ଏ ମମ୍ପର୍କରେ ନିଜ ବିବାହିତା ବଡ଼ ଭଉଣୀଙ୍କୁ ଫୋନ୍‌ରେ କହିଥିଲେ। ସାନ ଭଉଣୀର ଫୋନ୍‌ କଲ ପାଇ ରାଜ୍ୟ ବାହାରେ ରହୁଥିବା ବଡ଼ ଭଉଣୀ ଘରକୁ ଆସିଥିଲେ । ସାନ ଭଉଣୀଠାରୁ ସବୁ କଥା ଶୁଣିବା ପରେ ଏନେଇ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁକରି ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ