Advertisment

PUCC Deadline Extended: PUCC ଅବଧି ବଢ଼ାଇଲେ ରାଜ୍ୟ ସରକାର, ଗ୍ରୀନ୍ ଷ୍ଟିକର୍ ନୁହେଁ ବାଧ୍ୟତାମୂଳକ

ମାର୍ଚ୍ଚ ଯାଏଁ ବଢ଼ିଲା PUCC ଅବଧି। PUCC ଅବଧିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

PUCC

PUCC Photograph: (OTV)

Advertisment

ଲୋକଙ୍କୁ ଆଶ୍ୱସ୍ତି । ମାର୍ଚ୍ଚ ଯାଏଁ ବଢ଼ିଲା PUCC ଅବଧି। PUCC ଅବଧିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପୂର୍ବରୁ ଜାନୁଆରୀରୁ ଫେବୃଆରୀକୁ ବଢ଼ାଯାଇଥିଲା PUCC ଅବଧି। ଏବେ ପୁଣି ଆଉ ଦୁଇ ମାସ ବଢ଼ିଛି ଏହି ଅବଧି। ଅର୍ଥାତ ମାର୍ଚ୍ଚ ୩୧ ତାରିଖ ଯାଏଁ ଗାଡ଼ି ଚାଳକ ପିୟୁସିସି କରାଇପାରିବେ।...

Advertisment

ଆଜି ପରିବହନ ମନ୍ତ୍ରୀଙ୍କ ବାସଭବନରେ ପରିବହନ ସଚିବଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ଗ୍ରୀନ୍ ଷ୍ଟିକର୍ କୁ ନେଇ ଥିବା ଦ୍ବନ୍ଦ୍ବକୁ ବି ଦୂର କରିଛନ୍ତି। ଗ୍ରୀନ୍ ଷ୍ଟିକର୍ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଆରଟିଓକୁ ଗ୍ରୀନ୍ ଷ୍ଟିକର୍ ଦିଆଯିବ, ଯେଉଁମାନେ PUCC କରିଛନ୍ତି ନେଇପାରିବେ।

ଫେକ୍ PUC ସାର୍ଟିଫିକେଟ୍ ଚିନ୍ତା

ଏସବୁ ଭିତରେ ଫେକ୍ PUC ସାର୍ଟିଫିକେଟ୍ ଭଳି ଅନିୟମିତତା ଆସିବା ପରେ ୪୨ଟି APT center ଲାଇସେନ୍ସ ବାତିଲ କରାଯାଇଛି। ନୂଆ ସେଣ୍ଟର ପାଇଁ ଆବେଦନ ଆସିଲେ ୨୪ ଘଣ୍ଟାରେ ଅନୁମୋଦନ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।....

Advertisment

PUCC ପାଇଁ ସାରା ରାଜ୍ୟରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଅଳ୍ପ ସମୟ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବି ବଢ଼ିଥିଲା।
ଥମୁନି PUCC ଯନ୍ତ୍ରଣା। ଲକ୍ଷ ଲକ୍ଷ ଗାଡ଼ିକୁ ନଗଣ୍ୟ ଟେଷ୍ଟିଂ ସେଣ୍ଟର। କେମିତି ହେବ ଓ କେବେ ସରିବ ପଲ୍ୟୁସନ୍ ଯାଞ୍ଚ ତାକୁ ନେଇ ଗାଡ଼ି ମାଲିକଙ୍କ ଭିତରେ ଅସନ୍ତୋଷ ବଢିଥିବା ବେଳେ ଫାଇନ୍ ଭରିବା କଷ୍ଟ ଆହୁରି କଲବଲ କରୁଛି।

ଅନ୍ୟପଟେ ରାଜ୍ୟରେ ଅନାଦେୟ ୭୭ ଲକ୍ଷ ଇ-ଚାଲାଣରୁ ମାତ୍ର ୫ ଲକ୍ଷ ଆଦାୟ ହୋଇଛି। ବାକି କେମିତି ଆଦାୟ ହେବ ତାକୁ ନେଇ ବି ପ୍ରଶ୍ନ ଉଠିଲାଣି। ସେପଟେ PUCC ନଥିଲେ ପେଟ୍ରୋଲ ଦିଆଯିବନି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନ ଚେତାବନୀ ଦେଇଥିଲା ଯୁବ କଂଗ୍ରେସ। ...

Advertisment

ଚାଲାଣ କଷ୍ଟ, PUCC ଟେନସନ୍ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଧାଁ ଦୌଡ଼ । ସକାଳୁ ରାତି ଯାଏଁ ସେଣ୍ଟର ଆଗରେ ଅସମ୍ଭାଳ ଭିଡ଼ ।

ଫାଇନ୍ ଭରିବାକୁ ବି ଲମ୍ବା ଲାଇନ୍ । ଗାଡ଼ିର ଫାଇନ୍ କ୍ଲିୟର ଓ ପଲ୍ୟୁସନ୍ ସାର୍ଟିଫିକେଟ ପାଇବାକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଗ୍ରାହକଙ୍କ ଯନ୍ତ୍ରଣାର ମାଳମାଳ ଚିତ୍ର ସାମନାକୁ ଆସୁଛି। କେଉଁଠି PUCC ଗାଡ଼ି ଆସିବାର ଢେର ଆଗରୁ ଲୋକ ନମ୍ବର ଦେଉଛନ୍ତି ତ କେଉଁଠି ପଲ୍ୟୁସନ୍ କରାଇବାକୁ ଅପେକ୍ଷା କରୁଛନ୍ତି ଘଣ୍ଟା ଘଣ୍ଟା। ଗୋଟିଏ ପଲ୍ୟୁସନ୍ ଟେଷ୍ଟିଂ ଗାଡ଼ି ଆଗରେ ହାଇଜାଉ ଲୋକ।

PUCC Extended
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ