gun
ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ଡକାୟତି । ୩ ଦୁର୍ବୃତ୍ତଙ୍କ ଦ୍ୱାରା ଡକାୟତିର ଶିକାର ହେଲେ ଦମ୍ପତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ପତ୍ନୀ ମାମିନା ଜେନା ଏକ ବାଇକ ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ । ସକାଳ ସମୟରେ ରାସ୍ତା ଶୂନଶାନ ଥିବାବେଳେ ଏହାର ସୁଯୋଗ ନେଇ ଡକାୟତମାନେ ଏକ ବାଇକରେ ସେମାନଙ୍କର ପିଛା କରିଥିଲେ ।
ରାଜସୁନାଖଳା ଫାଣ୍ଡି ଅଧୀନ କୋଟଗଡ଼ ନିଛାଟିଆ ଘାଟି ରାସ୍ତାରେ ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ମାମିନାଙ୍କ ଠାରୁ ୯ ହଜାର ଟଙ୍କା ଥିବା ଏକ ଭ୍ୟାନିଟି ବ୍ୟାଗ୍, ଦେଢ଼ ଭରିର ଏକ ସୁନା ଚେନ ଏବଂ ଏକ ମୋବାଇଲ ନେଇଯାଇଛନ୍ତି । ତେବେ ଲୁଟ କରିବା ସହ ଉଭୟଙ୍କୁ ମାରପିଟ୍ କରିବା ସହ ବନ୍ଧୁକରେ ସୁରେଶଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ସୁରେଶଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ତାଙ୍କୁ ସ୍ଥାନୀୟ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏ ନେଇ ରାଜସୁନାଖଳା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଦମ୍ପତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/gun-2_1625227223.jpg)