Advertisment

ବିଧାନସଭାରେ ପଜିଟିଭ, ଘରୋଇ ଟେଷ୍ଟିଂ ଲ୍ୟାବରେ 'କରୋନା' ନେଗେଟିଭ

ଭୁବନେଶ୍ୱର: ବିଧାନସଭାରେ ପଜିଟିଭ, ଘରୋଇ ଟେଷ୍ଟିଂ ଲ୍ୟାବରେ ନେଗେଟିଭ। କୋଭିଡ୍ ଟେଷ୍ଟ ରିପୋର୍ଟ ନେଇ ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ। ଚଳିତମାସ ୧୯ ତାରିଖରେ ବିଧାନସଭାରେ ସେ କୋଭିଡ୍ ଟେଷ୍ଟ କରାଇଥିଲେ। ସେହିଦିନ ରାତିରେ ବିଧାନସଭା ସଚିବ ଫୋନ୍ କରି ତାଙ୍କର ପଜିଟିଭ ଥିବା କହିବା ସହ ଆସିବାକୁ ବାରଣ କରିଥିଲେ। ସନ୍ଦେହ ହେବାରୁ ଗତକାଲି ICMR ଦ୍ୱାରା ଅନୁମୋଦନ ପ୍ରାପ୍ତ IN DNA ସଂସ୍ଥାରେ ଟେଷ୍ଟ କରାଇଥିଲେ। ଯାହାର ରିପୋର୍ଟ ଆଜି […]

ବିଧାନସଭାରେ ପଜିଟିଭ, ଘରୋଇ ଟେଷ୍ଟିଂ ଲ୍ୟାବରେ 'କରୋନା' ନେଗେଟିଭ

nauri-nayak

Advertisment

ଭୁବନେଶ୍ୱର: ବିଧାନସଭାରେ ପଜିଟିଭ, ଘରୋଇ ଟେଷ୍ଟିଂ ଲ୍ୟାବରେ ନେଗେଟିଭ। କୋଭିଡ୍ ଟେଷ୍ଟ ରିପୋର୍ଟ ନେଇ ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ। ଚଳିତମାସ ୧୯ ତାରିଖରେ ବିଧାନସଭାରେ ସେ କୋଭିଡ୍ ଟେଷ୍ଟ କରାଇଥିଲେ। ସେହିଦିନ ରାତିରେ ବିଧାନସଭା ସଚିବ ଫୋନ୍ କରି ତାଙ୍କର ପଜିଟିଭ ଥିବା କହିବା ସହ ଆସିବାକୁ ବାରଣ କରିଥିଲେ।

Advertisment

ସନ୍ଦେହ ହେବାରୁ ଗତକାଲି ICMR ଦ୍ୱାରା ଅନୁମୋଦନ ପ୍ରାପ୍ତ IN DNA ସଂସ୍ଥାରେ ଟେଷ୍ଟ କରାଇଥିଲେ। ଯାହାର ରିପୋର୍ଟ ଆଜି ନେଗେଟିଭ ଆସିଛି। ଏହାପରେ ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ ବିଧାୟକ ନାଉରୀ କହିଛନ୍ତି, ସମ୍ବଲପୁର ଜିଲ୍ଲାର କୋଭିଡ୍ ସଂପର୍କିତ କିଛି ପ୍ରଶ୍ନ ପଚାରି ଥିଲି, ତାକୁ ନେଇ ଆକ୍ରୋଶର ଶିକାର ହୋଇଥିବା ସନ୍ଦେହ ଲାଗୁଛି। ନେଗେଟିଭ-ପଜିଟିଭ ଦ୍ୱନ୍ଦ୍ୱ ନେଇ ବାଚସ୍ପତିଙ୍କୁ ଅବଗତ କରିବା ପରେ ଆଜି ପୁଣି ଥରେ ତାଙ୍କ ସ୍ୱାବ ସଂଗ୍ରହ କରାଯାଇଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ବିଧାୟକଙ୍କ ଭୁଲ୍ ରିପୋର୍ଟ ଆସୁଛି, ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ