NAVEEN_NIWAS_ROAD Photograph: (OTV)
ନବୀନ ନିବାସ ସମ୍ମୁଖ ରାସ୍ତା ଅବରୋଧ ମାମଲାରେ ଜବାବ ଦାଖଲ ପାଇଁ ମହଲତ ଲୋଡିଲେ ସରକାର । ପୂର୍ବରୁ ଜବାବ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ସରକାରଙ୍କ ପକ୍ଷରୁ ଜବାବ ଦାଖଲ ହୋଇନାହିଁ। ପରବର୍ତ୍ତୀ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ହାଇକୋର୍ଟ ମହଲତ ଦେବା ସହ ଆସନ୍ତା ୨୪ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।
ଆବେଦନକାରୀ ପ୍ରକାଶ ଦାସଙ୍କ ଆବେଦନ ଅନୁଯାୟୀ ପୁରୁଣା ଏୟାରପୋର୍ଟ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରାଯାଉ ନ ଥିବାରୁ ବହୁ ସମୟରେ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖା ଦେଉଛି। ଲୋକମାନେ ଲିଙ୍ଗରାଜ ମନ୍ଦିର ଓ ବିମାନବନ୍ଦର ଯା’ ଆସ କରିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାସ୍ତାର ଗୋଟିଏ ପାର୍ଶ୍ବ ଜବରଦଖଲ କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥା ଆଳରେ ରାସ୍ତାକୁ ସଂକୁଚିତ କରାଯାଇଛି। ଏହି ରାସ୍ତାରୁ ଅବରୋଧ ହଟାଯାଇ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିଲେ ଜନସାଧାରଣ ଉପକୃତ ହେବେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।
ନବୀନ ନିବାସ ସମ୍ମୁଖ ରାସ୍ତା ଅବରୋଧ ମାମଲା
ଜବାବ ଦାଖଲ ପାଇଁ ମହଲତ ଲୋଡିଛନ୍ତି ସରକାର
ପୂର୍ବରୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ
ଫେବ୍ରୁଆରି ୨୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ
ଦାୟର ଜନସ୍ବାର୍ଥ ମାମଲାରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ
ନବୀନ ନିବାସ ନିକଟରେ ରାସ୍ତାର ଗୋଟିଏ ପାଖ ଅବରୋଧ ରହିଛି
ଜବରଦଖଲ ଉଚ୍ଛେଦ କରାଯାଉ ନଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଜୁଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/08/naveen_niwas_road-2026-02-08-22-21-19.jpg)