Advertisment

Robbery Report Turns Sour: ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ଟ୍ବିଷ୍ଟ: ଏତଲାରେ ୧୪ ଲକ୍ଷ, ଜବତ ହେଲା ୩୮ ଲକ୍ଷ

ଝାରସୁଗୁଡା ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ଟ୍ବିଷ୍ଟ । ବ୍ୟବସାୟୀ ମୁକେଶ ବୁଚୱାନୀଙ୍କ ଘରୁ ହୋଇଥିଲା ଲୁଟ୍ । ଏତଲାରେ ଦର୍ଶାଇଥିଲେ ୧୪ ଲକ୍ଷ, ଜବତ ହେଲା ୩୮ ଲକ୍ଷ ।

Jharsuguda Case

Jharsuguda Case Photograph: (OTV)

Advertisment

ଝାରସୁଗୁଡାର ବ୍ୟବସାୟୀ ମୁକେଶ କୁମାର ବୁଚୱାନୀଙ୍କ ଘରୁ ଡକାୟତି ଘଟଣାରେ ଟ୍ବିଷ୍ଟ। ଏତଲାରେ ଦର୍ଶାଇଥିଲେ ୧୪ ଲକ୍ଷ କିନ୍ତୁ ଜବତ ହେଲା ୩୮ ଲକ୍ଷ। 

Advertisment

ସୂଚନା ମୁତାବକ, କିଛି ଦିନ ତଳେ, ବ୍ୟବସାୟୀ ମୁକେଶଙ୍କ ଘରୁ ଡକାୟତମାନେ ଏକ ବଡ଼ ଧରଣର ଲୁଟ୍ କରିଥିଲେ। ଏନେଇ ଥାନାରେ ଏତଲା ଦେଇଥିଲେ ମୁକେଶ। ଏତଲାରେ ଲେଖାଥିଲା ତାଙ୍କ ଘରୁ ପ୍ରାୟ ୧୪ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଛି। 

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ପରେ ଡାକାୟତମାନଙ୍କୁ ଗିରଫ କରିଛି। ଏତଲାରେ ୧୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଦର୍ଶାଯାଇଥିବା ବେଳେ ଗିରଫ ଡକାୟତମାନଙ୍କ ଠାରୁ ୩୮ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। କେବଳ ଟଙ୍କା ନୁହେଁ ଜବତ ଅଳଂକାର ଓ ସାମଗ୍ରୀରେ ମଧ୍ୟ ତଫାତ ରହିଛି। 

Advertisment

ତେବେ ବଡ ପ୍ରଶ୍ନ କ’ଣ ପାଇଁ ଓ କାହିଁକି ବ୍ୟବସାୟୀ ମୁକେଶ ଏତଲାରେ ମିଛ ଲେଖିଥିଲେ। ବ୍ଲାକ ଟଙ୍କା ରଖିଥିଲେ କି ମୁକେଶ? ଏନେଇ ଖୋଳତାଡ଼ କରୁଛି ଝାରସୁଗୁଡା ପୋଲିସ।

•    ଝାରସୁଗୁଡା ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ଟ୍ବିଷ୍ଟ
•    ବ୍ୟବସାୟୀ ମୁକେଶ ବୁଚୱାନୀଙ୍କ ଘରୁ ହୋଇଥିଲା ଲୁଟ୍ 
•    ଏତଲାରେ ଦର୍ଶାଇଥିଲେ ୧୪ ଲକ୍ଷ, ଜବତ ହେଲା ୩୮ ଲକ୍ଷ
•    ଗିରଫ ଡକାୟତମାନଙ୍କ ଠାରୁ ୩୮ ଲକ୍ଷ ଟଙ୍କା ଜବତ
•    ଜବତ ଅଳଂକାର ଓ ସାମଗ୍ରୀରେ ମଧ୍ୟ ତଫାତ
•    ଏତଲାରେ ମିଛ ଲେଖିଥିଲେ କି ବ୍ୟବସାୟୀ ମୁକେଶ ?
•    ଖୋଳତାଡ଼ କରୁଛି ଝାରସୁଗୁଡା ପୋଲିସ

Advertisment
Jharsuguda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ