Advertisment

ବିଶାଲ ଦେବଙ୍କ ଅାଚରଣକୁ ତୀବ୍ର ଭର୍ତ୍ସନା କଲେ ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକ

ଭୁବନେଶ୍ୱର : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ତେଜିବାରେ ଲାଗିଛି କ୍ଷୋଭ ଓ ଅସନ୍ତୋଷ। ରାଜ୍ୟର ସବୁ ଅଞ୍ଚଳର ସାମ୍ବାଦିକମାନେ ଏହି ଘଟଣାକୁ ଭର୍ତ୍ସନା କରିଛନ୍ତି। କହିଛନ୍ତି, ଓଟିଭି କୌଣସି ଭୁଲ୍‌ କରି ନାହିଁ ବରଂ କ୍ରୀଡ଼ା ସଚିବ ଓଟିଭି ସାମ୍ବାଦିକଙ୍କୁ ଏପରି  ବ୍ୟବହାର କରି ବଡ଼ ଭୁଲ୍ କରିଛନ୍ତି। ଗଣମାଧ୍ୟମକୁ କିଭଳି ବ୍ୟବହାର ଦେଖାଇବା ଉଚିତ, ତାହା ବରିଷ୍ଠ ପ୍ରଶାସକ ଶିଖିବା ଉଚିତ ବୋଲି ମତ ଦେଇଛନ୍ତି ସାମ୍ବାଦିକ ଓ […]

ବିଶାଲ ଦେବଙ୍କ ଅାଚରଣକୁ ତୀବ୍ର ଭର୍ତ୍ସନା କଲେ ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକ

vishal dev

Advertisment

ଭୁବନେଶ୍ୱର : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ତେଜିବାରେ ଲାଗିଛି କ୍ଷୋଭ ଓ ଅସନ୍ତୋଷ। ରାଜ୍ୟର ସବୁ ଅଞ୍ଚଳର ସାମ୍ବାଦିକମାନେ ଏହି ଘଟଣାକୁ ଭର୍ତ୍ସନା କରିଛନ୍ତି। କହିଛନ୍ତି, ଓଟିଭି କୌଣସି ଭୁଲ୍‌ କରି ନାହିଁ ବରଂ କ୍ରୀଡ଼ା ସଚିବ ଓଟିଭି ସାମ୍ବାଦିକଙ୍କୁ ଏପରି  ବ୍ୟବହାର କରି ବଡ଼ ଭୁଲ୍ କରିଛନ୍ତି।

Advertisment

ଗଣମାଧ୍ୟମକୁ କିଭଳି ବ୍ୟବହାର ଦେଖାଇବା ଉଚିତ, ତାହା ବରିଷ୍ଠ ପ୍ରଶାସକ ଶିଖିବା ଉଚିତ ବୋଲି ମତ ଦେଇଛନ୍ତି ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକେ।

ଉଲ୍ଲେଖନୀୟ ଯେ, ହକି ବିଶ୍ୱକପ୍ ଟିକେଟ୍‌ ବିକ୍ରିରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ଓଟିଭି ଉପରେ ଖଡ୍‌ଗହସ୍ତ ହୋଇଥିଲେ କ୍ରୀଡ଼ା ସଚିବ ବିଶାଲ ଦେବ। ଗତ ବୁଧବାର ଦିନ ଖବର ସଂଗ୍ରହ କରିବାକୁ ଯାଇଥିବା ଓଟିଭି ଟିମ୍‌କୁ ନିଜ ଚାମ୍ବରୁ ତଡି ଦେଇଥିଲେ କ୍ରୀଡ଼ା ସଚିବ।

Advertisment

ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇନଥିଲା, ତମେ କାହିଁକି ଆସିଲ ବୋଲି ସଚିବ ପ୍ରଶ୍ନ କରିଥିଲେ। ସେହିପରି ସେ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଉଥିବା ସ୍ଥାନ, ପାର୍କ କି ସର୍ବସାଧାରଣ ସ୍ଥାନ ନୁହେଁ ବୋଲି କହିବା ସହ ଓଟିଭି ଟିମ୍ ସେଠାରୁ ନ ଗଲେ ସେ କହିବେ ନାହିଁ ବୋଲି ଶୁଣାଇ ଦେଇଥିଲେ।

ଏମିତିକି ସାମ୍ବାଦିକ ସମ୍ମିଳନୀ ଛାଡି ଚାଲିଯିବାକୁ ବାରମ୍ବାର କହିଥିଲେ କ୍ରୀଡ଼ା ସଚିବ। କେଉଁ କାରଣରୁ ଓଟିଭି ସମ୍ବାଦ ସଂଗ୍ରହ କରିପାରିବ ନାହିଁ ବୋଲି ଆମ ପ୍ରତିନିଧି ପଚାରିବାରୁ ,ତମେ କ’ଣ ସେ କଥା ଜାଣିନ କି ବୋଲି କ୍ରୀଡ଼ା ସଚିବ ପ୍ରଶ୍ନ କରିଥିଲେ।

Advertisment

ଓଟିଭି ଜବରଦସ୍ତି ମୋଡି-ତୋଡି ଗୋଟିଏ କଥାକୁ ଅନ୍ୟ କରି ଦେଖାଉ ଥିବାରୁ ସେ ଚ୍ୟାନେଲ ସହ କଥା ହେବାକୁ ଚାହାନ୍ତି ନାହିଁ ବୋଲି ବିଶାଲ ଦେବ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ