Advertisment

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ଜନିତ ବର୍ଷା ପାଇଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଛି। ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବା ବେଳେ ଏବେ ୫୦.୮୮ ମିଟର ଦେଇ ଜଳ…

ଅଦ୍ୟତନ ହୋଇଛି
ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

river

Advertisment

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ଜନିତ ବର୍ଷା ପାଇଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଛି। ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବା ବେଳେ ଏବେ ୫୦.୮୮ ମିଟର ଦେଇ ଜଳ ପ୍ରବାହିତ ହେଉଛି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା SRC କହିଛନ୍ତି।

Advertisment

ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ଗାଲୁଡିହି ବ୍ୟାରେଜ୍ ଖୋଲା ଯାଇଛି। ଗାଲୁଡିହି ବ୍ୟାରେଜରେ ପାଣି ଯୋଗୁ ସୁବର୍ଣ୍ଣରେଖା ବିପଦ ସଙ୍କେତ ଟପିଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ଲୋକଙ୍କୁ ସତର୍କ କରାଇଥିଲା। ଡାକବାଜି ଯନ୍ତ୍ର ସାହାଯ୍ୟରେ ନଦୀ କୂଳରେ ରହୁଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ଆଲର୍ଟ କରିଥିଲା।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ଖସୁଛି। ଯଦିଓ ଜଳସ୍ତର କମିଛି, ହେଲେ ଏବେ ବି ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଛି। ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଏବେ ୧୮.୯୦ ମିଟର ଦେଇ ଜଳସ୍ତର ପ୍ରବାହିତ ହେଉଛି। ଏବେ ମଧ୍ୟ କିଛି ପଞ୍ଚାୟତ ପାଣି ଘେରରେ ଥିବା ସୂଚନା ମିଳିଛି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ବାତ୍ୟା ପରେ ଏବେ ମୁଖ୍ୟ ସମସ୍ୟା ପାଲଟିଛି ବର୍ଷା। କାରଣ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ନଦୀରେ ଜଳସ୍ତର ବଢ଼ିଛି। ବୁଧବାର ଓ ଗୁରୁବାର ବର୍ଷା ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଛି। ବାତ୍ୟା ପ୍ରଭାବରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ ବୈତରଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇଛି।

ସେପଟେ ଯାଜପୁର ଜିଲ୍ଲାକୁ ଏବେ ବନ୍ୟା ଚିନ୍ତା ଘାରିଛି। ବୈତରଣୀ ଏବଂ ଏହାର ଶାଖା ନଦୀରେ ଏବେ ଜଳସ୍ତର ବଢ଼ୁଛି। ଆଖୁଆପଦାରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀର ଜଳସ୍ତର ବଢ଼ିବା ପରେ କୂଳବର୍ତ୍ତୀ ଗାଁ ଲୋକଙ୍କ ମନରେ ଏବେ ପଶିଛି ଛନକା। ତେବେ ଆତଙ୍କିତ ନହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ମଧ୍ୟମ ଧରଣର ବନ୍ୟା ହେବା ଆଶଙ୍କା ଥିବାରୁ ବିଶେଷ କ୍ଷୟକ୍ଷତି ହେବନି ବୋଲି ଅନୁମାନ କରାଯାଉଛି।

ବାତ୍ୟା ୟାସ୍‌ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟରେ ହୋଇଥିବା ବାତ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିବେ। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ। ବାତ୍ୟା ୟାସ୍‌ରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବାଲେଶ୍ୱର, ଭଦ୍ରକ ଅଞ୍ଚଳରେ ଆକାଶ ମାର୍ଗରୁ କ୍ଷୟକ୍ଷତିର ଚିତ୍ର ଦେଖିବେ ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସାରିବା ପରେ ମୋଦି ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅଞ୍ଚଳକୁ ଯାଇ ସେଠାରେ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ