Advertisment

Sevayats Protest: କପିଳାସ ପୀଠରେ ଶ୍ରୀ ଚନ୍ଦ୍ରଶେଖର ଜିୟୁ ଉପବାସ, ପୋଲିସ-ସେବାୟତ କଳି, ଭକ୍ତ ନିରାଶ

ଢେଙ୍କାନାଳର ପ୍ରସିନ୍ଧ ଶୌବ ପୀଠ କପିଳାସ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି । ହେଲେ ଦେଖିବାକୁ ମିଳିଛି ଅବ୍ୟବସ୍ଥା । ବାବାଙ୍କ ନିତି ବନ୍ଦ କରି ଧାରଣାରେ ବସିଥିଲେ ସେବାୟତ ଓ ଛତିଶା ନିଯୋଗ । ଫଳରେ ଦିନ ୧୦ଟା ଯାଏଁ ବାବାଙ୍କୁ ଉପବାସ ରହିବାକୁ ପଡ଼ିଥିଲା ।

Kapilasa Jagar

Kapilasa Jagar Photograph: (OTV)

Advertisment

କପିଳାସ ପୀଠରେ ମହାଦେବ ଉପବାସ । ସେବାୟତଙ୍କ ଜିଦ୍ ପାଇଁ ଶ୍ରୀ ଚନ୍ଦ୍ରଶେଖର ଜିୟୁଙ୍କ ନୀତିକାନ୍ତି ବନ୍ଦ । ପୋଲିସ-ସେବାୟତ କଳି, ଭକ୍ତ ନିରାଶ । ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ପରେ ଏବେ ଆରମ୍ଭ ହୋଇଛି ବାବା ଚନ୍ଦ୍ରଶେଖର ଜିୟୁଙ୍କ ନୀତିକାନ୍ତି ।

Advertisment

ଆଜି ପବିତ୍ର ଜାଗର । ଢେଙ୍କାନାଳର ପ୍ରସିନ୍ଧ ଶୌବ ପୀଠ କପିଳାସ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି । ହେଲେ ଦେଖିବାକୁ ମିଳିଛି ଅବ୍ୟବସ୍ଥା । ବାବାଙ୍କ ନିତି ବନ୍ଦ କରି ଧାରଣାରେ ବସିଥିଲେ ସେବାୟତ ଓ ଛତିଶା ନିଯୋଗ । ଫଳରେ ଦିନ ୧୦ଟା ଯାଏଁ ବାବାଙ୍କୁ ଉପବାସ ରହିବାକୁ ପଡ଼ିଥିଲା ।

ପରେ ଏନେଇ ଖବର ପାଇବା ପରେ ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି କ୍ଷମା ପ୍ରାର୍ଥନା କରିବା ସହ ପ୍ରତିଶ୍ରୁତି ଦେବା ପରେ ହଟିଛି ସେବାୟତ ଓ ଛତିଶା ନିଯୋଗଙ୍କ ଧାରଣା ।

Advertisment

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ମନମାନିକୁ ନେଇ ତାତିଥିଲେ ସେବାୟତ । ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିୟୁଙ୍କ ନୀତିକାନ୍ତି ବନ୍ଦ କରିବା ସହ ଜଗନ୍ନାଥ ମନ୍ଦିରରେ ଧାରଣାରେ ବସିଥିଲେ । କାହାକୁ ମନ୍ଦିରକୁ ଛାଡ଼ିବାକୁ ଅନୁମତି ଦେଉନଥିଲେ । ପରେ ଉପଜିଲ୍ଳାପଳ ବିଭୁଦ ଗଡ଼ନାୟକ ପହଞ୍ଚି ବୁଝାସୁଝା କରିଥିଲେ ।  

ପ୍ରତିଶ୍ରୁତି ଦେଇ କହିଥିଲେ, ଆସନ୍ତା ୨୦ ତାରିଖରେ ଗୁରୁତ୍ବପୁର୍ଣ୍ଣ ବୈଠକ ବସିବ । ବୈଠକରେ ସେବାୟତ ଛତିଶାନିଯୋଗ ଓ ପ୍ରଶାସନ ଉପସ୍ଥିତିରେ ଅବ୍ୟବସ୍ଥା ନେଇ ଆଲୋଚନା ହେବ । ଏଭଳି ପ୍ରତିଶ୍ରୁତି ପାଇବା ପରେ ହଟିଥିଲା ସେବାୟତଙ୍କ ଧାରଣା ଏବଂ ଆରମ୍ଭ ହୋଇଥିଲା ମହାଦେବଙ୍କ ନୀତିକାନ୍ତି । 

Advertisment

ତେବେ କପିଳାସରେ ବାବାଙ୍କ ନୀତି ବନ୍ଦ ଏବଂ ସେବାୟତଙ୍କ ଧାରଣା ଆଉ କିଛି ନୂଆନୁହେଁ । ଗତ ବର୍ଷ ମଧ୍ୟ ଏଭଳି ଅବ୍ୟବସ୍ଥା ଉପୁଜିଥିଲା । ବାରମ୍ବାର ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଥିବାରୁ ଏବେ ଏହାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ସମସ୍ତ ସେବାୟତ ।

Mahashivrati Lingaraj Sevayats Kapilash Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ