Ama saathi WhatsApp Chatbot Photograph: (OTV)
ଲୋକଙ୍କ ହାତ ପାହାନ୍ତାରେ ରାଜସ୍ବ ସେବା। ଲୋକଙ୍କୁ ଆହୁରି ସହଜରେ ରାଜସ୍ବ ସେବା ଯୋଗାଇବା ଲାଗି ‘ଆମସାଥୀ ହ୍ବାଟସଆପ୍ ଚାଟବଟ୍ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି ସିଏମ ମୋହନ ଚରଣ ମାଝୀ। ରାଜସ୍ବ ସେବା ପ୍ରଦାନ ପାଇଁ କାର୍ଯ୍ୟକ୍ଷମ ଥିବା ହ୍ବାଟ୍ସଆପ୍ ଚାଟବଟରେ ଆଉ ୧୧ଟି ପ୍ରମୁଖ ରାଜସ୍ବ ସେବାକୁ ସାମିଲ କରାଯାଇଛି।
ଏହାଦ୍ବାରା ଜନସାଧାରଣ ଆଉ ତହସିଲ କାର୍ଯ୍ୟାଳୟକୁ ନ ଯାଇ ୯୪୩୭୨୯୨୦୦୦ ନମ୍ବରରେ ହ୍ବାଟସଆପ୍ ମେସେଜ୍ ମାଧ୍ୟମରେ ମ୍ୟୁଟେସନ୍ କେସ୍, କୃଷି ଜମି କିସମ ପରିବର୍ତ୍ତନ, ବାସିନ୍ଦା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଜନଜାତି ପ୍ରମାଣପତ୍ର, ଓବିସି ପ୍ରମାଣପତ୍ର, ଏସ୍ ଇବିସି ପ୍ରମାଣପତ୍ର, ଉତ୍ତରାଧିକାରୀ (ଲିଗାଲ୍ ହେୟାର) ପ୍ରମାଣପତ୍ର, ଆୟ ଓ ସମ୍ପତ୍ତି (ଇନକମ୍ ଆଣ୍ଡ ଆସେଟ୍) ପ୍ରମାଣପତ୍ର, ଅଭିଭାବକ/ତତ୍ତ୍ବାବଧାରକ (ଗାଡିଆନ୍ ସିପ୍) ପ୍ରମାଣପତ୍ର ଭଳି ୧୧ଟି ଗୁରୁତ୍ବପୂର୍ଣ୍ଣ ସେବା ପାଇଁ ଆବେଦନ କରିପାରିବେ ଏବଂ ପ୍ରମାଣପତ୍ର ମଧ୍ୟ ପାଇପାରିବେ।
ପୂର୍ବରୁ ଜମିଜମା ସଂକ୍ରାନ୍ତୀୟ କାମ ପାଇଁ ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ପଡ଼ୁଥିଲା। ଏବେ ଜନସାଧାରଣ ଦୂରଦୂରାନ୍ତକୁ ଯାଇ ରେଜିଷ୍ଟ୍ରେସନ୍ କରିବାର ଅସୁବିଧା ଓ ଖର୍ଚ୍ଚାନ୍ତରୁ ମୁକ୍ତି ପାଇବେ। ଜମି ଓ ସମ୍ପତ୍ତି ସମ୍ପର୍କିତ ସମସ୍ତ ଦସ୍ତାବିଜ୍ ଶୀଘ୍ର ଓ ସମୟୋପଯୋଗୀ ହେବ। ଆଗାମୀ ଦିନରେ ସେବା ପାଇବାରେ ବିଳମ୍ବ ଘଟିଲେ, ଅଭିଯୋଗଗୁଡ଼ିକ ସିଧାସଳଖ ହ୍ବାଟ୍ ସଆପ୍ ମାଧ୍ୟମରେ ପଠାଯିବାର ବ୍ୟବସ୍ଥା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/06/ama-saathi-whatsapp-chatbot-2026-02-06-12-17-02.jpg)