Advertisment

High Parking Charges Stir Anger: ରୁମ୍ ୧୭ ଶହକୁ ପାର୍କିଂ ଫି ୫ ଶହ, ଚାରି ଚକିଆ ପାର୍କିଂ ଫି'କୁ ନେଇ ଅସନ୍ତୋଷ

ରୁମ୍ ନେଲେ କାର ପାର୍କିଂ ପାଇଁ ଦେବାକୁ ପଡିବ ୫ଶହ ଟଙ୍କା। ଶ୍ରୀମନ୍ଦିର ପ୍ରଶାସନର ରାଜସ୍ୱ ବୃଦ୍ଧି ପାଇଁ ଭକ୍ତଙ୍କୁ ଶୋଷଣ କରାଯାଉଛି। ୪ଟି ଭକ୍ତ ନିବାସ ପାର୍କିଂରେ ଯେଉଁମାନେ ରହିବେ ସେମାନଙ୍କୁ ନିଜ ଚାରି ଚକିଆ ଗାଡ଼ି ପାଇଁ ୨୪ ଘଣ୍ଟାରେ ୫ଶହ ଟଙ୍କା ଗଣିବାକୁ ପଡୁଛି।

PURI-PARKING-FEE

PURI-PARKING-FEE Photograph: (OTV)

Advertisment

ଭକ୍ତ ନିବାସରେ ଭକ୍ତଙ୍କୁ ଶୋଷଣ । ଶ୍ରଦ୍ଧାଳୁଙ୍କ ମୁଣ୍ଡରେ ପାର୍କିଂ ବୋଝ । ୨୪ ଘଣ୍ଟାରେ ଗଣିବେ ୫୦୦ ଟଙ୍କା ।
ପୁରୀରେ ଭକ୍ତଙ୍କ ସୁବିଧା ରହଣି ପାଇଁ କରାଯାଇଥିବା ଭକ୍ତ ନିବାସରେ ଏମିତି ଶୋଷଣର ଶିକାର ହେବେ ଶ୍ରଦ୍ଧାଳୁ। ୪ ଚକିଆ ଗାଡି ପାର୍କିଂ କଲେ ପକେଟରୁ ଗଣିବେ ୫ଶହ ଟଙ୍କା। ମନ୍ଦିର ପ୍ରଶାସନର ନୋଟିସ୍। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ନିର୍ଦ୍ଦେଶରେ ୪ଟି ଭକ୍ତ ନିବାସରେ ନୋଟିସ୍ ଲାଗିଛି। ପାର୍କିଂ ବାବଦରେ ଜିଏସଟିକୁ ମିଶାଇ ୫୦୦ ଟଙ୍କା ଦେବେ ଭକ୍ତ।

Advertisment

ଭକ୍ତ ନିବାସର ଗୋଟିଏ ରୁମ୍ ଭଡ଼ା ୧୭ଶହ ୧୨ ଟଙ୍କା ଥିବା ବେଳେ ଏଣିକି ଚାରି ଚକିଆ ଗାଡ଼ି ପାର୍କିଂ କଲେ ୨୪ ଘଣ୍ଟା ପାଇଁ ୫୦୦ ଟଙ୍କା ଗଣିବେ। ମୋଟ୍ ୨୨ଶହ ୧୨ ଟଙ୍କା ଦେବାକୁ ପଡ଼ିବ। ଯାହାକୁ ନେଇ ଭକ୍ତ ନିବାସରେ ରହୁଥିବା ଯାତ୍ରୀ ଅସନ୍ତୋଷ ଝାଡିଛନ୍ତି। ହୋଟେଲରେ କୌଣସି ପାର୍କିଂ ଫି ପଡୁ ନଥିବା ବେଳେ ଏଇଠି କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ନିଷ୍ପତ୍ତି ପ୍ରତ୍ୟାହାର ସହ ଶ୍ରୀମନ୍ଦିର ପ୍ରଶାସନ ପୁନର୍ବିଚାର କରିବାକୁ ଦାବି କରିଛନ୍ତି। ...

ବୋଝ ଉପରେ ନଳିତା ବିଡା

ଗୋଟିଏ ପଟେ ସୁଲଭ ମୂଲ୍ୟରେ ରହିବାକୁ ଉଦ୍ଦିଷ୍ଟ ଭକ୍ତ ନିବାସର ରେଟ୍ ପକେଟକୁ ସୁହାଉ ନଥିବା ବେଳେ ଅତିରିକ୍ତ ଭାବରେ ୫୦୦ ଟଙ୍କା ପାର୍କିଂ ଫି ଗରିବ ଭକ୍ତଙ୍କ ବୋଝ ଉପରେ ନଳିତା ବିଡା ହୋଇଛି। ପରିଚାଳନା କମିଟି ବୈଠକରେ ବର୍ଦ୍ଧିତ ପାର୍କିଂ ଫି ପ୍ରସଙ୍ଗ ଉତଥାପନ ନକରି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସେବାୟତ ମହଲ ବି ନାପସନ୍ଦ କରିଛନ୍ତି। କୌଣସି ଶ୍ରଦ୍ଧାଳୁ କି ପର୍ଯ୍ୟଟକ ଭକ୍ତ ନିବାସରେ ଦୁଇ ତିନି ଦିନ ରହିଲେ ପାର୍କିଂ ବାବଦରେ ୧୫ଶହରୁ ୨ହଜାର ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ। 

Advertisment

ଚାରିଆଡୁ ତୀବ୍ର ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। କହିଛନ୍ତି, ଏହା ଉପରେ ବିଚାରବିମର୍ଶ ଚାଲିଛି। ଅନ୍ୟପଟେ ଭକ୍ତଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯିବ ବୋଲି ପୁରୀ ସାଂସଦ କହିଥିବା ବେଳେ ବର୍ଦ୍ଧିତ ପାର୍କିଂ ଫି ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଛନ୍ତି ପୁରୀ ବିଧାୟକ ସୁନୀଲ ମହାନ୍ତି। ... 

ଭକ୍ତ ନିବାସର ବର୍ଦ୍ଧିତ ପାର୍କିଂ ଫିକୁ ନେଇ ସବୁଠି ବିରୋଧ ଓ ସବୁ ମହଲରେ ଅସନ୍ତୋଷର ସ୍ୱର ତେଜିବାରେ ଲାଗିଛି। ଆଗକୁ ପ୍ରଶାସନ କି ନିଷ୍ପତ୍ତି ନେଉଛି ତାଉପରେ ନଜର। ... 

Advertisment
Puri Parking Fee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ