Advertisment

ଆଜି ଓଡ଼ିଶା ଆସୁଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରଏସ୍ଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ କାର୍ଯ୍ୟକ୍ରମ ହେଉଛି। ପୂର୍ବକ୍ଷେତ୍ର ପାଇଁ ଉଦ୍ଧିଷ୍ଟ ଏହି ବୈଠକ ଆସନ୍ତାକାଲି ଏବଂ ୨୬ ଦୁଇ ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଆରଏସଏସ ମୁଖ୍ୟ ସୁରେଶ ଯୋଶୀ ଉପସ୍ଥିତ ରହିବେ । ପଶ୍ଚିମବଙ୍ଗ, […]

ଆଜି ଓଡ଼ିଶା ଆସୁଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

mohan-bhagbat

Advertisment

ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରଏସ୍ଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ କାର୍ଯ୍ୟକ୍ରମ ହେଉଛି।

Advertisment

ପୂର୍ବକ୍ଷେତ୍ର ପାଇଁ ଉଦ୍ଧିଷ୍ଟ ଏହି ବୈଠକ ଆସନ୍ତାକାଲି ଏବଂ ୨୬ ଦୁଇ ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଆରଏସଏସ ମୁଖ୍ୟ ସୁରେଶ ଯୋଶୀ ଉପସ୍ଥିତ ରହିବେ । ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଅଞ୍ଚଳରେ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ୩୫ଜଣ ସଦସ୍ୟ ଏହି ବୈଠକରେ ଭାଗନେବେ।

କୋଭିଡ ୧୯ ମହମାରୀ ସମୟରେ ସ୍ୱଂୟସେବକଙ୍କ ଦ୍ୱାରା କରାଯାଇଥିବା ସେବା କାର୍ଯ୍ୟର ଆଲୋଚନା ଓ ସମୀକ୍ଷା ହେବ ।ଏହାସହ କରୋନାରେ ପ୍ରଭାବିତ ଜନଜୀବନ, ଶିକ୍ଷା, ସ୍ୱାସ୍ଥ୍ୟ, ଆତ୍ମନିର୍ଭରଶୀଳତା ଉପରେ ଆଲୋଚନା ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ