Advertisment

ସୂଚନା ଅଧିକାର କର୍ମୀଙ୍କୁ ଅଚ୍ୟୁତଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ସମର୍ଥକମାନେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  ଅଚ୍ୟୁତ ସାମନ୍ତଙ୍କ ସମର୍ଥକ ସୂଚନା ଅଧିକାର କର୍ମୀ ମହମ୍ମଦ ଜିଆଉଦ୍ଦିନଙ୍କୁ ଆକ୍ରମଣ କରିଛନ୍ତି।  ଏଥିରେ ଜିଆଉଦ୍ଦିନଙ୍କ ମୁଣ୍ଡରେ ଆଘାତ ଲାଗିଛି। ତୁମୁଡ଼ି ବନ୍ଧ ନିକଟ ଲାବଣ୍ୟନଗରରେ ଏହି ଘଟଣା ଘଟିଛି।  ୨ଟି ଗାଡ଼ିରେ ଆସି ଅଚ୍ୟୁତଙ୍କ ସମର୍ଥକ ଆକ୍ରମଣ କରିବା ସହିତ ତାଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି।  ଏଥିରେ ବିଜେଡି କର୍ମୀ ମଧ୍ୟ ସାମିଲ ଥିବା […]

ସୂଚନା ଅଧିକାର କର୍ମୀଙ୍କୁ ଅଚ୍ୟୁତଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ

aggg

Advertisment

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ସମର୍ଥକମାନେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  ଅଚ୍ୟୁତ ସାମନ୍ତଙ୍କ ସମର୍ଥକ ସୂଚନା ଅଧିକାର କର୍ମୀ ମହମ୍ମଦ ଜିଆଉଦ୍ଦିନଙ୍କୁ ଆକ୍ରମଣ କରିଛନ୍ତି।  ଏଥିରେ ଜିଆଉଦ୍ଦିନଙ୍କ ମୁଣ୍ଡରେ ଆଘାତ ଲାଗିଛି।

Advertisment

ତୁମୁଡ଼ି ବନ୍ଧ ନିକଟ ଲାବଣ୍ୟନଗରରେ ଏହି ଘଟଣା ଘଟିଛି।  ୨ଟି ଗାଡ଼ିରେ ଆସି ଅଚ୍ୟୁତଙ୍କ ସମର୍ଥକ ଆକ୍ରମଣ କରିବା ସହିତ ତାଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି।  ଏଥିରେ ବିଜେଡି କର୍ମୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି।  ଆର୍‌ଟିଆଇ ଜରିଆରେ ଜିଆଉଦ୍ଦିନ ଅଚ୍ୟୁତଙ୍କ ବହୁ କଥା ଲୋକଙ୍କ ସାମ୍ନାକୁ ଆଣିଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ପୁଲିସ ଜିଆଉଦ୍ଦିନଙ୍କୁ ଉଦ୍ଧାର କରିଥିଲା।  ଖୁବଶୀଘ୍ର ଥାନାରେ ଏତଲା ଦେବେ ବୋଲି କହିଛନ୍ତି, ମହମ୍ମଦ ଜିଆଉଦ୍ଦିନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ