Advertisment

River Erosion Temples at Risk: ନଦୀ ଗର୍ଭରେ ଲିନ ହେବ କି ଆଉ ଏକ ପୁରାତନ ମନ୍ଦିର? ବଢ଼ୁଛି ଭୟ…

ଧୀରେ ଧୀରେ କୂଳ ଖାଇ ଖାଇ ଜନବସତି ଆଡ଼କୁ ମାଡି ଆସୁଛି ନଦୀ। ନଦୀ ଗର୍ଭରେ ଲିନ ହୋଇଛି ପ୍ରାଚୀନ ବଟେଶ୍ୱର ଶିବ ମନ୍ଦିର। ଏବେ ଏହି ମନ୍ଦିରକୁ ଲାଗି ମାଆ ଭାଗବତୀଙ୍କ ମନ୍ଦିର ପର୍ଯ୍ୟନ୍ତ ମଧ୍ୟ ଲାଗିଗଲାଣି ନଦୀ ସ୍ରୋତ। ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ବଟେଶ୍ୱର ଠାରେ।

River Erosion Temples at Risk

ନଦୀ ଗର୍ଭରେ ଲିନ ହେବ କି ଆଉ ଏକ ପୁରାତନ ମନ୍ଦିର? ବଢ଼ୁଛି ଭୟ… Photograph: (OTV)

Advertisment

ଧୀରେ ଧୀରେ କୂଳ ଖାଇ ଖାଇ ଜନବସତି ଆଡ଼କୁ ମାଡି ଆସୁଛି ନଦୀ। ନଦୀ ଗର୍ଭରେ ଲିନ ହୋଇଛି ପ୍ରାଚୀନ ବଟେଶ୍ୱର ଶିବ ମନ୍ଦିର। ଏବେ ଏହି ମନ୍ଦିରକୁ ଲାଗି ମାଆ ଭାଗବତୀଙ୍କ ମନ୍ଦିର ପର୍ଯ୍ୟନ୍ତ ମଧ୍ୟ ଲାଗିଗଲାଣି ନଦୀ ସ୍ରୋତ। ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ବଟେଶ୍ୱର ଠାରେ।

Advertisment

ଚିତ୍ରୋତ୍ପଳା ନଦୀ ଧୀରେ ଧୀରେ କୂଳ ଲଙ୍ଘି ବଟେଶ୍ୱର ମନ୍ଦିରକୁ ତା’ ଗର୍ଭରେ ମିଶାଇବା ସହ ଏବେ ମାଆ ଭଗବତୀ ମନ୍ଦିର ଆଡ଼କୁ ଅନବରତ ମାଡି ଚାଲିଛି। ସ୍ଥିତି ଏଭଳି ଯେ ସରକାର ପଦକ୍ଷେପ ନ ନେଲେ ଏହି ପୁରାତନ ମନ୍ଦିର ଟି ମଧ୍ୟ ନଦୀ ଗର୍ଭରେ ମିଶିଯିବ।

କାହିଁ କେଉଁ କାଳର ବଟେଶ୍ୱର ମନ୍ଦିରର ଭଗ୍ନାବଶେଷ ଏବେ ନଦୀ ଗର୍ଭରେ। ନଦୀ ପାଣିରେ ବୁଡିଥିବା ଅନେକ ପଥର ଏବେବି ପଡିରହିଛି ପାଣି ଭିତରେ। ଏଇଠି ନଦୀ ଗର୍ଭରେ ବିଲୀନ ହୋଇଛି ବଟେଶ୍ୱର ମନ୍ଦିର। ଆଉ ପାଣି ଭିତରୁ ଇଦ୍ଧାର କରି ଏକ ଛୋଟ ମନ୍ଦିରରେ ପରବର୍ତ୍ତୀ ସମୟରେ ମହାଦେବଙ୍କୁ ରଖାଯାଇଛି ବୋଲି ଗାଁ ଲୋକେ କୁହନ୍ତି।

Advertisment

ଏହି ମନ୍ଦିରକୁ ଲାଗି ଆଉ କେଇ ହାତ ମାତ୍ର ମାଆ ଭାଗବତୀଙ୍କ ପୁରାତନ ମନ୍ଦିର।ଦୁର୍ବଳ ଘେରିବନ୍ଧ ଓ ମରାମତି ଅଭାବରୁ ଏବେ ଏହି ମନ୍ଦିର ପାଖକୁ ମଧ୍ୟ ନଦୀ ପାଣି ମାଡ଼ି ଆସିଲାଣି।ଫଳରେ ଏହି ପୁରାତନ ମନ୍ଦିରଟିକୁ ମଧ୍ୟ ହଜେଇ ଦେବା ଭୟରେ ଗ୍ରାମବାସୀ।

ପ୍ରତି ମୁହୂର୍ତ୍ତରେ ମାଡି ଆସୁଥିବା ବିପଦ ବିଷୟରେ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏନେଇ କେନ୍ଦୁପାଟଣା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଅବଗତ କରାଇବା ପରେ ସେ ନିଜେ ଏହି କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଛନ୍ତି।

Advertisment
Ancient Temple River Erosion Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ